Odisha News Portal

ଦେଖନ୍ତୁ ଭିଡ଼ିଓ : ଗାର୍ଲଫ୍ରେଣ୍ଡକୁ ଭେଟିବାକୁ ମହିଳା ବେଶରେ ଆସିଥିଲା ପ୍ରେମିକ, ଧରିଦେଲେ ଝିଅ ଘରଲୋକ ଆଉ ତାପରେ..

ଆଜି କାଲି ସୋସିଆଲ ମିଡ଼ିଆ ସହିତ ସମସ୍ତେ ଜଡିତ ଅଟନ୍ତି। ସୋସିଆଲ ମିଡ଼ିଆ ଜରିଆ ରେ ଆମେ ଅନେକ ପ୍ରକାର ଭିଡିଓ ଫଟୋ ପ୍ରତିଦିନ ଭାଇରାଲ ହେବାର ଦେଖି ଥାଉ । ଅନେକ ଘଟଣାବଳୀ ର ଭିଡିଓ ହେଉ ଫଟୋ ପ୍ରତିଦିନ ଆମେ ଦେଖିବାକୁ ପାଇ ଥାଉ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଘଟଣା ଟି ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି ଯାହା ଶୁଣିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ । ଜଣେ ଯୁବକ ଏକ ବିବାହ ର ସମ୍ପୂର୍ଣ୍ଣ ମହିଳା ବେଶ ଧରି ଯାଇଥିଲେ ଯାହା ଲୋକ ମାନଙ୍କ ନଜର କୁ ଆସି ଯାଇଥିଲା ତେବେ ଏହି ବିଷୟ ରେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ;

ତେବେ ସୂଚନା ଅନୁସାରେ ଘଟଣା ଟି ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାର ଗୋପୀଗଞ୍ଜ କୋଟୱାଲୀ ଅଞ୍ଚଳର ଅଟେ । ସୂଚନା ଅନୁସାରେ ଉଦୋହି ଜିଲ୍ଲାର ଏକ ସ୍ଥାନ ରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେଉଥିଲା ଓ ବିବାହ ରେ ଉଭୟ ବର ପକ୍ଷ ଓ କନିଆଁ ପକ୍ଷ ଲୋକ ଉପସ୍ଥିତ ଥିଲେ ଆଉ ବିବାହ ରେ ଅନେକ ମହିଳା ଉପସ୍ଥିତ ଥିଲେ।ତେବେ ଠିକ୍ ବିବାହ କାର୍ଯ୍ୟ ଅନୁଷ୍ଠିତ ହେଉଥିବା ସମୟ ରେ ଜଣେ ବ୍ୟକ୍ତି ଙ୍କ ନଜର ପଡ଼ିଥିଲା ଜଣେ ଯୁବକ ଙ୍କ ଉପରେ ଯିଏକି ସମ୍ପୂର୍ଣ୍ଣ ନାରୀ ବେଶରେ ବିବାହ ରେ ଉପସ୍ଥିତ ଥିଲେ।

ତେବେ ସେହି ଯୁବକ ଜଣଙ୍କୁ ଅନେକ ଜଣ ଦେଖି ସାରିଥିଲେ ମଧ୍ୟ ସେ ନାରୀ ବେଶରେ ଥିବାରୁ ତାଂକୁ କେହି ଚିହ୍ନି ପାରୁନଥିଲେ । ଛଦ୍ମ ବେଶରେ ଆସିଥିବା ଯୁବକ ଜଣଙ୍କ ଲେହେଙ୍ଗା ପିନ୍ଧିବା ସହିତ ନକଲି କେସ ମଧ୍ୟ ଲଗାଇ ଥିଲେ ଯେଉଁଥିପାଇଁ ତାଙ୍କୁ ଚିହ୍ନିବା ସମ୍ଭବ ନଥିଲା । ତେବେ ଯୁବକ ଜଣଙ୍କ ଯେତେବେଳେ ଘରର ମହିଳା ମାନଙ୍କ ସହିତ ବସିଥିଲେ ସେମାନେ ଯୁବକ ଙ୍କ ଉପରେ ସନ୍ଦେହ କରିଥିଲେ କିନ୍ତୁ ଯୁବକ ଜଣଙ୍କ ଲେହେଂଗା ପିନ୍ଧି ଥିବାରୁ ତାଙ୍କୁ ଜାଣି ପାରି ନଥିଲେ ।

ଆଉ ଯେତେବେଳେ ତାଙ୍କ ପଛରେ ଥିବା ଜଣେ ମହିଳା ତାଙ୍କ ମୁଣ୍ଡ ଉପରେ ହାତ ରଖିଥିଲେ ଯୁବକ ଙ୍କ ର ନକଲି କେଶ ବାହାରକୁ ବାହାରି ଆସିଥିଲା ଆଉ ଯୁବକ ଜଣଙ୍କ ଅସଲି ପରିଚୟ ସମସ୍ତଙ୍କ ସାମ୍ନା କୁ ଆସିଥିଲା। ଯୁବକ ଙ୍କୁ ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ କାରଣ କେହି ବି ସେ ଯୁବକ କୁ ଚିହ୍ନି ନଥିଲେ ।

ତେବେ ଘର ଲୋକ ଏହା ଦେଖି ପୋଲିସ୍ କୁ ସଙ୍ଗେ ସଙ୍ଗେ ଫୋନ୍ କରିଥିଲେ ଆଉ ଏହି ସବୁ ଘଟଣା ବିଷୟ ରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଥିଲେ । କିନ୍ତୁ ଯୁବକ ଜଣଙ୍କ ସେହି ସ୍ଥାନରୁ ବାଇକ୍ ରେ ଆସିଥିବା ଦୁଇ ଜଣ ଯୁବକ ଙ୍କ ସହିତ ଫେରାର ହୋଇ ଯାଇଥିଲା ଓ ବର୍ତମାନ ସେହି ଯୁବକ ର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ତେବେ ଯୁବକ ସେଠାକୁ କାହିଁକି ଛଦ୍ମ ବେଶରେ ଆସିଥିଲେ ଏହାର କାରଣ ଜଣା ପଡିନାହିଁ ପ୍ରେମ ସମ୍ପର୍କ ହୋଇଥାଏ ବୋଲି ସନ୍ଦେହ କରାଯାଉ ଅଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।