Odisha News Portal

ଗୋଟିଏ ମା କୋଳରୁ ଜନ୍ମ ହୋଇ ବାହାହେଲେ ଭାଇଭଉଣୀ ଏହା କିପରି ସମ୍ଭବ ହେଲା , ପ୍ରକୃତ କାରଣ ଜାଣିଲେ ଆପଣ ବି ମାନିବାକୁ ବାଧ୍ୟ ହେବେ….

ଆଜି କାଲିର ସମାଜ ବହୁ ମାତ୍ରାରେ କଳୁଷିତ ହୋଇ ଗଲାଣି । ଲୋକମାନେ ଆଉ ସଂପର୍କ ଅର୍ଥ କିଛି ବି ବୁଝୁ ନାହାଁନ୍ତି ବରଂ ମାନସିକତାର ବଶବର୍ତ୍ତି ହୋଇ ପବିତ୍ର ସଂପର୍କରେ ମଧ୍ୟ କଳାଦାଗ ଲଗେଇ ଦେଉଛନ୍ତି । ତେବେ ଆମ ସମାଜରେ ଭାଇ ଭଉଣୀଙ୍କ ସଂପର୍କୁ ଗୋଟିଏ ପବିତ୍ର ସଂପର୍କର ମାନ୍ୟତା ଦିଆ ଯାଇଛି । ଭାଇ ତାର ଭଉଣୀକୁ ପ୍ରତ୍ୟେକ କ୍ଷେତ୍ରରେ ରକ୍ଷା କରିବ ସେଥିପାଇଁ ରକ୍ଷା ବନ୍ଧନ ଭଳି ପବିତ୍ର ପର୍ବ ତଥା ବନ୍ଧନ ସମାଜରେ ରହିଛି । ବଡ ଭଉଣୀକୁ ତ ମାଆର ଆସନ ଦିଆଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଗୋଟିଏ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ୍ ଆପଣଙ୍କର ମଧ୍ୟ ଏହି ପବିତ୍ର ସଂପର୍କ ଉପରୁ ଭରସା ଉଠିଯିବ ।

ତେବେ ଘଟଣାଟି ହେଉଛି ଗୋଟିଏ ମାଆ ପେଟରୁ ଜନ୍ମ ହୋଇଥିବା ଭାଇ ଭଉଣୀ ପରସ୍ପର ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏପରି ସଂଙ୍ଗୀର ଘଟଣାଟି ଘଟିଛି ଉତ୍ତରପ୍ରଦେଶର ମହମ୍ମଦୀ ଗ୍ରାମରେ ।ସେହି ଗ୍ରାମରେ ଗୋଟିଏ ଛୋଟ ପରିବାର ରହୁଥିଲେ ସେମାନଙ୍କର ପରିବାରରେ ମା ବାପା , ଚାରି ଭଉଣୀ ଏବଂ ଜଣେ ଭାଇ ବାସ କରୁଥିଲେ । ତେବେ ଏହି ସୁଖୀ ପରିବାରରେ ଏମିତି କିଛି ଘଟଣା ଘଟିଥିଲା , ଯାହା ଫଳରେ ପରିବାର ଲୋକ ଆଉ ସମାଜରେ କାହା ଆଗରେ ମୁଣ୍ଡ ଟେକି ଚାଲି ପାରିଲେ ନାହିଁ ।


