Odisha News Portal

ଘରେ ପାରା ବସା ବାନ୍ଧିଲେ ହୋଇଥାଏ ଏହି ଲାଭ , ଯାହା ଜାଣିଲେ ଆପଣ ବି ଘରେ ପାରା ରଖିବେ…..

ଅନେକ ଲୋକମାନେ ରହିଛନ୍ତି କି ଯେଉଁମାନେ ଘରେ ଗୃହପାଳିତ ପଶୁ ରଖିଥାନ୍ତି । ତେବେ ଆମ ଦେଶରେ ଅନେକ ଲୋକମାନେ ଘରେ ଗୃହପାଳିତ ପଶୁ ରଖିବା ପାଇଁ ବହୁତ ପସନ୍ଦ କରନ୍ତି । ପ୍ରକୃତରେ କୁକୁର ଯେପରି ଖୁବ ବିଶ୍ୱସ୍ତ ପଶୁ ଅଟେ ସେହିପରି ଅନେକ ପଶୁ ଅଛନ୍ତି ଯେଉଁମାନେ ଖୁବ ବିଶ୍ୱସ୍ତ ଅଟନ୍ତି । ତେଣୁ ଅନେକ ଘରେ ଗାଈ , କୁକୁର , ବିଲେଇ ଏପରିକି ଅନେକ ପ୍ରକାର ପକ୍ଷୀ ମାନଙ୍କୁ ମଧ୍ୟ ଘରେ ରଖିଥାନ୍ତି । ଏହା ଦ୍ୱାରା ଆମର ବହୁତ ଉପକାର ହୋଇଥାଏ ଏବଂ ଆମ ମାନଙ୍କୁ ବହୁତ ଭଲ ମଦ୍ୟ ଲାଗିଥାଏ ।

ସେହିମାନେ ଘରେ ପରିବାରର ସଦସ୍ୟ ଭଲି ରହିଥାନ୍ତି । ତେବେ ଏବେକା ସମୟରେ ଅନେକ ଲୋକମାନେ ବାସ୍ତ୍ତୁ ଶାସ୍ତ୍ର ଅନୁସାରେ ଘରେ ଗୃହ ପାଳିତ ପଶୁ ରଖିବା ପାଇଁ ପସନ୍ଦ କରନ୍ତି , ଯାହା ଦ୍ୱାରା କି ସେମାନଙ୍କର ଘର ଭିତରେ କୌଣସି ଅଶୁଭ ପ୍ରଭାବ ପଡିବନାହିଁ ଏଥିପାଇଁ ସର୍ବଦା ଚିନ୍ତିତ ମଧ୍ୟ ରହିଥନ୍ତି ।

ଏହି ବାସ୍ତୁ ଶାସ୍ତ୍ର ର ଆମ ଜୀବନ ଉପରେ ଅନେକ ପ୍ରଭାବ ରହିଛି । ଆଜି ଆମେ ଆପଣ ମାନଙ୍କୁ କହିବୁ କି ଯଦି ପାରା ଆପଣଙ୍କ ଘରେ ବସା ବାନ୍ଧେ ତେବେ କଣ ଲାଭ ହୋଇଥାଏ । ପାରା ହେଉଛି ଏକ ଶାନ୍ତ ପକ୍ଷୀ ଯାହାକି ପ୍ରାୟତଃ ଘରେ କିମ୍ବା ମନ୍ଦିର ରେ ରହିଥାଏ ।

ତେବେ ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ କହନ୍ତି ଯେ ଘରେ ପାରା ବସା ବାନ୍ଧିଲେ ତାହା ଅଶୁଭ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ କହି ରଖୁଛୁ ଯେ ଘରେ ପାରା ବସା ବାନ୍ଧିଲେ ତାହା ଶୁଭ ହୋଇଥାଏ ।

ଯଦି ଆପଣଙ୍କର ଘରେ ପାରା ବସା ବାନ୍ଦିଛି ତେବେ ତାହା ଆପଣଙ୍କର ଘର ପାଇଁ ବହୁତ ଶୁଭ ହୋଇଥାଏ । ପାରା ଘରେ ବସା ବାନ୍ଧିଲେ ଘରକୁ ଶାନ୍ତିର ଆଗମନ ହେବା ସହିତ ପରିବାରର ଲୋକମାନେ ସୁଖ ଶାନ୍ତିରେ ବସବାସ କରିଥାନ୍ତି । ପାରା ବିଭିନ୍ନ ପ୍ରକାର ରହିଥାଏ ମାତ୍ର ସେଥିମଧ୍ୟରୁ ଧଳା ପାରା ବହୁତ ଶୁଭ ହୋଇଥାଏ । ପାରା ଘରେ ରହିଲେ ଧନର ଆଗମନ ହୋଇଥାଏ କୌଣସି ପ୍ରକାରର ଅବାବ , ଅସୁବିଧା ଦେଖାଦିଏ ନାହିଁ ।

ଆପଣଙ୍କର କୌଣସି କାମ ଯଦି ଅଟକି ଯାଇଥିବ ତେବେ ତାହା ପୂରଣ ହୋଇଯିବ । ଘରେ ପାରା ରହିଲେ ଘରକୁ ସମୃଦ୍ଧି ଆସିଥାଏ । ଯଦି ଆପଣଙ୍କ ଘରେ ପାରା ବସା ବାନ୍ଧିଛି ତେବେ ତାହାକୁ ତଡି ନଦେଇ ଦାନା ଖାଇବାକୁ ଦିଅନ୍ତୁ ଯାହାଦ୍ୱାରା ଭଗବାନ ଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।