ଆଜିର ଜେନେରେସନର ପିଲାମାନେ ପାଠ ପଢା ଅପେକ୍ଷା ଖେଳ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି ଏବଂ ପାଠ ନପଢିବା ପାଇଁ ଅନେକ ବାହାନା କରୁଛନ୍ତି । ଏମିତି କିଛି ପିଲାମାନେ ରହିଛନ୍ତି ଯେଉଁମାନଙ୍କର ପାଠ ପଢିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ନାହିଁ , ସର୍ବଦା ମଜା ମସ୍ତି କରିବା ପାଇଁ ଅଧିକ ପସନ୍ଦ କରିଥାନ୍ତି । ଏମିତି କିଛି ପିଲାମାନେ ମଧ୍ୟ ରହିଛନ୍ତି ଯେଉଁମାନେ ପାଠ ପ୍ରତି ଆଗ୍ରହ ରହିଥିଲେ ମଧ୍ୟ ସେମାନଙ୍କର ଶ୍ମରଣ ଶକ୍ତି ଟିକିଏ କମ ରହିଥାଏ ।
ଫଳରେ ଗୋଟିଏ ପାଠକୁ ଅଧିକ ସମୟ ପଡିଲେ ମଧ୍ୟ ସେମାନେ ମନେ ରଖି ପାରନ୍ତି ନାହିଁ । କିନ୍ତୁ ଏମିତି ଏକ ଉପାୟ ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣିତ ରହିଛି ଯାହା ଦ୍ୱାରା ପିଲାମାନଙ୍କର ପାଠ ପଢା ପ୍ରତି ଆଗ୍ରହ ବଢିବା ସହିତ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଦି ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ସହଜ ଉପାୟ ବିଷୟରେ ।
1 ଉତ୍ତର ପଶ୍ଚିମ କୋଣରେ ବସିଲେ ;
ଯଦି ଆପଣଙ୍କ ପିଲାର ପାଠ ପଢା ଘର ବାୟୁ ତଥା ଉତ୍ତର ପଶ୍ଚିମ କୋଣରେ ବସି ଅଧ୍ୟୟନ କରୁଛନ୍ତି ତେବେ ସେହି ପିଲା ମାନଙ୍କର ପାଠ କେବେହେଲେ ମନେ ରହେ ନାହିଁ । ଯଦି ଆପଣଙ୍କ ପିଲା ମଧ୍ୟ ଏହି କୋଣରେ ବସି ପାଠ ପଢୁଛନ୍ତି ତେବେ ପିଲାର ସ୍ମରଣ ଶକ୍ତି ମଧ୍ୟ ଲୋପ ହୋଇଥାଏ । କାରଣ ଏହି କୋଣଟି ବାୟୁ ପ୍ରାଧାନ୍ୟ ଅଟେ ଏବଂ ପିଲାଟି ଯାହା କିଛି ପଢିଥାଏ ତାହା ବାୟୁ ପରି ଉଡିଯାଇଥାଏ ।
ତେଣୁ ପିଲା ମାନଙ୍କର ପାଠ ପଢା ଘର କେବେହେଲେ ଉତ୍ତର ପଶ୍ଚିମ କୋଣରେ କରନ୍ତୁ ନାହିଁ । ଯଦି ଆପଣଙ୍କ ପିଲା ସେହି ସ୍ଥାନରେ ବସି ପାଠ ପଢୁଅଛି ତେବେ ପିଲାର ପାଠପଢା ସ୍ଥାନକୁ ଯଥା ଶୀଘ୍ର ବଦଳାଇ ଦିଅନ୍ତୁ ।
2 ହଜିଥିବା ଜିନିଷ ବା ମନେ ପଡୁ ନଥିବା ପାଠ ;
ଯଦି ଆପଣ ଆପଣଙ୍କର ସ୍ମରଣ ଶକ୍ତି ବୃଦ୍ଦି କରିବା ପାଇଁ ଚାହୁଛନ୍ତି ତେବେ ଆପଣଙ୍କର କୌଣସି କାଗଜ ପତ୍ର ବା ପାଢିଥିବା ପାଠ ମନେ ନପଡେ ତେବେ ନିଜର ଜିଭକୁ ତାଳୁ ଉପରୁ ଲଗାଇ ମନେ ପକାଇଲେ ଆପଣଙ୍କର ନିଶ୍ଚିୟ ମନେ ରହିବ ।
3 ପାଠ ପଢୁଥିବା ଘରେ ସ୍ୱରସ୍ୱତୀଙ୍କ ଫୋଟ ରଖିଲେ ;
ଅଧ୍ୟୟନରତ ପିଲା ମାନେ ନିଜ ଶୟନ କକ୍ଷରେ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ଫୋଟ ରଖିବା ଉଚିତ । ତେବେ ଯାଇ ପିଲାମାନଙ୍କର ପାଠ ପଢା ପ୍ରତି ଆଗ୍ରହ ବଢିବା ସହିତ ସ୍ମରଣ ଶକ୍ତି ମଧ୍ୟ ବଢିଥାଏ । ତେଣୁ ସମସ୍ତ ଅଧ୍ୟୟନରତ ପିଲାମାନେ ଏହି ସବୁ କଥା ପ୍ରତି ଅଧିକ ଗୁରୁତ୍ୱ ଦେବା ଉଚିତ ଏବଂ ପାଠ ପଢିବା ପାଇଁ ମନରେ ସର୍ବଦା ଆଗ୍ରହ ରହିବା ଉଚିତ । ତେବେ ଯାଇ ଆପଣ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ । .
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।