Odisha News Portal

ମୋ ଠାରୁ ବଡ ସେ କିନ୍ତୁ ମୋତେ ବାହା ହେବେ କହୁଛନ୍ତି… ମୁଁ ଏବେ କଣ କରିବି…ଦେଖନ୍ତୁ ଭିଡ଼ିଓ

ଆଜିକାଲିର ଯୁବକ ଯୁବତୀ ମାନେ ସବୁବେଳେ ପ୍ରେମ ପଛରେ ଦୌଡ଼ିଛନ୍ତି ସେମାନଙ୍କ ନିକଟରେ ଆପଣ ସ୍ୱଚା ପ୍ରେମ ଦେଖିବା ପାଇଁ ମିଳି ନଥାଏ। ପ୍ରେମରେ ପ୍ରତାରଣା, ମିଛ ଏବଂ ଧୋକା ଅଧିକ ଦେଖିବା ପାଇଁ ମିଳୁଛି। ଆପଣ ମାନେ ଦେଖିଥିବେ ଯେ ଯୁବକ ଯୁବତୀ ବହୁତ କମ୍ ସମୟ ମଧ୍ୟରେ ସେମାନଙ୍କ ମଧ୍ୟରେ ଭଲ ପାଇବା ହୋଇଯାଏ। ତେବେ ଭଲ ପାଇବା ଚିରସ୍ଥାୟୀ ହେଉନାହିଁ, କିଛି ଦିନ ସେମାନଙ୍କ ମଧ୍ୟରେ ଭଲ ପାଇବା ଖୁବ ନିବିଡ଼ ହୋଇଯାଏ। ତାପରେ ମଧ୍ୟ ଉଭୟଙ୍କ ମଧ୍ୟ ରେ ଶାରୀରିକ ସମ୍ପର୍କ ରହିଥାଏ। ଏହା ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇ ଓ ଏହା ପରେ ଆତ୍ମହତ୍ୟା ହୋଇଯାଏ। ତେବେ ନିକଟରେ ଏଭଳି କିଛି ଘଟଣା ବର୍ତ୍ତମାନ ସମ୍ନାକୁ ଆସିଛି। ତେବେ ଯୁବକଙ୍କ ଠାରୁ ମହିଳା ବଡ଼ ବୋଲି ଯୁବକ ଜଣଙ୍କ କହିଥିଲେ ଓ ବିବାହ କରିବା ପାଇଁ ମନା କରିଥିଲେ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା;

ସୂଚନା ଅନୁସାରେ, ବିଶ୍ୱଜିତ ଜେନା ନାମକ ଜଣେ ଯୁବକ ଯିଏ କି ରାଜଧାନୀ ଭୁବନେଶ୍ବରରେ ଏକ ଘରୋଇ ପ୍ରିଣ୍ଟିଙ୍ଗ ପ୍ରେସରେ କାର୍ଯ୍ୟ କରନ୍ତି। ମାତ୍ର ଦେଢ଼ ମାସ ତଳେ ସୁରେଖା ନାମକ ଜଣେ ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ମହିଳା ଜଣଙ୍କ ଯୁବକଙ୍କ ହ୍ଵାଟସପକୁ ବିବାହ କରିବା ପାଇଁ ମେସେଜ ଦେଇଥିଲେ ଓ ବିବାହ କରିବା ପାଇଁ ଜିଦ ଧରି ମଧ୍ୟ ବସି ଥିଲେ। କିନ୍ତୁ ଏହା ପରେ ଯୁବକଙ୍କ ଦୁଇ ସାଙ୍ଗ ମହିଳାଙ୍କୁ ବିବାହ କରିବା ପାଇଁ ମନା କରି ଦେଇଥିଲେ। ମହିଳା ଜଣଙ୍କ ଯୁବକଙ୍କ ଠାରୁ ବଡ଼ ବୋଲି କହି ଯୁବକ ବିବାହ କରିବା ପାଇଁ ମନା କରିଥିଲେ।

ତେବେ ଏହା ପରେ ଦୁଇ ଜଣଙ୍କ ମଧ୍ୟରେ ଖୁବ ଜୋର ସୋର ଭାବରେ ପାଟି ତୁଣ୍ଡ ଆରମ୍ଭ ହୋଇଗଲା। ଆଉ ପରେ ମହିଳା ଜଣଙ୍କ ଆତ୍ମହତ୍ୟା କରିଦେଲେ। ମହିଳାଙ୍କ ମୃତ୍ୟୁ ଖବର ଜାଣି ଯୁବକ ଓ ତା’ର ଦୁଇ ସାଙ୍ଗ ପ୍ରମାଣ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲେ। ସେହିଦିନ ସେମାନେ ମହିଳାଙ୍କ ମୃତ ଦେହକୁ ନେଇ ତାର ନିଜ ଘରେ ରଖି ଦେଇଥିଲେ। ଯୁବକଙ୍କ ଦୁଇ ସାଙ୍ଗ ମଧ୍ୟରୁ ଜଣେ ସାଙ୍ଗ ନାବାଳକ ଥିଲା। ସେହି ନାବାଳକ ଜଣଙ୍କ ସେ କାମ କରୁଥିବା ତାର ମାଲିକ ନିରଞ୍ଜନଙ୍କୁ ଘଟଣା ସମ୍ପର୍କରେ ସବୁ କିଛି ଜଣାଇ ଦେଇଥିଲା।

ସେ ମଧ୍ୟ ଫେରାର ହୋଇ ଯିବା ପାଇଁ ଉପାୟ କରିଥିଲା କିନ୍ତୁ ନିରଞ୍ଜନ ପୋଲିସ ପାଖରେ ସରେଣ୍ଡର କରିଦେବା ପାଇଁ ନାବାଳକକୁ କହିଥିଲେ। କିନ୍ତୁ ପୋଲିସ ଭୟରେ ମହିଳାଙ୍କ ବୟଫ୍ରେଣ୍ଡ ଓ ତାର ଅନ୍ୟ ଜଣେ ସାଙ୍ଗ ଫେରାର ହୋଇ ଯାଇଥିଲେ। କିନ୍ତୁ ପୋଲିସ ଏହି ସବୁ ବାବଦରେ ଜାଣି ଯୁବକ ଓ ତାର ସାଙ୍ଗ ମାନଙ୍କ ନେଇ ସିନ ରିକ୍ରିଏଟ କରିଥିଲେ। ଯୁବକ ଓ ତାର ଦୁଇ ଜଣ ସାଙ୍ଗଙ୍କୁ ପୋଲିସ ଗିରଫ କରି କୋର୍ଟ ଫରୱାର୍ଡ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।