ଗର୍ଭ ଧାରଣ ସମୟରେ କିପରି ନିଜର ଯତ୍ନ ନେବେ ?ଜଣାନ୍ତୁ ଏହାର ଘରୋଇ ଚିକିତ୍ସା -Dr.Jaya Chhabra

ମା ହେବା ଗୋଟିଏ ନାରୀ ପାଇଁ ସବୁଠାରୁ ବଡ ସୌଭାଗ୍ୟ ନେଇ ଆସିଥାଏ। ନାରୀଟି ଯେତେବେଳେ ମା ହୋଇଥାଏ ସେତେବେଳେ ସେହି ନାରୀ ଜୀବନରେ ପୂର୍ଣ୍ଣତା ଆସିଥାଏ। ତେବେ ନାରୀଟିଏ ଯେତେବେଳେ ଗର୍ଭ ଧାରଣ କରିଥାଏ ସେହି ସମୟ ତା ପାଇଁ ବହୁତ୍ ଖାସ୍ ହୋଇଥାଏ। ଆଉ ଗର୍ଭ ଅବସ୍ଥାରେ ନାରୀର ଯତ୍ନ ନେବା ବହୁତ୍ ଜରୁରୀ ହୋଇଥାଏ। ତେବେ ଆଜି ଆମେ ଜାଣିବା ଗର୍ଭ ଅବସ୍ଥାରେ କିପରି ନିଜର ଯତ୍ନ ନେବେ।

ଗର୍ଭ ଧାରଣ ସମୟରେ କିପରି ନିଜର ଯତ୍ନ ନେବେ?
ନାରୀଟି ଯେତେବେଳେ ପ୍ରେଗ୍ନେଶିର ପ୍ଲାନ୍ କରୁଛି ତା ଦୁଇ ତିନି ମାସ ଆଗରୁ ପ୍ରସ୍ତୁତି ଆରମ୍ଭ କରିଲେ ବହୁତ୍ ଭଲ କାରଣ ମହିଳା ମାନଙ୍କ ପାଖରେ ଯେଉଁ ଫଲିକ୍ ଏସିଡ ଡେଫିସେନ୍ସି ବହୁତ୍ ବେଶୀ ରହିଥାଏ। ତେବେ ଯେତେବେଳେ ପ୍ରେଗ୍ନେଶିର ପ୍ଲାନ୍ କରୁଛ ତା ଦୁଇ ତିନି ମାସ ଆଗରୁ ଫଲିକ୍ ଏସିଡ ଟାବ୍ଲେଟ୍ ଖାଇବା ଆରମ୍ଭ କରି ଦିଅନ୍ତୁ। ଯାହା ଦ୍ଵାରା ଗର୍ଭରେ ଯେଉଁ ଶିଶୁ ରହିବ୍ ସିଏ ଭଲ ଭାବରେ ଗ୍ରୋଥ କରି ପାରିବ।
ତେବେ ନାରୀର ଗର୍ଭ ଧାରଣ ସମୟ ସୀମା ଅର୍ଥାତ୍ ଟୋଟାଲ ୯ ମାସକୁ ତିନୋଟି ଷ୍ଟେଜରେ ଭୁକ୍ତ କରା ଯାଇଛି। ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍ ୧୧ ସପ୍ତାହ ରୁ ୧୪ ସପ୍ତାହ ମଧ୍ୟରେ ଗୋଟିଏ ସ୍କାନିଂ କରା ଯାଇଥାଏ ଯାହାକୁ ଏଣ୍ଟିସ୍କାନିଂ କୁହା ଯାଇଥାଏ। ଏହି ସମୟ ସୀମା ମଧ୍ୟରେ ଏଣ୍ଟିସ୍କାନିଂ କରିବା ନିହାତି ଜରୁରୀ। ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍ ୨୦ ସପ୍ତାହ ରୁ ୨୨ ସପ୍ତାହ ମଧ୍ୟରେ ଏନୋମିଲସ୍କାନିଂ କରା ଯାଇଥାଏ। ଏହି ପର୍ଯ୍ୟାୟରେ ଗର୍ଭରେ ଥିବା ପିଲାର ସବୁ ଅର୍ଗାନର ଡେଭଲପ ହୋଇଥାଏ। ତେବେ ସେହି ସମୟରେ ଏନୋମିଲସ୍କାନିଂ କରିବା ଦ୍ୱାରା ଜଣା ପଡ଼ି ଯାଇଥାଏ କି ପିଲାର କିଛି ଅର୍ଗାନର ପ୍ରୋବଲେମ୍ ଅଛି କି ନାହିଁ ଜଣା ପଡ଼ି ଯାଇଥାଏ।

ଏହାପରେ ତୃତୀୟ ଷ୍ଟେଜ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏହି ସମୟରେ ଏକ ଗ୍ରୋଥସ୍କାନ କରା ଯାଇଥାଏ। ଅର୍ଥାତ୍ ନାରୀର ୭-୮ ମାସ ହୋଇ ଯାଇଛି ପିଲାର ଓଜନ୍ ଠିକ୍ ଅଛି କି ନାହିଁ ଆଦି ଚେକ୍ କରା ଯାଇଥାଏ। ତେବେ ଗର୍ଭ ଧାରଣ ସମୟରେ ୩-୪ ଥର ଅଲଟ୍ରାସାଉଣ୍ଡ କରିବା ନିହାତି ଆବଶ୍ୟକ।ତେବେ ଏହି ସମୟରେ ନାରୀର ଖାଦ୍ୟପେୟ ଉପରେ ଧ୍ୟାନ ଦେବା ନିହାତି ଜରୁରୀ ହୋଇଥାଏ। ତେବେ ପ୍ରୋଟିନ, କାର୍ବୋହାଇଡ୍ରେଟ୍ ଖାଦ୍ୟ ଖାଆନ୍ତୁ, ଭେଜିଟେବୁଲସ୍ ଖାଆନ୍ତୁ। ବାହାର ଖାଦ୍ୟ ଖାଆନ୍ତୁ ନାହିଁ, ଫାଷ୍ଟ ଫୁଡ୍ ଖାଦ୍ୟକୁ ସମ୍ପୂର୍ଣ୍ଣ ଏଭୋଏଡ୍ କରନ୍ତି। ପ୍ରତି ୩-୪ ଘଣ୍ଟା ବ୍ୟବଧାନରେ ଖାଦ୍ୟ ଖାଆନ୍ତୁ, ପ୍ରଚୁର ପାଣି ପିଅନ୍ତୁ। ଚୁନା ମାଛ ଓ ମାଂସ ଖାଇ ପାରିବେ। କ୍ଷୀର , ବୁଟ ସିଝା, ପନିର ଜାତୀୟ ଖାଦ୍ୟ ଖାଆନ୍ତୁ, ଆଇରନ ଔଷଧ ଖାଆନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment