Odisha News Portal

Health Tips – ଗ୍ୟାସ ରୋଗୀ ମାନେ କଣ ଖାଇବେ ଏବଂ କଣ ଖାଇବେ ନାହିଁ ? Dr. Vidya Devaranjan

ଆଜିର ଦିନରେ ପେଟରେ ଗ୍ୟାସ ଭଳି ସମସ୍ୟା ଅଧିକ ସଂଖ୍ୟରେ ଦେଖାଯାଉଛି । କାରଣ ଅଧିକାଂଶ ଝିଅ ବା ପୁଅ ମାନେ ୱେଟ ଲସ୍ ପାଇଁ ଖାଇବାରେ ଅଧିକ ଗ୍ୟାପସ୍ ରଖିଥାନ୍ତି । ଯାହାଫଳରେ ପାକସ୍ଥଳି ଉପରେ ଏହାର ପ୍ରଭାବ ପଡିଥାଏ ଏବଂ ଗ୍ୟାସ ଭଳି ସମସ୍ୟା ସୃଷ୍ଟି ହୋଇଥାଏ । କେହି କେହି ଖାଇବା ସମୟରେ ଆବଶ୍ୟକତା ଠାରୁ ଅଧିକ ଖାଇଦେଇଥାନ୍ତି , ତାହା ମଧ୍ୟ କରିବା ଉଚିତ୍ ନୁହେଁ । ତା ସହିତ ପ୍ରତି ଘଣ୍ଟାରେ ପାଣି ପିଇବାର ଆବଶ୍ୟକତା ରହିଛି । ତେବେ ଆଜି ଆମେ ଜାଣିବା ଗ୍ୟାସ ରୋଗୀ ମାନଙ୍କୁ କେଉଁ ସବୁ ଖାଦ୍ୟ ଖାଇବା ଉଚିତ୍ ଏବଂ କେଉଁ ଖାଦ୍ୟ ଖାଇବା ଉଚିତ୍ ନୁହେଁ ।

କଣ ଖାଇବେ :-

1. ଏହି ରୋଗୀ ମାନଙ୍କୁ ଆଲକାଲାଇନ ଫୁଡ୍ ର ଆବଶ୍ୟକତା ରହିଛି , ଅର୍ଥାତ୍ ଯେଉଁ ଖାଦ୍ୟରେ ତେଲ ମସଲା ୟୁଜ୍ ହୋଇ ନଥାଏ । ଯେମିତିକି ଆମର ଛତୁଆ , ଚୁଡା , କଦଳୀ , ଦହି , ସାବୁ ବା ରୁଟି ମଧ୍ୟ ଖାଇପାରିବେ ।

2. ଏଥିସହିତ ଆପଣ ମାନେ ଗଜା ମୁଗ ବା ବୁଟ , ସନ୍ତୁଳା ଜାତୀୟ ଖାଦ୍ୟ ବା ଡାଲମା ଖାଇପାରିବେ । ଏହି ସବୁ ଜିନିଷ ସକାଳର ବ୍ରେକଫାଷ୍ଟରେ ଖାଇବା ଉଚିତ୍ ।

3. ବ୍ରେକଫାଷ୍ଟ ଖାଇବାର 4 ଘଣ୍ଟା ଗ୍ୟାପସ୍ ପରେ କୌଣସି ଲିକୁଇଡ୍ ଜିନିଷ ଏଡ୍ କରନ୍ତୁ । ଯେମିତିକି ପଇଡ ପାଣି , ଲେମ୍ୱୁ ପାଣି , କିଛି ଫ୍ରୁଟସ୍ ଖାଇପାରିବେ ବା ଚୁଡା ମଧ୍ୟ ଖାଇପାରିବେ । ଯାହାଫଳରେ ହାଇଡ୍ରୋକ୍ଲରିକ ଏସିଡ୍ କୁ ଇନବାଲାନ୍ସ ହେବାକୁ ଦେଇ ନଥାଏ ।

4. ଲଞ୍ଚ ଟାଇମ ରେ ଆପଣ ମାନେ ଡାଲି , ତରକାରୀ , ମାଛ , ମାଂସ , ଅଣ୍ଡା ଖାଇପାରିବେ । ଲଞ୍ଚ ଟାଇମରେ ଡାଇଜେସନ ଠିକ୍ ଭାବରେ ରହିଥାଏ ତେଣୁ କୌଣସି ପ୍ରକାର ଅସୁବିଧା ହୁଏ ନାହିଁ ।

5. ଲଞ଼୍ଚ ଖାଇବାର 4 ଘଣ୍ଟା ପରେ ଲାଇଟ୍ ସ୍ନାକ୍ସ ଟିକିଏ ନେବେ ଏବଂ ଡିନର ସମୟରେ ଅଳ୍ପ ଖାଦ୍ୟ ଖାଇବେ । କାରଣ ସେହି ସମୟରେ ଆମ ବଡି ରେଷ୍ଟ ନେଇଥାଏ ତେଣୁ ଲାଇଟ୍ ଖାଦ୍ୟ ଖାଇବା ଶରୀର ପାଇଁ ଭଲ ହୋଇଥାଏ ।

କଣ ଖାଇବେ ନାହିଁ :-

1. ସାଧାରଣତଃ ବାସିଖାଦ୍ୟ , କୋବି ଓ ମୂଳାରେ ପ୍ରସ୍ତୁତ ଆଇଟମ୍ ବା ଟାଣ ଥିବା ଖାଦ୍ୟ , ବିରିରେ ପ୍ରସ୍ତୁତ ଖାଦ୍ୟ ଓ ଅରୁଆ ଚାଉଳ ଭାତ ବା ଅଠାଳିଆ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ।

2. ଖାଲିପେଟରେ କ୍ଷୀର ସେବନ , ଖଟାଦହୀ , ମୂଳା , ଶାଗ , କଲରା ଆଦି ଗ୍ରୀନ ପରିବା ଗୁଡିକ ରାତିରେ ଖାଇବେ ନାହିଁ । ବୁଟ , ମଟର ତଡକା ଏହିସବୁ ଜିନିଷ ରାତିରେ ବ୍ୟବହାର କରିବେ ନାହିଁ । ରୁଟି ବା ସନ୍ତୁଳା ଖାଦ୍ୟ ଖାଇପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।