ଗ୍ୟାସ୍‌ ରୋଗୀ – କ’ଣ ଖାଇବେ ଏବଂ କ’ଣ ଖାଇବେ ନାହିଁ ଜାଣନ୍ତୁ ? | Diet For Gastritis Patients | Dr. Shalini Rao

ତେବେ ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଛୋଟ ହେଉ ବା ବଡ଼ ମଣିଷ ଶରୀରରେ ସବୁବେଳେ କିଛି ନା କିଛି ସମସ୍ୟା ମାନ ଲାଗିକି ରହିଥାଏ | ଆଉ ସେହିଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ଉପାୟ ମାନ ମଧ୍ୟ ଆମେ ମାନେ ଆପଣାଇ ଥାଉ | ତେବେ ସେହି ଭଳି ଏକ ସମସ୍ୟା ହେଉଛି ଗ୍ୟାସ ଜନିତ ସମସ୍ୟା | ଆଉ ଏହି ଗ୍ୟାସ ଜନିତ ସମସ୍ୟା ଏତେ ଅଧିକ ହୋଇଥାଏ କି ଯାହା ଯୋଗୁ ଆମେ ମାନେ ଅନେକ ସମସ୍ୟା ରେ କଷ୍ଟ ପାଇଥାଉ ଅନେକ | ତେବେ ଏହି ଗ୍ୟାସ ଜନିତ ସମସ୍ୟା ଆମର ଖାଦ୍ୟ ଉପରେ ନିର୍ଭର କରିଥାଏ | ତାହେଲେ ଆସନ୍ତୁ ଆଜି ଆମେ ଜାଣିବା ଗ୍ୟାସ ଜନିତ ସମସ୍ୟା ଆମ ଶରୀରରେ ଥିଲେ କେଉଁ ପ୍ରକାରର ଖାଦ୍ୟ ଖାଇବା ଉଚିତ ଓ କେଉଁ ପ୍ରକାରର ଖାଦ୍ୟ ଖାଇବା ନାହିଁ |

କେଉଁ ପ୍ରକାରର ଖାଦ୍ୟ ଖାଇବା ଉଚିତ :-

କୁହାଯାଉଛି କି ଆପଣଙ୍କର ଯଦି ଗ୍ୟାସ ଜନିତ ସମସ୍ୟା ରହିଛି ତାହେଲେ ଆପଣ କେବେବି ଖାଲି ପେଟ ରେ ରୁହନ୍ତୁ ଜାଣି | ତାହା ଛଡା ଆପଣ ଅଧିକ ଖାଦ୍ୟ ମଧ୍ୟ ଖାଆନ୍ତୁ ଜାଣି ବୋଲି କୁହାଯାଉଛି | ଅଧିକ ଖାଇବା ଯୋଗୁ ଆପଣ ଙ୍କ ହଜମ ହୁଏ ନାହିଁ ଆପଣଙ୍କର ଶରୀରରେ ଆଉ ଯାହା ଫଳରେ ଗ୍ୟାସ ସମସ୍ୟା ଗୁଡିକ ଦେଖା ଯାଏ ଓ ତାହା ବ୍ୟତୀତ ଉପାସ ରହିଲେ ମଧ୍ୟ ଏସିଡିଟି ଭଳି କିଛି ସମସ୍ୟା ମାନ ଦେଖା ଯାଇଥାଏ |

ତେଣୁ କୁହାଯାଉଛି କି ସକାଳେ ଆଲକାଲାଇନ ଖାଦ୍ୟ ଯଥା ମୁଗ, ବୁଟ, ଚୁଡା ଓ ଛତୁଆ ଖାଇନେବ | ଆଉ ଏହୁ ବ୍ରେକଫାଷ୍ଟ ର 4 ଘଣ୍ଟା ପରେ ଆମେ ପଇଡ଼ ପାଣି ବା ଲେମ୍ବୁ ପାଣି ମଧ୍ୟ ପିଇ ନେବା ଓ ତାହା ପରେ ଲଞ୍ଚ ରେ ହେଭି ଖାଇବା ଖାଇକି ରାତିରେ ଲାଇଟ ଖାଇବା ଖାଇବା ଭଲ ହୋଇଥାଏ |
କେଉଁ ପ୍ରକାରର ଖାଦ୍ୟ ଖାଇବେ ନାହିଁ :-

ତେବେ ଗ୍ୟାସ ସମସ୍ୟା ଥିବା ରୋଗୀ ମାନେ କୋବି ତରକାରୀ, ମୂଳା, ବିରି ଆଇଟମ ଓ ଅରୁଆ ଭାତ ଖାଇବେ ନାହିଁ | ତାହା ଛଡା ଅଠାଳିଆ କିଛି ବି ଖାଇବା ଖାଇବେ ନାହିଁ ଏହା ଛଡା ଆପଣ ମାନେ ବାସି ବା ଖଟା ଜିନିଷ ଖାଆନ୍ତୁ ନାହିଁ | ଖାଲି ପେଟରେ କ୍ଷୀର ପିଅନ୍ତୁ ନାହିଁ କି ଖଟା ଦହି ମଧ୍ୟ ଖାଆନ୍ତୁ ନାହିଁ ଫ୍ରେସ ଦହି ଖାଇ ପାରିବେ |ତେବେ ଆପଣ କ୍ଷୀର ରୁ ଛେନା କାଟିକି ଖାଇ ପାରିବେ ଓ ତାହା ବ୍ୟତୀତ ମୂଳା ଓ ଗ୍ରୀନ ଜାତୀୟ ଖାଦ୍ୟ ରାତିରେ ଖାଇବେ ନାହିଁ | ଏହା ଛଡା ଆପଣ ମାନେ ଷ୍ଟ୍ରେସ କମ ନେବେ ଓ ନିଦ୍ରା ଠିକ ଭାବରେ କରିବେ ଓ ପାଣି ଅଧିକ ପିଇବା ଆବଶ୍ୟକ |

ତେବେ ଏହି ଭଳି ଖାଇବା ଆପଣାଇବେ ଆମେ ପିଲା ଔଷଧ ରେ ଗ୍ୟାସ ଜନିତ ରୋଗ ରୁ ମୁକ୍ତି ପାଇପାରିବା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment