ଅଭିନେତ୍ରୀ ଭାରତୀ ସିଂ ଗିରଫ, ଚଢାଉ ବେଳେ ଘରୁ ଗଞ୍ଜେଇ ଜବତ କରିଥିଲା ଏନସିବି, ତା ପରେ ଯାହା ହେଲା ପୁରା ଘଟଣା ଜାଣିଲେ ଆପଣ ଘୃଣା କରିବସିବେ…..

ବର୍ତ୍ତମାନର ସବୁଠୁ ବହୁତ ବଡ ଖବର ଆସିଛି ବଲିଉଡ ଜଗତରୁ । ତେବେ ବଲିଉଡ ଇଣ୍ଡଷ୍ଟ୍ରିରେ ଏହି ଚଳିତ ବର୍ଷ ଅନେକ ରହସ୍ୟ ମୟ ଘଟଣା ସବୁ ଗୋଟିଏ ପରେ ଗୋଟିଏ ସାମ୍ନା କୁ ଆସି ବାରେ ଲାଗିଛି । ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଫେମସ୍ ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କୁ ଗିରଫ କରିଛି ଏନସିବି । ତେବେ ଭାରତୀ ରହୁ ଥିବା ଘରୁ ଗଞ୍ଜେଇ ଜବତ ହେବା ପରେ ଏନସିବି ତାଙ୍କୁ ଜେରା ପାଇଁ ସମନ ଜାରି କରି ଥିଲା । ତେବେ ଜେରା କରିବା ପରେ ତାଙ୍କୁ ଏନସିବି ଗିରଫ କରିଥିବାର ସୂଚନା ମଧ୍ୟ ମିଳିଛି ।ତେବେ ସୂଚନା ଅନୁଯାୟୀ, ଗତ ଶନିବାର ସକାଳୁ ଅର୍ଥାତ 21 ନଭେମ୍ବର ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ବଲିଉଡ ର ଫେମସ୍ ହାସ୍ୟ କମେଡ଼ିଆନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆ ଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟରେ ଚଢ଼ାଉ କରି ଥିଲା ।

ଏଜେନ୍ସି ଦ୍ବାରା ଅନ୍ଧେରୀ, ଲୋଖଣ୍ଡଓ୍ବାଲା ଏବଂ ଭର୍ସୋଭା ସହିତ 3 ଟି ଅଲଗା ଅଲଗା ସ୍ଥାନରେ ଚଢ଼ାଉ କରା ଯାଇ ଥିବା ଯାଞ୍ଚ ଏଜେନ୍ସି ସୂଚନା ଦେଇଥିଲା । ତେବେ ଭାରତୀ ସିଂହଙ୍କ ଘରୁ ଗଞ୍ଜେଇ ଜବତ ହେବା ପରେ ଏନସିବି ତାଙ୍କୁ ଗିରଫ କରି ଥିବା ଜଣା ପଡିଛି । ତେବେ ଯାହା ବର୍ତ୍ତମାନ ବଲିଉଡ ରେ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି କରିଛି ।

ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣି ଥିବେ ଯେ ବଲିଉଡ ଇଣ୍ଡଷ୍ଟ୍ରିର ଯୁବ କଳାକାର ସୁଶାନ୍ତ ସିଂହ ରାଜପୁତ ଙ୍କ ମୃତ୍ୟୁ ପର ଠୁ ସାମନା କୁ ଆସିଥିବା ଡ୍ରଗ୍ସ ଆଙ୍ଗଲ ରେ ଏନସିବି ଲଗାତାର ଚଢ଼ାଉ ଜାରି ରଖିଛି । ଏହା ପୂର୍ବରୁ ମଧ୍ୟ ଡ୍ରଗ୍ସ ମାମଲାରେ ଗତ ଶୁକ୍ରବାର ଦିନ ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଏନସିବି ଅଫିସ୍ ପହଞ୍ଚି ଥିଲେ । ଏହାପରେ ସେଠାରେ ତାଙ୍କୁ ଡ୍ରଗ୍ସ ମାମଲାରେ ଘଣ୍ଟା ଘଣ୍ଟା ଧରି ପଚରା ଉଚରା କରି ଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ।

ଅର୍ଜୁନଙ୍କ ପୂର୍ବରୁ ତାଙ୍କ ଲିଭ ଇନ୍ ପାର୍ଟନର ଗାବ୍ରିଏଲାଙ୍କୁ 2 ଦିନ ପର୍ଯ୍ୟନ୍ତ ଲଗାତାର ଭାବରେ ପଚରା ଉଚୁରା କରି ଥିଲା ଏନସିବି । ଏହା ପରେ କୋର୍ଟରେ ଅର୍ଜୁନ ରାମପାଲଙ୍କ ବନ୍ଧୁ ପାଲ ବରଟେଲଙ୍କୁ ହାଜର ମଧ୍ୟ କରା ଯାଇ ଥିଲା । ଆଉ ଏହା ପରେ ବରଟେଲଙ୍କୁ ନଭେମ୍ବର 25 ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହେପାଜତକୁ ପଠାଇ ଦିଆଯାଇ ଥିଲା ।

ତେବେ ବଲିଉଡରେ ସୁଶାନ୍ତ ସିଂ ଙ୍କ ମୃତ୍ୟୁ ପରେ ତାଙ୍କର ପ୍ରତକୃତ ହତ୍ୟାକାରୀ କିଏ ଏ ପର୍ଯ୍ୟନ୍ତ ଜଣା ପଡି ନଥିଲେ ମଧ୍ୟ ବଲିଉଡର ଅନେକ ଗୁପ୍ତ ରହସ୍ୟ ସବୁ ସାମ୍ନାକୁ ଆସିବାରେ ଲାଗିଛି । ଆଉ ଯାହାର ପୂରା ପ୍ରଭାବ ବଲିଉଡ ଇଣ୍ଡଷ୍ଟ୍ରି ଉପରେ ପଡିବା ସହିତ ଅନେକ ବଡ ବଡ କଳାକାର ମାନଙ୍କ ଉପରେ ମଧ୍ୟ ପଡିଛି । ଏହି ଡ୍ରଗ୍ସ ମାମଲାରେ ମଧ୍ୟ ଏନସିବି ବହୁୁ ବଡ଼ ବଡ ଅଭିନେତା ତଥା ଅଭିନେତ୍ରୀ ମାନଙ୍କୁ ଜେରା କରିବା ସହିତ ସେମାନଙ୍କୁ ଗିରଫ ମଧ୍ୟ କରି ସାରିଲାଣି ।

Leave a Comment