ଦେଖନ୍ତୁ ଭିଡ଼ିଓ : ଗୀତ ଗାଇ ପୁଣି ଭାଇରାଲ ହେଲେ ଦୁଇ ଭଉଣୀ, ଥରେ ଶୁଣନ୍ତୁ ଏହି ଗୀତ ପୁଣି ଥରେ ମନେ ପଡିଯିବ ପିଲାଦିନ…

ସାଧାରଣତଃ ବର୍ତ୍ତମାନ ସମୟରେ ଛୋଟ ପିଲା ମାନଙ୍କର ଅନେକ ଭିଡ଼ିଓ ଦେଖିବାକୁ ମିଳୁଛି ସୋସିଆଲ ମିଡିଆରେ। ଛୋଟ ପିଲା ମାନଙ୍କର ଭିଡିଓ ମଧ୍ଯ ଅନେକ ମାତ୍ରାରେ ସେୟାର ହେବାରେ ଲାଗିଛି। କାରଣ ସେମାନଙ୍କର ଭିଡିଓ ଦେଖିବାକୁ ପ୍ରାୟତଃ ସମସ୍ତେ ପସନ୍ଦ କରୁଛନ୍ତି ଏବଂ ଖୁସି ବି ହେଉଛନ୍ତି। ସେମାନେ ଯେଉଁଭଳି ଭାବରେ ତାଙ୍କର କଥା ଏବଂ ବ୍ୟବହାର କୁ ଦେଖାଇ ଥାଆନ୍ତି କିଛି କଥାକୁ ନେଇ ତାହା ବେଶ୍ କୌତୁକିଆ ହୋଇଥାଏ।ସାଧାରଣତଃ କୁନି କୁନି ପିଲା ମାନଙ୍କର କଥା ଏବଂ କାର୍ଯ୍ୟ କଲାପ ବେଶ୍ କୌତୁକିଆ ହୋଇଥାଏ। ସେମାନଙ୍କ କଥା ଶୁଣିବାକୁ ମଧ୍ୟ ଭଲ ଲାଗେ।

ଏହିପରି ଭାବରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଏମିତି ନିଶ୍ଚିତ ଦେଖୁଥିବେ। ଖୁସି, ମଜା, ଦୁଃଖ ବେଦନା ଏବଂ ଭୟଭୀତ କଲାଭଳି ଖବର ମଧ୍ୟ ଆପଣ ସୋସିଆଲ ମିଡ଼ିଆରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ।ସେହିପରି ଭାଇରାଲ ହେଉଥିବା ଏହି ଭିଡିଓ ରେ ମଧ୍ୟ ଦେଖିବାକୁ ମିଳିଛି ଯେ ଜଣେ କୁନି ପିଲା କିପରି ଭାବରେ ପଣିକିଆ ଡାକୁଛି।ଏହି ଝିଅକୁ ତ ଆପଣ ଜାଣିଥିବେ ଯିଏକି ନୟାଗଡ଼ ର ଭାଇରାଲ ବାଳିକା ପ୍ରିତି ସୁଲଗ୍ନା।

ତାଙ୍କର ଭିଡିଓ ୟୁ ଟ୍ୟୁବ୍ ରେ ଆସିବା ପରେ ଦର୍ଶକ ମାନେ ଏହାକୁ ବେଶ୍ ପସନ୍ଦ କରୁଛନ୍ତି ଏବଂ ପ୍ରଶଂସା ବି କରୁଛନ୍ତି। ତେବେ ଏହି ଭିଡ଼ିଓ ରେ ସେ ୪ କ ପଣିକିଆ ଶିଖାଉଛନ୍ତି। ପ୍ରତିଟି ଧାଡିକୁ ସେ ସୁନ୍ଦର୍ ଗୀତର ସହ ସଜାଇ ଏହାକୁ ଗାଉ ଥିବାର ଦେଖିବାକୁ ମିଳୁଛି। ତାଙ୍କର ଏହି ପଣିକିଆ ପୁର୍ବରୁ ସେ ପିଲା ମାନଙ୍କୁ ତାଙ୍କର ୟୁ ଟ୍ୟୁବ୍ ଚ୍ୟାନେଲ ଜରିଆରେ ପ୍ରଥମରୁ ୩ କ ପର୍ଯ୍ୟନ୍ତ ପଣିକିଆ ଶିଖାଇ ସାରିଛନ୍ତି। ଆଉ ଏବେ ୪ କ ପଣିକିଆ ସହ ସେ ଆସିଛନ୍ତି। ତେବେ ଆପଣ ଥରେ ତାଙ୍କର ଏହି ପଣିକିଆ ଡାକିବାର ପ୍ରଣାଳୀ କୁ ଶୁଣନ୍ତୁ, ଯାହାକୁ ଦେଖି ଆପଣ ବି ତାଙ୍କୁ ପ୍ରଶଂସା କରିବେ ଏବଂ ତାଙ୍କର ଏହି ପଣିକିଆ ର ପଦକୁ ଭଲ ପାଇବେ।

ଆଗରୁ ମଧ୍ଯ ଅନେକ ସମୟରେ ସେ ଅନେକ ସୁନ୍ଦର ସୁନ୍ଦର୍ ତରିକାରେ ପଣିକିଆ କୁ ଗାଇ ଲୋକ ଲୋଚନକୁ ଆସିଛନ୍ତି। ତେବେ ତାଙ୍କର ଏଭଳି ଗୀତ ଛୋଟ ପିଲମାନଙ୍କୁ ପଣିକିଆ ଶିଖାଇବା ସହିତ ଅନେକ ପାରିପାର୍ଶ୍ବିକ ଜ୍ଞାନ ମଧ୍ଯ ଦେଇଥାଏ ଯାହା ଛୋଟ ପିଲାମାନେ ଶିଖିବା କଥା। ନିଜ ଭଉଣୀ ଶ୍ରୁତି ସୁଲଗ୍ନା ଙ୍କ ସହିତ ସେ ଆଗରୁ ଭିଡିଓ ରେ ଦେଖିବାକୁ ମିଳିଛନ୍ତି। କୁନି ପିଲାମାନେ ଏମାନଙ୍କ ଗୀତକୁ ବେଶ୍ ପସନ୍ଦ କରୁଥିବା ଏବଂ ଅନୁସରଣ କରି ନୂଆ ତରିକାରେ ପାଠ ଶିଖୁଥିବା ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment