Exclusive : ଶାଶୂ ବୋହୂ କଳି….. ଦୀପିକା ମୋର ପିଠିକି ପିଠିକି ପିଟିଲା… ଦେଖନ୍ତୁ Video

ହଁ ଦର୍ଶକ ଆମେ କହୁଛୁ ଦୀର୍ଘ ଦୁଇ ମାସ ହେବ ଧାରଣା ରେ ବସିଥିବା ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହିର କେ ଦୀପିକା ଙ୍କ କଥା | ସୂଚନା ଅନୁଯାୟୀ କେ ଦୀପିକା କେ ଦୀନେଶ ଙ୍କୁ ଭଲ ପାଉଥିଲେ ଓ ସେହି ଭଲ ପାଇବା ଓ ଭରଷା ର ସୁଯୋଗ ନେଇ ଦୀନେଶ ଦୀପିକା ଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା | ତେବେ ଭଲ ପାଇବା ଓ ବିଶ୍ୱାସ ଓ ଭରସା ରେ ଦୀପିକା ମଧ୍ୟ ତାଙ୍କର ସବୁକିଛି ଦୀନେଶ ଙ୍କ ପାଖରେ ଉଜାଡି ଦେଇଥିଲା | ତେଣୁ ଦୀପିକା ଙ୍କର ଏହି ଗୋଟିଏ ଭୁଲ ତାଙ୍କ କୋଳ ଜନ୍ମ ହେଇଥିଲା ଏକ ଶିଶୁ ପୁତ୍ର | ଯାହାକୁ ବାପା ର ପରିଚୟ ଦବା ପାଇଁ ଦୀର୍ଘ ଏକ ମାସ ରୁ ଉର୍ଦ୍ଧ ଦିନ ଧରି ନିଜ ଛୁଆ କୁ ବାପା ର ପରିଚୟ ଓ ସ୍ତ୍ରୀ ର ମାନ୍ୟତା ପାଇବା ପାଇଁ ଦୀନେଶ ଙ୍କ ଘର ଆଗରେ ଧାରଣା ରେ ବସି ରହିଛନ୍ତି ମା ଦୀପିକା | ଆଉ ଏବେ ଜଣା ପଡିଛି କି ଦୀପିକା ଓ ଦିନେଶ ଙ୍କ ମା ଙ୍କର ଝଗଡା ହେଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଏହି ସ୍ୱାର୍ଥ ପର ଦୁନିଆ ରେ ନିଜକୁ ନିଜର ସବୁକିଛି ହରେଇ ସାରିଥିବା ଜଣେ ମା ତାହାର ଛୁଆ ପାଇଁ ଆଜି ସଂଘର୍ଷ କରୁଛି | ବର୍ଷା ଖରା କିଛି କୁ ଖାତିର ନ କରି ବସି ରହିଛନ୍ତି ତାଙ୍କ ପ୍ରେମିକ ଦୀନେଶ ଙ୍କ ଘର ଆଗରେ | ଖାଲି ସେତିକି ନୁହେଁ ଏହି ସମୟରେ ଦିନେଶ ଙ୍କ ମା,’ ଦୀପିକା ଙ୍କ ସହିତ ଝଗଡା କରିବାର ଦୁଶ୍ୟ ଏବେ ସାମ୍ନା କୁ ଆସିଛି | ତେବେ ଏହି ଝଗଡା ଦୀପିକା ଓ ତାଙ୍କ ଛୁଆଙ୍କୁ ନେଇ ଆରମ୍ଭ ହେଇଚି ବୋଲି ଜଣା ପଡିଛି | ଦୀନେଶ ଙ୍କ ମା ‘ କହିବା କଥା ହେଇଛି ଦୀପିକା ଜନ୍ମ କରିଥିବା ପିଲା ଦିନେଶ ର ନୁହେଁ |

ବହୁତ ଦିନ ଧରି ଦୀପିକା ଟଙ୍କା ପଇସା ଲୋଭରେ ଆମ ଘର ଆଗରେ ଧାରଣା ରେ ବସି ରହିଛନ୍ତି ବୋଲି କହିଛନ୍ତି ଦୀପିକା ଙ୍କୁ ଶାଶୂ | ଖାଲି ଏତିକି ରେ ତାଙ୍କ ମନ ଭରିନଥିଲା ସେ ଦୀପିକାଙ୍କ ଗର୍ଭ କୁ ସନ୍ଦେହ କରି ଏ ପିଲା ଦିନେଶ ର ନୁହେଁ ବୋଲି କହି ଡି. ଏନ. ଏ. ରିପୋର୍ଟ ସହିତ ଦୀନେଶ ତାଙ୍କୁ ବିବାହ କରିଛନ୍ତି ତାହାର ପ୍ରମାଣପତ୍ର ଦେଖାଇବାକୁ କହିଛନ୍ତି ଦୀପିକା ଙ୍କଶାଶୂ |ତେବେ ଏ ନେଇ ଦୀପିକା କହିଛନ୍ତି ଯେ କଣ ସତ କଣ ମିଛ ତାହା ଦୀନେଶ ଓ ମୋ ଓକିଲ ଙ୍କୁ ଜଣା ଯିଏ କେସ ଲଢୁ ଛନ୍ତି |

ତେବେ ସେପରେ ଦୀପିକା କହିଛନ୍ତି ମାନ୍ୟବର ହାଇକୋଟ ରେ ମଧ୍ୟ ଡି. ଏନ. ଏ ରିପୋର୍ଟ ଦେଇଛନ୍ତି ବୋଲି କହିଛନ୍ତି ଦୀପିକା | ଆଉ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment