Odisha News Portal

ଅସହାୟ 4 ଦିବ୍ୟାଙ୍ଗ ଭଉଣୀ ଛେଳି ଗୁହାଳ କଟୁଛି ଦିନ ! କୁଆଡେ ଯାଇଛନ୍ତି ପ୍ରଶାସନ, ବାଃ ବାଃ ନବୀନ ସରକାର ,ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…….

ଏଇଠି ମଣିଷ ଏଇଠି ଛେଳି । ଜୀବନ ଏମିତି ଯେ ନିଜର ଦୁଃଖ କହିବାକୁ କାହା ପାଖରେ ଶକ୍ତି ମଧ୍ୟ ନାହିଁ । ଏମିତି ଦୁଃଖ ଈଶ୍ବର କାହାକୁ ନଦିଅନ୍ତୁ । କିଏ ଚାହେଁ ଗୋଟିଏ ଗୁହାଳେ ସେମାନଙ୍କ ଜୀବନ କଟୁ । କିନ୍ତୁ କିଛି ଉପାୟ ନାହିଁ । ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ନିଜାମପୁର ପଞ୍ଚାୟତ ଅନ୍ତର୍ଗତ ଦୁମୁଦା ଗାଁରେ ଦେଖିବାକୁ ମିଳିଛି ଏମିତି କିଛି କରୁଣ ଚିତ୍ର । ପରିବାରରେ ବାପାମାଁ ଏବଂ ଚାରି ଭଉଣୀ ସୁକାନ୍ତି, ବାସନ୍ତି , ଅବନ୍ତି ଏବଂ ଜୟନ୍ତି । ଦୁଃଖ ଓ ପରିତାପର ବିଷୟରେ ହେଉଛି ଚାରି ଭଉଣୀ ଯାକ ସମସ୍ତେ ମୁକ ଏବଂ ବଧିର । ନାଁ କଥା କହିପାରନ୍ତି ନାଁ ଶୁଣି ପାରନ୍ତି ସେଥିପାଇଁ ଏମାନେ ସମସ୍ତେ ଏପର୍ଯ୍ୟନ୍ତ ଅବିବାହିତ ରହିଛନ୍ତି । ଯେଉଁଠି ଭୋକିଲା ପେଟ ପାଇଁ ଦାନା ଚିନ୍ତାରେ ସମସ୍ତେ ବ୍ୟସ୍ତ ସେଠାରେ ବାହାଘର କଥା କିଏ ଚିନ୍ତା କରୁଛି ।

ବଡ ଝିଅକୁ 45 ଛୁଇଁଥିବା ବେଳେ ଦୁଇ ମଝିଆ ଝିଅ ମଧ୍ୟ 40 ଅତିକ୍ରମ କରିଲେଣି । ବଡ ତିନି ଭଉଣୀଙ୍କ ଭଳି ସାନ ଝିଅଟି ମଧ୍ୟ ଜନ୍ମରୁ ମୁକ ଏବଂ ବଧିର । ପରିବାରର ମୁଖ୍ୟ ବାଇଧର ଜେନା ଦୀର୍ଘ ଦିନ ଧରି ରୋଗରେ ପିଡିତ ହୋଇ ଏବେ ଶଚ୍ୟାଶାୟୀ ।

ବୟସ୍କା ହାରାମଣି ରୋଗିଣା ସ୍ବାମୀ ଏବଂ ଚାରି ମୁକ ବଧିର ବିବହଯୋଗ୍ୟା ଝିଅଙ୍କ ବୋଝ ବୋହିବୋହି ଥକି ପଡିଲେଣି । ସଂପତି କହିଲେ ତିନି ଡିସମିଲ୍ ଘରଟିଏ ଖଣ୍ଡିକ । ବାଇଧରଙ୍କୁ ମିଳିଥିବା ଇନ୍ଦିରାଆବାସ ଘରଟି ମଧ୍ୟ ଏପର୍ଯ୍ୟନ୍ତ ସଂମ୍ପୂର୍ଣ୍ଣ ହୋଇ ପାରିନାହିଁ । ତେଣୁ ଏତେ ଲୋକ ମୁଣ୍ଡ ଗୁଞ୍ଜିବେ କେଉଁଠି,ତେଣୁ ବାଧ୍ୟ ହୋଇ ଛେଳି ଗୁହାଳ ମଧ୍ୟ ପାଲଟିଯାଇଛି ଏମାନଙ୍କ ପାଇଁ ରହିବା ଘର । 


ଆଉ ଏହି ଛେଳି ଗୁହାଳରେ ରୋଷେଇ କରିବାକୁ ପଡୁଛି । ଛୋଟ ବଡ ମିଶାଇ 20ଟି ଛେଳିକୁ ନେଇ ଚଳୁଛି ତାଙ୍କର ଏହି ଅଭାବି ସଂସାର । ସରକାରଙ୍କପାଖରୁ ମିଳୁଥିବା 500 ଟଙ୍କା ଭତ୍ତା ଏବଂ ମୁଣ୍ଡପିଛା 5 କିଲୋ ଚାଉଳରେ ବଞ୍ଚି ରହିଛି ପୂରା ପରିବାର ଛଅ ପ୍ରାଣୀ କୁଟୁମ୍ବ । ମାସେ ଦୁଇ ମାସକୁ ଗୋଟିଏ ଛେଳି ବିକିଲେ ଉଦ୍ଧାର ସୁଝନ୍ତି ଏବଂ ବାପାଙ୍କର ଔଷଧ ଖର୍ଚ୍ଚ ତୁଲାନ୍ତି । ଆଉ ଏବେ ଏହି ପରିବାର ଚାହିଁ ରହିଛି ଅନ୍ୟର ହାତଟେକାକୁ , କିଏ କିଛି ଦେଲେ ଚଳୁଛନ୍ତି ନହେଲେ ଏମିତି ଛେଳି ଗୁହାଳରେ କଟୁଛି ଜୀବନ ।

ଅଭାବ ଅନଟନ ଭିତରେ ଚୁଲି ଜଳେ , ଆଉ କେତେ ବେଳେ ଚୁଲି ଲାଗି ପାରେ ନାହିଁ । ସେଥିପାଇଁ ଓଳିଏ ଖାଇଲେ ଓଳିଏ ଉପବାସ, ଆଉ ରହିବା ପାଇଁ ବାସସ୍ଥାନ ହେଉଛି ତାଙ୍କର ଛେଳି ଗୁହାଳ । ସେହି ଭିତରେ ସେ ଛେଳିଙ୍କ ସହ ବସବାସ କରିଥାନ୍ତି । ଗୋଟିଏ ପକ୍ଷରେ ବାପାମାଁ ଶଯ୍ୟାଶାୟୀ, ଅନ୍ୟପକ୍ଷରେ ଚାରି ଭଉଣୀ ମୁହଁ ଖୋଲି କହିପାରୁ ନାହାଁନ୍ତି ଘରଟିଏ ପାଇଁ । ଏବେ ଅପେକ୍ଷା ସରକାର କେବେ ଦୃଷ୍ଟି ଆକର୍ଷଣ କରି ତାଙ୍କୁ ଗୋଟିଏ ଘର ଯୋଗାଇ ଦେଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।