Odisha News Portal

ଘରର ଶୁଖଶାନ୍ତି ପାଇଁ ସୁପଷ୍ଟାର ଅନୁଭବ ମାହାନ୍ତି ପାଳନ କଲେ ଜାଗାର ଓଷା , କିପରି ଦେଖନ୍ତୁ

ଓଲିଉଡ ଜଗତର ସୁପରଷ୍ଟାର ତଥା ସୁପରିଚିତ କଳାକାର ହେଉଛନ୍ତି ଅନୁଭବ ମାହାନ୍ତି , ଯାହାଙ୍କ ଅଭିନୟ ଅଗଣିତ ଦର୍ଶକମାନେ ଅଧିକ ପସନ୍ଦ କରିଥାନ୍ତି । ଆସନ୍ତାକାଲି ମହାଶିବରାତ୍ରୀ ଓଷା ଅନୁଭବ ମାହାନ୍ତି ନିଜ ଘରେ ପାଳନ କରୁଛନ୍ତି । ମହାଶିବରାତ୍ରୀର ସମ୍ପୂର୍ଣ୍ଣ ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆପଣ ମାନେ ଜାଣିଛନ୍ତି ଅନୁଭବ ମାହାନ୍ତିଙ୍କ କୌଣସି ଫିଲ୍ମୀ ରିଲିଜ ହେଲେ ଦର୍ଶକମାନେ ଦେଖିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି । ଅନୁଭବଙ୍କର ପ୍ରତ୍ୟେକ ଫିଲ୍ମୀ ସୁପରହିଟ ହୋଇଥାଏ ଏବଂ ଲୋକପ୍ରିୟତା ମଧ୍ୟ ହାସଲ କରିଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି ମହାଶିବରାତ୍ରୀରେ ଅଭିନେତା ଅନୁଭବ ମାହାନ୍ତି ନିଜ ଘରେ ଶିବଙ୍କୁ ପୂଜା କରୁଥିବାର ନଜର ଆସିଛନ୍ତି ।


ଭିଡିଓରେ ଦେଖିବାକୁ ମିଳିଛି କି ଅନୁଭବ ମାହାନ୍ତି ଘରେ ଶିବଲିଙ୍ଗ ସ୍ଥାପନ କରି ଗଙ୍ଗା ଜଳ ଓ ମହୁରେ ଅଭିଷେକ କରାଇଛନ୍ତି । ବ୍ରାହ୍ମଣଙ୍କ କହିବା ମୁତାବକ ସେ ପୂଜାର ସମସ୍ତ ନୀତି ନିୟମ ପାଳନ କରି ପୂଜା ବିଧି ସମ୍ପନ୍ନ କରିଛନ୍ତି । ଅନୁଭବ ଶିବଙ୍କ ଅଭିଷେକ କରି ସାରିବା ପରେ ସେ ତାଙ୍କୁ ତିଲକ ପ୍ରଦାନ କରିଛନ୍ତି ଏବଂ ଓଁ କାର ଲେଖିଛନ୍ତି । ଏହାପରେ ଶିବଙ୍କ ପ୍ରତିମୂର୍ତ୍ତି ଉପେର ଅରୁଆ ଚାଉଳ ଅର୍ପଣ କରି ପୁଷ୍ପମାଲ୍ୟ ପ୍ରଦାନ କରିଛନ୍ତି । ଏହା ତ୍ରିଶାଖା ବେଲ ପତ୍ର ମଧ୍ୟ ଶିବଙ୍କ ଠାରେ ଅର୍ପଣ କରିଛନ୍ତି ଏବଂ ଧାଳିଆରେ ସୁସଜ୍ଜିତ ହୋଇଥିବା ଗନ୍ଦାପନାର ସମସ୍ତ ଜିନିଷ ସାହାର୍ଯ୍ୟରେ ଭଗବାନ ଶିବଙ୍କୁ ଗନ୍ଦାପନା କରାଇଛନ୍ତି ।


ଅନୁଭବ ଧୂପ ଦୀପ ନୈବେଦ୍ୟରେ ଭଗବାନ ଶିବଙ୍କର ଅରାତି କରିଛନ୍ତି ଏବଂ ଶିବଙ୍କ ଉପରେ କ୍ଷୀର ବିସର୍ଜନ କରାଉଥିବାର ନଜର ଆସିଛନ୍ତି । ଏହା ପରେ ସେ ଭକ୍ତିର ସହିତ ଇଶ୍ୱରଙ୍କ ଠାରେ ପ୍ରାର୍ଥନା କରିଛନ୍ତି । ଯାହାର ସମ୍ପୂର୍ଣ୍ଣ ଭଡିଓ ନିଜର ଫେସବୁକ ଏକାଉଣ୍ଡ ତଥା ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଅନୁଭବ ନିଜର ପରିବାର ମଙ୍ଗଳ କାମନା କରିବା ସହିତ ପରିବାରର ସୁଖଶାନ୍ତି କାମନା କରିଛନ୍ତି । ଆସନ୍ତାକାଲି ମହାଶିବରାତ୍ରୀରେ ଭଗବାନ ଶିବଙ୍କର ଆଶୀର୍ବାଦ ପ୍ରାପ୍ତ ହେବା ପାଇଁ ଅନୁଭବ ଭକ୍ତିର ସହିତ ଜାଗର ଓଷା ପାଳନ କରିଛନ୍ତି । ଯାହାକୁ ଅଗଣିତ ଦର୍ଶକମାନେ ବହୁତ ଭଲ ପାଇବା ଦେଇଛନ୍ତି ।


ଅନୁଭବ ମାହାନ୍ତିଙ୍କ ଘରୋଇ ଦିବାଦ ଯୋଗୁଁ ସେ ଟିକିଏ ଅନ୍ୟମନସ୍କ ରହିଛନ୍ତି , ଯାହାଫଳରେ ସେ ପୂଜାରେ ଏକୁଟିଆ ବସିଥିବାର ନଜର ଆସିଛନ୍ତି । ଓଡିଆ ରୀତି ପରମ୍ପରାରେ ସେ ବିଧି ପୂର୍ବକ ଭଗବାନ ଶିବଙ୍କର ପୂଜା ସମ୍ମନ୍ନ କରିଛନ୍ତି । ଯାହାର ସମ୍ପୂର୍ଣ୍ଣ ଭିଡିଓ ଆପଣମାନେ ଦେଖିବାକୁ ପାଉଥିବେ , ଯେଉଁଥିରେ ଅନୁଭବ ମାହାନ୍ତି ନିଷ୍ଠା ଓ ଭକ୍ତିର ସହିତ ମହାଶିବରାତ୍ରୀରେ ଭଗବାନ ଶିବଙ୍କର ପୂଜା ଅର୍ଚ୍ଚନା କରିଛନ୍ତି । ଅନୁଭବ ନିର୍ଜାଳା ଉପବାସ କରି ଜାଗାର ଓଷା ପାଳନ କରିଛନ୍ତି ଏବଂ ପରିବାରର ମଙ୍ଗଳ କାମନ ମଧ୍ୟ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।