ତେବେ ସେହି ପରିବାରରେ ଚାରି ଭଉଣୀଙ୍କ ମଧ୍ୟରୁ 2ଭଉଣୀଙ୍କର ବିବାହ ହୋଇସାରିଥିଲା । 3ନମ୍ବର ଭଉଣୀ ଗ୍ରାଜୁଏଡ କମ୍ପଲିଟ କରିସାରିଥିଲେ ଏବଂ 4 ନମ୍ବର ଭଉଣୀ +2 ପାସକରି ଘରେ ରହିଥିଲେ । ସାନ ଭାଇ +2 ସେକେଣ୍ଟରେ ପଢୁଥିଲେ । ଘଟଣାଟି ହେଉଛି 3 ନମ୍ବର ଭଉଣୀ ଏବଂ ସାନଭାଇ ପରସ୍ପରକୁ ଭଲ ପାଉଥିଲେ । କିନ୍ତୁ ପରିବାରର ଲୋକେ ସେମାନଙ୍କର ଭଲ ପାଇବାକୁ ଭାଇ ଭଉଣୀର ପ୍ରେମ ସମ୍ପର୍କ ବୋଲି ଜାଣିଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ ଭାଇ ଭଉଣୀର ସଂପର୍କ ନଥିଲା ବରଂ ସେମାନେ ପରସ୍ପରକୁ ଭଲପାଉଥିଲେ । ହେଲେ ଏ ବିଷୟରେ ପରିବାର ଲୋକ ଜାଣିନିଥିଲେ ।

ଉଭୟ ଏ ବିଷୟରେ ପରିବାର ବର୍ଗଙ୍କୁ ଜଣାଇନଥିଲେ , କାରଣ ସେମାନେ ଭଲ ଭାବରେ ଜାଣିଥିଲେ ଏ ବିଷୟରେ ପରିବାର ଲୋକ ଜାଣିଲେ ସେମାନଙ୍କୁ ବିବାହ ପାଇଁ କେବେ ବି ସ୍ବକୃିତି ଦେବେ ନାହିଁ । ସେଥିପାଇଁ ଘର ଲୋକଙ୍କୁ ନ ଜଣାଇ ବିବାହ କରିଥିଲେ ଏବଂ ଏହାପରେ ଘରୁ ପଳାଇଯିବାର ଯୋଜନା କରି ଯେତେବେଳେ ଘରୁ ପଳାଇ ଯାଉଥିଲେ ,ସେହି ସମୟରେ ତାଙ୍କ ବଡ ଭଉଣୀ ଏହା ଜାଣିବା ପରେ ବାପା ମାଙ୍କୁ ଜଣାଇଥିଲେ ।

ଏହି ଖବର ଜାଣିବା ପରେ ପରିବାର ବର୍ଗ ପୋଲିସଙ୍କୁ ଖବର ଦେଇଥିଲେ । ଏହାପରେ ପୋଲିସ ସେମାନଙ୍କୁ ଶାହାଜାହାନପୁର ରୁ ଦିଲ୍ଲି ଯିବା ପାଇ ବାହରିଥିବା ସମୟରେ ଧରିନେଇଥିଲା । ପୋଲିସ ସେମାନଙ୍କୁ ଆଇଡି ପ୍ରୁଫ ମାଗିବାରୁ ସେମାନେ ଦୁହେଁ ସ୍ବାମୀ ସ୍ତ୍ରୀ ବୋଲି କହିଥିଲେ ।

ଏହାପରେ ପୋଲିସ ସେହି ଗ୍ରାମର ସ୍ଥାନୀୟ ପୋଲିସ ଷ୍ଟେସନକୁ ଖବର ଦେଇଥିଲା ଏବଂ ତାପରେ ପରିବାର ଲୋକଙ୍କୁ ମଧ୍ୟ ଖବର ଦିଆଯାଇଥିଲା । ପୋଲିସ ତାର ଭାଇକୁ ଥାନାରେ ରଖିଥିବା ବେଳେ ଭଉଣୀ ଘରେ ରହିଛନ୍ତି ଓ ସେ କହିଛନ୍ତି ଭାଇଙ୍କୁ ସ୍ୱାମୀରୂପେ ନପାଇଲେ ସେ ଆତ୍ମହତ୍ୟା କରିଦେବେ । ଏହା ଜାଣିବା ପରେ ସ୍ଥାନୀୟ ଲୋକମାନଙ୍କ ସାମ୍ନାରେ ତାଙ୍କ ପରିବାରକୁ ବହୁତ ଆପମାନ ସହିବାକୁ ପଡିଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।