ଘୁଙ୍ଗୁଡ଼ି ହେଉଛି କି? କେମିତି କରିବେ ଦୂର ଜାଣନ୍ତୁ ?-Dr. Preeti ….

ବନ୍ଧୁଗଣ ଆପଣ ଜାଣିଥିବେ ଅଧିକାଂଶ ଲୋକଙ୍କ ଠାରେ ଘୁଙ୍ଗୁଡ଼ି ଜନିତ ସମସ୍ୟା ଅଧିକ ଦେଖା ଦେଉଛି, ଏହି ସମସ୍ୟା ପିଲା ଠାରୁ ବୃଦ୍ଧ ବୟସ ବ୍ୟକ୍ତିଙ୍କ ଠାରେ ଏହା ଦେଖାଯାଏ |ଏହି ସମସ୍ୟା ରହିଲେ ଲୋକେ ଭଲରେ ଶୁଇପାରନ୍ତି ନାହିଁ,ରାତ୍ରି ସମୟରେ ଏହି ସମସ୍ୟା କାରଣରୁ ଅଧିକ ସମୟ ନିଦ ଭାଙ୍ଗିଥାଏ ଯାହା ବ୍ୟକ୍ତି ପ୍ରାୟତଃ ସମୟରେ ଇରିଟେଟ ହୋଇଯାଏ |ଯେଉଁ ବ୍ୟକ୍ତିଙ୍କୁ ଘୁଙ୍ଗୁଡ଼ି ପରି ସମସ୍ୟା ରହିଛି ସେମାନଙ୍କୁ ସେମାନଙ୍କ ପାଖରେ କେହି ଶୁଇବା ପାଇଁ ମଧ୍ୟ ଇଚ୍ଛା କରନ୍ତି ନାହିଁ |ଘୁଙ୍ଗୁଡ଼ି ସମସ୍ୟା ଥିବା ଲୋକେ କାହା ଘରେ ଶୁଇବା ପାଇ ଇଛା କରନ୍ତି ନାହିଁ |ମୁଁ ଆଜି ଆପଣକୁ ଏହି ଘୁଙ୍ଗୁଡ଼ି କାହିଁକି ହୁଏ, କଣ କଲେ ଏହା ଦୂର ହୋଇପାରିବ ଏବଂ ଏହାର କଣ ଚିକିତ୍ସା ରହିଛି ସେ ବିଷୟରେ କହିବି |ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ କଥା ବିଷୟରେ |

ଘୁଙ୍ଗୁଡ଼ି ଜନିତ ସମସ୍ୟା :-

ଏହା ପିଲାଠାରୁ ବୃଦ୍ଧଯାଏଁ ସମସ୍ତଙ୍କ ପାଖରେ ଦେଖାଯାଏ, ବୟସ ବଢିବା ସଙ୍ଗେ ସଙ୍ଗେ ଘୁଙ୍ଗୁଡ଼ିର ମାତ୍ରା ମଧ୍ୟ ବଢିଥାଏ |ଅଧିକ ମାତ୍ରାରେ ଘୁଙ୍ଗୁଡ଼ି ହେଲେ ମଝିରେ ବେଳେ ବେଳେ ନିଶ୍ୱାସ ଅଟକି ଯାଏ ତାହା ସହିତ ରାତି ସମୟରେ ଭଲରେ ନିଦ ମଧ୍ୟ୍ୟ ହୋଇନଥଏ |ଘୁଙ୍ଗୁଡ଼ି ଅଧିକ ହେଲେ ଶରୀରରେ ଅକ୍ସିଜେନ ମାତ୍ରା କମିଯାଏ ଯାହା ଫଳରେ ମସ୍ତିଷ୍କକୁ ଅକ୍ସିଜେନ ଭଲରେ ପହଂଚି ପରେ ନାହିଁ ମସ୍ତିଷ୍କ ରେଷ୍ଟ ମଧ୍ୟ ପାଏ ନାହିଁ |ରାତିରେ ନିଦ ନହେବା କାରଣରୁ ଦିନରେ ଆଦୌ ଭଲ ଲାଗେନାହିଁ, ସର୍ବଦା ଥକା ଲାଗେ |ଛୋଟ ପିଲା କ୍ଷେତ୍ରରେ ଏପରି ହେଲେ ସେମାନେ ସର୍ବଦା ବିରକ୍ତି ଭାବ ପ୍ରକାଶ କରିବା ସହିତ ପାଠ ପଢିବା ସମୟରେ ଢୁଳିଥାନ୍ତି |

ଘୁଙ୍ଗୁଡ଼ି ଦୂର କରିବାର ଉପାୟ :-

ଏହି ସମସ୍ୟାରୁ ଦୂରେଇ ରହିବା ପାଇ ପ୍ରଥମେ ଆପଣ ଠିକସମୟ ଖାଇବା ଓ ଶୁଇବା ପାଇଁ ଚେଷ୍ଟା କରନ୍ତୁ |ଏହାସହିତ ଆପଣ ରାତ୍ରିସମୟରେ ଚର୍ବି ଜାତୀୟ ଖାଦ୍ୟ କିମ୍ବା କୌଣସି ନିଶାଦ୍ରବ୍ୟ ଖାଆନ୍ତୁ ନାହିଁ,ଶୁଇବା ସମୟରେ ଆପଣ ମୁଣ୍ଡକୁ ଟିକେ ଉଚ୍ଚସ୍ଥାନରେ ରଖି କଢେଇ ଶୁଅନ୍ତୁ |ଏହିପରି କଲେ ଆପଣଂକ ଘୁଙ୍ଗୁଡ଼ି କମ ହୋଇଥାଏ |ଆପଣଙ୍କର ଯଦି ଫେଟ 🥳ଅଧିକଥାଏ ତେବେ ଆପଣ ନିଜର ମୋଟା ପଣକୁ କମାଇବା ପାଇ ଚେଷ୍ଟା କରନ୍ତୁ,ଯାହାଦ୍ୱାରା ଆପଣଙ୍କ ଘୁଙ୍ଗୁଡ଼ି ସମସ୍ୟା ଦୂର ହୋଇଯିବ |ଅତିକମରେ ଆପଣ ରାତିରେ ସାତ ଘଣ୍ଟା ସୁଇବାପାଇଁ ଚେଷ୍ଟା କରନ୍ତୁ,ପିଲାମାନଙ୍କୁ ମଧ୍ୟ୍ୟ ଅଧିକ ସମୟ ଶୁଇବା ଦେଲେ ସେମାନଙ୍କର ଏହି ଘୁଙ୍ଗୁଡ଼ି ସମସ୍ୟା ଦୂର ହୋଇଯିବ |

ଚିକିତ୍ସା :-

ଏହି ସମସ୍ୟାକୁ ସମ୍ପୂର୍ଣ ଭାବରେ ଦୂର କରିବା ପାଇ ଏହାର କୌଣସି ଔଷଧ ନାହିଁ,ଯଦି ଆପଣଙ୍କ ନାକରେ ପ୍ରୋବ୍ଲେମ ଥାଏ ଆଉ ଏହି କାରଣରୁ ଘୁଙ୍ଗୁଡ଼ି ହେଉଥାଏ ତେବେ ଆପଣ ENT ସର୍ଜନ ସହ ପରାମର୍ଶ କରି ନିଜର ପ୍ରୋବ୍ଲେମକୁ ଠିକ କରିନିଅନ୍ତୁ |ଏହାଦ୍ୱାରା ଆପଣଂକ ଘୁଙ୍ଗୁଡ଼ି ସମସ୍ୟା ସମ୍ପୂର୍ଣ ଠିକ ହୋଇଯିବ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment