ଘୁଙ୍ଗୁଡ଼ି ହେଉଛି କି? କେମିତି କରିବେ ଦୂର କରିବେ ଜାଣନ୍ତୁ? Dr padmaja reddy

ଦର୍ଶକ ବନ୍ଧୁ ଆଜି କାଲି ଛୋଟ ରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତ ଙ୍କ ଠାରେ ଏହି ଘୁଙ୍ଗୁଡ଼ି ଦେଖାଯାଏ | ତେବେ ରାତିରେ ଶୋଇବା ଅବସ୍ଥାରେ ନିଶ୍ୱାସ ନେଲା ବେଳକୁ ନିଶ୍ୱାସ ରନ୍ଦ୍ର ସରୁ ହେଉଯାଉଛି | ଯାହା ଦ୍ୱାରା ସେହି ବାଟ ଦେଇ ଯେତେବେଳେ ପବନ ଯାଏ ସେତେବେଳେ ସେହି ଠାରେ ସାଉଣ୍ଡ ତିଆରି ହୁଏ | ଯାହାକୁ ଘୁଙ୍ଗୁଡ଼ି ବୋଲି କୁହାଯାଏ | ଏହା ବୟସ ବଢିବା ସାଙ୍ଗକୁ ଏହାର ମାତ୍ରା ମଧ୍ୟ ବଢିବାରେ ଲାଗେ | ଘୁଙ୍ଗୁଡ଼ି ର ମାତ୍ରା ବଢିବା ଦ୍ୱାରା ନିଶ୍ୱାସ ମଝିରେ ମଝିରେ ଅଟକି ଯାଏ | ଯାହା ଦ୍ୱାରା ଆମ ଶରୀର ଅକ୍ସିଜେନ ର ମାତ୍ରା କମି ଯାଏ | ତେବେ ଆସନ୍ତୁ ଏହି ଘୁଙ୍ଗୁଡ଼ି ଜନିତ ସମସ୍ୟା ଦେଖା ଯିବାର କାରଣ ଓ ଚିକିତ୍ସା ବିଷୟରେ ଆସନ୍ତୁ ଜାଣିବା |

ଘୁଙ୍ଗୁଡ଼ି ହେବାର କାରଣ କଣ :-ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।


ଆପଣମାନେ ଜାଣିଥିବେ ଛୋଟ ପିଲାଙ୍କ ଶ୍ୱାସନଳୀ ବହୁତ ସରୁ | ଏହା ବ୍ୟତୀତ ଆଜିକାଲି ପିଲାଙ୍କ ଠାରେ ଜ୍ୱର, ଥଣ୍ଡା କାଶ ଲାଗି ରହିଥିବା ଯୋଗୁଁ ସେମାନଙ୍କ ତନ୍ତୁ ମୋଟା ହେଇଯାଇଥାଏ | ତେଣୁ ଶୋଇବା ଅବସ୍ଥାରେ ସେମାନେ ନିଶ୍ୱାସ ଟାଣି ହେଇ ନେଇଥାନ୍ତି |

ଘୁଙ୍ଗୁଡ଼ି ଯୋଗୁଁ ନିନ୍ଦ ଉପରେ ଏହାର ପ୍ରଭାବ :-

 

ଶୋଇବା ପାଇଁ ଗଭୀର ନିନ୍ଦର ଆବଶ୍ୟକତା ରହିଛି ଶୋଇବା ସମୟରେ ଯଦି ନିଶ୍ୱାସ ଅଟକି ଗଲା କିମ୍ବା ନିଶ୍ୱାସ ନେଲା ବେଳେ ଶବ୍ଦ ହୁଏ ତାହାଲେ ଏହାର ପ୍ରଭାବ ମସ୍ତିଷ୍କ ଉପରେ ପଡେ |ଘୁଙ୍ଗୁଡ଼ି ଜନିତ ସମସ୍ୟା ର ଲକ୍ଷଣ କଣ ରହିଛି :-ଏହାର ଲକ୍ଷଣ ହେଉଛି ନିଶ୍ୱାସ ନେଲା ବେଳକୁ ଶବ୍ଦ ହେବା,ନିଶ୍ୱାସ ଅଟକି ଯିବା, ଯାହାକୁ ଆପନିଆ କୁହାଯାଏ | ନିଶ୍ୱାସ ନେବା ସମୟରେ ଯେତିକି ପରିମାଣରେ ଅକ୍ସିଜେନ ଯିବା କଥା ସେତିକି ପରିମାଣରେ ଯାଇ ପାରେ ନାହିଁ ଯାହାକୁ ହାଇପ ଆପନିଆ କୁହାଯାଏ | ମଝିରେ ମଝିରେ ନିଶ୍ୱାସ ଅଟକି ଯିବ, ପାଟିରୁ ଲାଳ ବାହାରିବା |

ଘୁଙ୍ଗୁଡ଼ି ସମସ୍ୟା ର ପରୀକ୍ଷା :-ଦର୍ଶକ ବନ୍ଧୁ ଘୁଙ୍ଗୁଡ଼ି ସମସ୍ୟା ଜାଣିବା ପାଇଁ ଅବଷ୍ଟ୍ରକଟିଭ ସ୍ଲିପ ଆପନିଆ ସ୍କିନଂ ଟେଷ୍ଟ କରାଯାଏ | ଏହି ପରୀକ୍ଷା ପାଇଁ ରାତିରେ ଶୋଇବା ବେଳେ ଛାତିରେ ଗୋଟିଏ ବେଲ୍ଟ ବନ୍ଧାଯାଏ | ନାକରେ ଅକ୍ସିଜେନ, ଓ ହାତରେ ପ୍ଲସ ଅକ୍ସିମିଟର ବନ୍ଧା ଯାଏ | ଏହା କରିବା ଦ୍ୱାରା ରାତିରେ କେତେ ଥର ଘୁଙ୍ଗୁଡ଼ି ହେଉଛି ତାହା ଜାଣି ହେବ |ଘୁଙ୍ଗୁଡ଼ିର ନିରାକଣ କେମିତି କରିବେ :-ଏହା ନ ହେବା ପାଇଁ ଠିକ ସମୟରେ ଖାଇବା ଓ ଶୋଇବା ଆବଶ୍ୟକ | ରାତିରେ କୌଣସି ପ୍ରକାର ଚର୍ବି ଜାତୀୟ ଖାଦ୍ୟ ଖାଇବେ ନାହିଁ | ଶୋଇବା ସମୟରେ ତକିଆ କୁ 30 ଡିଗ୍ରୀ ରୁ 35 ଡିଗ୍ରୀ ପର୍ଯ୍ୟନ୍ତ ଉଚ୍ଚ ରଖନ୍ତୁ | ଏହା ବ୍ୟତୀତ ଓଜନ ଅଧିକ ଥିଲେ କମ କରନ୍ତୁ | ରାତିରେ 10.30 ରେ ଶୋଇବାକୁ ଚେଷ୍ଟା କରନ୍ତୁ ଓ 6 ଟା ପୂର୍ବରୁ ଉଠିବାକୁ ଚେଷ୍ଟା କରନ୍ତୁ |

ଏହାର ଚିକିତ୍ସା :-

ଘୁଙ୍ଗୁଡ଼ିର ଦୁଇ ପ୍ରକାର ଚିକିତ୍ସା କରାଯାଏ ଯଥା :- (1) ମେଡିକାଲ ମ୍ୟାନେଜମେଣ୍ଟ (2) ସର୍ଜିକାଲ ମ୍ୟାନେଜମେଣ୍ଟ | ଏହାର କୌଣସି ଔଷଧ ନାହିଁ, କୌଣସି ସମସ୍ୟା ଦେଖା ଦେଲେ ଡାକ୍ତର ଙ୍କ ପରାମର୍ଶ ଗ୍ରହଣ କରନ୍ତୁ |ତେବେ ଏହା ଥିଲା ଘୁଙ୍ଗୁଡ଼ି ଜନିତ ସମସ୍ୟା ବିଷୟରେ ସମସ୍ତ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment