Odisha News Portal

ପୁଣି ସାମ୍ନାକୁ ଆସିଛି ଏକ ଲଜ୍ୟାଜନକ ଘଟଣା ! ଵିଜୁ ପକ୍କାଘର ପାଇଁ ଦେହ ମାଗୁଛନ୍ତି ସରପଞ୍ଚ .. ଅଡିଓ କଲ ହେଲା ଭାଇରାଲ…….

0 3

ଆଜିର ସମାଜରେ ଲୋମାନେ ସବୁବେଳେ ନିଜର ସ୍ବାର୍ଥ କଥା ଭାବୁଛନ୍ତି । ବିନା ସ୍ବାର୍ଥରେ କେହି କାହାକୁ ପାଣି ଟିକେ ବି ଦେଇ ନାହାଁନ୍ତି । ସ୍ବାର୍ତପର ମଣିଷ କିନ୍ତୁ ନିଜର ସ୍ବାର୍ଥ ପୂରଣ ହୋଇଗଲା ପରେ ଆଉ କେବେ ପଛକୁ ଚାହିଁ ନଥାଏ । ପ୍ରତି ଦିନ କିଛି ନାଁ କିଛି ଯନ୍ତ୍ରଣାଦାୟକ ତଥା ହୃଦୟବିଦାରକ ଘଟଣା ଘଟିବାରେ ଲାଗିଛି । ଯାହାକୁ ନେଇ ଯେତେ ପ୍ରକାର ଆଇନ କାନୁନ୍ ତିଆରି ହେଲେ ମଧ୍ୟ ତାହା କମ୍ ପଡୁଛି । ତେବେ ସରକାର ବିଭିନ୍ନ ଉନ୍ନତି ମୂଳକ ଯୋଜନା ମାନ କରୁଛନ୍ତି କେବଳ ଲୋକମାନଙ୍କ ପାଇଁ କିନ୍ତୁ ଏହି ଯୋଜନା କାର୍ଯ୍ୟକାରୀ ହେବା ପୂ୍ର୍ବରୁ ହିଁ କିଛି ରାଜନେତା ମାନଙ୍କର ଆତ୍ମସାତ ହୋଇ ଯାଉଛି । ଆଉ ଯଦି କେହି ନେତା ସେସବୁକୁ ଲୋକମାନଙ୍କ ପାଖରେ ପହଞ୍ଚାଉଛନ୍ତି ତେବେ ତାଙ୍କର ରହିଛି ଅନେକ ସର୍ତ ତଥା ସ୍ବାର୍ଥ ।

ତେବେ ଆବାସ ଯୋଜନାରେ ଘର ଯୋଗାଇଦେବା ନାଁରେ ଯୁବତୀଙ୍କୁ ଦୁର୍ବ୍ୟବହାର । ସରପଞ୍ଚଙ୍କ ନାଁରେ ସାଘାଂତିକ ଅଭିଯୋଗ ଆଣିଲେ ଯୁବତୀ । ଘର ଦେବା ପାଇଁ ବାରମ୍ବାର ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିବା ଯୁବତୀ ଅଭିଯୋଗ କରିଛନ୍ତି ଏବଂ ଏହାସହିତ ମାନସିକ ଚାପ ମଧ୍ୟ ପକାଉଛନ୍ତି ସରପଞ୍ଚ । ଏମିତି ଏକ ଲଜ୍ଜାଜନକ, ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରିଦେଲା ଭଳି ସଙ୍ଗିନ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳରୁ ।


ତେବେ ବିଜୁ ପକ୍କାଘର ପାଇଁ ଯୁବତୀଙ୍କୁ ଶାରୀରିକ ସମ୍ପର୍କର ସର୍ତ୍ତ । ଶାରୀରିକ ସମ୍ପର୍କ ରଖିଲେ ମିଳିବ ବିଜୁ ପକ୍କା ଘର । ସୁଦୂର ରାଜକୋଟକୁ ଦାଦନ ଖଟିଯାଇଥିବା ବାପା ମାଁର ଗରିବ ନିରୀହ ଦଳିତ ଘରର ଝିଅକୁ ଏକ ବିଜୁ ପକ୍କା ଘର ପାଇଁ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ସର୍ତ୍ତ ରଖି ଫସିଯାଇଛନ୍ତି ସରପଞ୍ଚ ।

ସୂଚନାଯୋଗ୍ୟ ମଦନପୁର ରାମପୁର ଥାନା ଅନ୍ତର୍ଗତ ସାଲେପାଲି ପଞ୍ଚାୟତର ଜୈନିକ ଯୁବତୀଙ୍କ ଘର ବର୍ଷା ଯୋଗୁଁ ଭାଙ୍ଗି ଯାଇଥିଲା । ସେହି ଘରକୁ ସଜାଡିବା ପାଇଁ ଯୁବତୀର ବାପା ମାଁ ସୁଦୂର ରାଜକୋଟକୁ ଦାଦନ ଖଟିଯାଇଛନ୍ତି । ଘରର ଅଭାବକୁ ଦେଖି ଯୁବତୀ ଜଣକ ସାଲେପାଲି ପଞ୍ଚାୟତରେ ଏକ ଘର ପାଇଁ ଆବେଦନ କଲେ ହେଲେ ପଞ୍ଚାୟତର ସରପଞ୍ଚ ଘର ବଦଳରେ ଶାରୀରିକ ସମ୍ପର୍କ ରଖିବା ପାଇଁ ସର୍ତ୍ତ ରଖୁଛନ୍ତି ।

ଆଉ ଗର୍ଭବତୀ ହେଲେ ଔଷଧ ଖାଇଦେବୁ କହୁଛନ୍ତି ସରପଞ୍ଚ । ଲଜ୍ଜା, ଅପମାନରେ ଯୁବତୀ ମ୍ରିୟମାଣ ଏବଂ ବାପା ମାଁ ଦାଦନ ଖଟିବାକୁ ରାଜକୋଟ ଚାଲି ଯାଇଥିବା ବେଳେ ଭଙ୍ଗା କୁଡିଆରେ 3 ଭାଇ ସହ ରହୁଥିବା ଯୁବତୀ ସରପଞ୍ଚଙ୍କ ଏପରି ଘୃଣ୍ୟ ଅଭିସନ୍ଧିକୁ ନେଇ ମର୍ମାହତ ହୋଇଛନ୍ତି । ଏହାପରେ ସେହି ଅଞ୍ଚଳରେ ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପ୍ରକାଶ ପାଇଛି ।