ଷ୍ଟେଜ ଉପରେ ଟି ସୌରୀ ଙ୍କ କଣ୍ଠରୁ ମିତରେ ମିତ ଗୀତ ଶୁଣି ଭାବ ବିହଳ ହେଲା olywod ଆଭିନେତା ଅନୁଭବ ମହାନ୍ତି , ଆଉ ତା ପରେ କଣ ହେଲା… ଦେଖନ୍ତୁ Video

ମିତରେ ମିତ ଗୀତ ଶୁଣି ଭାବ ବିହ୍ବଳ ହୋଇ ପଡିଲେ ସୁପରଷ୍ଟାର ଅନୁଭବ ମହାନ୍ତି। ମିତରେ ମିତ ତୋତେ ଖୋଜୁଛି ମୋ ଗୀତ “ଆଇ ଲଭ୍ ୟୁ” ସିନେମା ର ଏହି ଗୀତଟି ଆଜି ମଧ୍ୟ ଦର୍ଶକ ମାନଙ୍କ କାନରେ ଗୁଞ୍ଜରିତ ହେଉଛି।”ଆଇ ଲଭ୍ ୟୁ” ଏମିତି ଏକ ସିନେମା ଯେଉଁ ସିନେମା ଓଡ଼ିଆ କଥାଚିତ୍ର ଜଗତର ଏକ ନୂଆଁ ଇତିହାସ ତିଆରି କରିଛି। ଜଣେ ନବାଗତ ନାୟକ ଙ୍କୁ ନେଇ ଏହି ସିନେମା ପ୍ରମାଣ କରି ପାରିଥିଲା କି ଓଡ଼ିଆ ସିନେମା ବି କିଛି କମ୍ ନୁହେଁ। ଓଡ଼ିଆ ସିନେମା ମଧ୍ୟ ଏକ ଅସ୍ଥିତ୍ଵ ରହିଛି ଯାହା “ଆଇ ଲଭ୍ ୟୁ” ସିନେମା ପ୍ରମାଣିତ କରି ପାରିଥିଲା।

୨୦୦୪ରେ ମୁକ୍ତିଲାଭ କରିଥିଲା ଓଡ଼ିଆ ସିନେମା “ଆଇ ଲଭ୍ ୟୁ”। ଏହି ସିନେମା ର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ ସଞ୍ଜୟ ନାୟକ। ସୁବୋଧ ପଟ୍ଟନାୟକ ଏହି ସିନେମା ଟିର ସଂଳାପ ରଚନା କରିଥିବା ବେଳେ ହର ପଟ୍ଟନାୟକ ଏହି ସିନେମା ଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ। ତେବେ “ଆଇ ଲଭ୍ ୟୁ” ସିନେମା ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି। ଏହା ଥିଲା ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ପ୍ରଥମ ସିନେମା। ଆଉ ଅନୁଭବ ଙ୍କ ନାୟିକା ସାଜିଥିଲେ ବଙ୍ଗୀୟ ନାୟିକା ନମ୍ରତା ଥାପା।ଉଭୟ ଅନୁଭବ ଏବଂ ନମ୍ରତା ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ।ଆଉ ଏହି ସିନେମା ସୁପର ହିଟ୍ ମଧ୍ୟ ହୋଇଥିଲା।

ତେବେ ଏହି ସିନେମା ହିଟ୍ ହେବା ସହ ସିନେମାର ସବୁ ଗୀତ ମଧ୍ୟ ବେଶ୍ ମନଛୁଆଁ ଯାହାକୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି। ତେବେ ନିକଟରେ ରୂପେଲି ପରଦାର ଜନନାୟକ ସ୍ୱପ୍ନର ସୌଦାଗର ଓଡ଼ିଆ ଚଳଚ୍ଚିତ୍ର ଜଗତର ନୂତନ ଦିଗନ୍ତ ସୃଷ୍ଟିକାରୀ ବସନ୍ତ ନାୟକଙ୍କ ୮୬ତମ ଜନ୍ମଦିନ ପାଳିତ ହୋଇଯାଇଛି । ବସନ୍ତ ନାୟକ ଥିଲେ ଏକାଧାରରେ ପ୍ରଯୋଜକ ନିର୍ଦ୍ଦେଶକ ବିତରକ ଓ କାହାଣୀକାର। ଓଡ଼ିଆ ସିନେମା ଶୀଳ୍ପକୁ ତାଙ୍କ ଏ ଅବଦାନ ଅତୁଳନୀୟ ଓଡ଼ିଆ ଚଳଚ୍ଚିତ୍ରର ପ୍ରଖ୍ୟାତ ତାରକା ବିଜୟ ମହାନ୍ତି ଉତ୍ତମ ମହାନ୍ତିଙ୍କ ଠାରୁ ଆରମ୍ଭ କରି ଅନୁଭବ ମହାନ୍ତି ଅରିନ୍ଦମ ବାବୁସାନ ବର୍ଷା ପ୍ରିୟଦର୍ଶିନୀଙ୍କ ଅନେକ ପ୍ରତିଭାବାନ କଳାକାରଙ୍କୁ ନିଜ ହାତରେ ଗଢ଼ିଛନ୍ତି।

ତେବେ ତାଙ୍କ ୮୬ ତମ ଜନ୍ମ ଜୟନ୍ତୀରେ ସମସ୍ତ କଳାକାର ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିବାର ଦେଖିବାକୁ ମିଳିଛି ଓଡ଼ିଆ ସିନେମା ପ୍ରତି ଥିବା ତାଙ୍କ ତ୍ୟାଗ ଓ ଭଲ ପାଇବାକୁ ନେଇ ତାଙ୍କ ସ୍ମୃତିରେ ସୋମବାର ସନ୍ଧ୍ୟାରେ ୮୬ ତମ ଜନ୍ମଦିନ ପାଳନ କରାଯାଇଛି। ତେବେ ଏହି ଜନ୍ମ ଜୟନ୍ତୀରେ ଲୋକପ୍ରିୟ କଣ୍ଠଶିଳ୍ପୀ ବସନ୍ତ ନାୟକଙ୍କ “ଆଇ ଲଭ୍ ୟୁ” ସିନେମାର ମିତରେ ମିତ ଗୀତ ଗାଇ ମାହୋଲ କୁ ପୁରା ଭାବ ବିହ୍ବଳ କରି ଦେଇଥିଲେ। ଆଉ ଅନୁଭବ ମଧ୍ୟ ଭାବ ବିହ୍ବଳ ହୋଇ ତାଙ୍କ ସିଟରୁ ଉଠି ପଡ଼ିଥିଲେ ଅନୁଭବ ମହାନ୍ତି ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment