ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଯାତ୍ରା ଜଗତରେ ନିଜର ଡାନ୍ସ ଓ ଅଭିନୟ ମାଧ୍ୟମରେ ସମସ୍ତଙ୍କର ବେଶ ପ୍ରିୟ ଓ ପ୍ରସଂଶାର ପାତ୍ର ହେଇ ପାରୁଥିବା ସେହି ହଟ ଆଇଟମ ଗାର୍ଲ ରାଣୀ ପଣ୍ଡା ଙ୍କ ର କିଛି ଅଭୁଲା କଥା | ଆଉ ଯେଉଁଠି ରାଣୀ ପଣ୍ଡା ତାଙ୍କ ଜୀବନର କିଛି ଅଭୁଲା ଇଚ୍ଛା କୁ ପ୍ରକାଶ କରିଛନ୍ତି ଆଉ କ୍ୟାମେରା ସାମ୍ନାରେ ଭୋ ଭୋ ହୋଇ କାନ୍ଦୁଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଏଠାରେ ଯାହା ଦେଖିବାକୁ ମିଳିଛି କି ରାଣୀ ପଣ୍ଡା ତାଙ୍କର ଛୋଟ ବେଳର କଥା କିଛି ସେୟାର କରିଛନ୍ତି | ଆଉ ତାଙ୍କର କହିବା କଥା କି ସେ ଗୋଟିଏ ମିଡିଲ କ୍ଲାସ ଫେମିଲିରେ ଜନ୍ମ ହୋଇଥିଲେ | ଆଉ ଯେଉଁଠି ସେ କହିଛନ୍ତି କି ତାଙ୍କର ପରିବାର ବହୁତ ଦୁଃଖ ଆଉ କଷ୍ଟ ରେ ମଧ୍ୟ ଦିନ କାଟିବାକୁ ଲାଗୁଥିଲା | ଆଉ ସେ କହିଛନ୍ତି ଦୀପାବଳି ରେ ତାଙ୍କ ଘରେ ଗୋଟିଏ ମାତ୍ର ଦୀପ ଜଳୁଥିଲା ଆଉ ଦୀପ ବା ବାଣ ଆଣିବା ପାଇଁ ସେମାନଙ୍କ ପାଖରେ ସେତେବେଳେ ଟଙ୍କା ନ ଥିଲା | ଆଉ ତାଙ୍କର କହିବା କଥା କି ଲୋକଙ୍କ ଘରେ ବାଣ ଫୁଟିଲେ ସେମାନେ ଦେଖିବା ପାଇଁ ଦୌଡ଼ି ଯାଇଥିଲେ | ଆଉ ଯାହା ତାଙ୍କ ଜୀବନର ଦୁଃଖରେ ସମୟ ଥିଲା ବୋଲି କହିଛନ୍ତି |
ତାହା ଛଡା ସେ ପିଲା ବେଳେ ଲୋକଙ୍କର ସୁନା କାନ ଫୁଲ ଚୋରି କରି ବହୁତ ମାଡ଼ ଗାଳି ମଧ୍ୟ ଖାଇଥିଲେ ଆଉ ବଡ଼ ହୋଇ ସେ ସୁନା ର ହାର ପକାଇ ଦେଖାଇବେ ବୋଲି କହିଛନ୍ତି | ତାହା ବ୍ୟତୀତ ରାଣୀ ପଣ୍ଡା ଆହୁରି ମଧ୍ୟ କହିଛନ୍ତି କି ତାଙ୍କର ଜୀବନରେ ଯାହାକୁ ସେ ତାଙ୍କର ଜୀବନ ସାଥି କରିବା ପାଇଁ ଚାହୁଁଥିଲେ ତାକୁ ସେ ପାଇଁ ପାରିଲେ ନାହିଁ ଆଉ ଯାହାକୁ ନେଇକି ସେ ସବୁବେଳେ ଦୁଃଖ ପ୍ରକାଶ କରନ୍ତି ବୋଲି ମଧ୍ୟ କହିଥିଲେ |
ତାହା ବ୍ୟତୀତ ଆହୁ ରି ମଧ୍ୟ ରାଣୀ ପଣ୍ଡା କହିଛନ୍ତି କି ତାଙ୍କ ପାଇଁ ତାଙ୍କର ନନା ଘର ଛାଡିକି ପଳେଇ ଯାଇଥିଲେ | ଆଉ 10 ବର୍ଷ ପରେ ସେ ଫେରିବା ପରେ ତାଙ୍କ ପାଖରୁ ସ୍ନେହ ଆଉ ଭଲ ପାଇବା ପାଇ ସେ ବହୁତ ଖୁସି ଅଛନ୍ତି | ତେବେ ସେ କହିଛନ୍ତି କି ସେ ଯାହା ଟଙ୍କା ରୋଜଗାର କରନ୍ତି ସେଥିରେ ଗରିବ ଲୋକଙ୍କର କିଛି ସାହାଯ୍ୟ କରିବା ପାଇଁ ଚେଷ୍ଟା କରିଥାନ୍ତି ବୋଲି କହିବା ସହିତ ବଲିଉଡ କୁ ଯାଇ ସଲମାନ ଙ୍କ ସହିତ କାମ କରିବା ପାଇଁ ତାଙ୍କର ଇଛା ଅଛି ବୋଲି କହିଛନ୍ତି | ଯାହା ଏବେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।