Odisha News Portal

ଗ୍ୟାସ୍ ସିଲିଣ୍ଡର୍ ଡେଲିଭରୀ ପାଇଁ ନଭେମ୍ବର ୧ରୁ ଲାଗୁ ହେବ ନୂଆ ନିୟମ: ଜାଣନ୍ତୁ କ’ଣ କରିବାକୁ ହେବ

ରନ୍ଧନ ଗ୍ୟାସ ସିଲିଣ୍ଡରକୁ ନେଇ ଆସିଛି ବହୁତ ବଡ ଖବର । ତେବେ ଗ୍ୟାସ ସିଲିଣ୍ଡର କୁ ନେଇ ହେଉଥିବା କଳାବଜାରୀ ଉପରେ ସରକାର ନଭେମ୍ବର ମାସ 1 ତାରିଖ ଠାରୁ ଲଗାମ ଲଗାଇବା ପାଇଁ ନୂତନ ନିୟମ ସବୁ ଲାଗୁ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ତେବେ ଏହି ନିୟମ ଅନୁସାରେ ଗ୍ୟାସ ସିଲିଣ୍ଡର ଡେଲିଭରି କରିବା ପାଇଂ ଘରକୁ ଆସୁ ଥିବା ଡେଲିବରି ବଏଙ୍କୁ ଓଟିପି ଦେବାକୁ ପଡିବ ବା ଡେଲିଭରି ବଏ ଘରକୁ ସିଲିଣ୍ଡର ନେଇ ଆସିଲେ ତାଙ୍କୁ ଓଟିପି ଦେବାକୁ ପଡିବ । କାହିଁକି ନାଁ ସରକାରୀ ତୈଳ କମ୍ପାନୀ ଅନୁଯାୟୀ ନଭେମ୍ବର ମାସ 1 ତାରିଖରୁ ଦେଶର ପ୍ରାୟ 100 ଟି ସ୍ମାର୍ଟ ସିଟିରେ ଗ୍ୟାସ୍ ସିଲିଣ୍ଡର ଡେଲିଭରୀ ପାଇଁ ୱାନ୍ ଟାଇମ୍ ପାସୱାର୍ଡ଼ ବା OTP ଦେବାକୁ ଅନିବାର୍ଯ୍ୟ ।

ତେବେ ସରକାରଙ୍କର ଏହି ନୂତନ ପ୍ରକାର ସିଷ୍ଟମର ନାଁ DAC ଦିଆଯାଇଛି । ତେବେ ଏହି DAC ର ଅର୍ଥ ହେଉଛି ଡେଲିଭରୀ ଅଥେଣ୍ଟିକେସନ୍ କୋଡ୍ । ତେବେ ବର୍ତ୍ତମାନ ଆପଣ କେବଳ ଗ୍ୟାସ ବୁକିଂ କରିଲେ ଗ୍ୟାସ ସିଲିଣ୍ଡର ଡେଲିଭରି ହୋଇ ଯିବ ନାହିଁ

ବରଂ ଗ୍ୟାସ ସିଲିଣ୍ଡର ବୁକିଂ ପରେ ଆପଣଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ଏକ କୋଡ୍ ବା ଓଟିପି ପଠା ଯିବ । ସେହି କୋଡ଼୍ ବା ଓଟିପିକୁ ଆପଣଙ୍କୁ ଡେଲିଭରୀ ବଏକୁ ଦେଖାଇବାକୁ ହେବ । ତେବେ ଡେଲିଭରୀ ବଏକୁ ସେହି କୋଡ ନ ଦେଖାଇବା ପର୍ଯ୍ୟନ୍ତ ସେ ସିଲିଣ୍ଡର୍ ଡେଲିଭର୍ କରିବେ ନାହିଁ ।

ତେବେ ଯଦି କୌଣସି ବି ଗ୍ରାହକ ଡିଷ୍ଟ୍ରିବ୍ୟୁଟର୍ ପାଖରେ ନିଜର ମୋବାଇଲ ନମ୍ବର୍ ଅପଡେଟ କରିନାହାନ୍ତି ତାହେଲେ ମଧ୍ୟ ଆପଣଙ୍କ ଗ୍ୟସ ସିଲିଣ୍ଡର ଡେଲିଭର ହୋଇ ପାରିବ । ସେଥିପାଇଁ ଆପଣଙ୍କର ଡେଲିଭରୀ ବଏ ପାଖରେ ଏକ ଆପ ଥିବ, ଯେଉଁ ଆପ ଜରିଆରେ ଆପଣ ନିଜ ନମ୍ବର ଅପଡେଟ୍ କରିପାରିବେ। ଏହାପରେ କୋଡ୍ ଜେନେରେଟ୍ କରିପାରିବେ। ତେବେ ଯେଉଁ ଗ୍ରାହକଙ୍କ ଠିକଣା ଭୁଲ ଥିବ କିମ୍ବା ମୋବାଇଲ ନମ୍ବର ଭୁଲ ଥିବ ସେହି ଗ୍ରାହକଙ୍କ ପାଇଁ ସମସ୍ୟା। ଏଥିପାଇଁ ଗ୍ରାହକଙ୍କ ସିଲିଣ୍ଡର୍ ଡେଲିଭରୀ ରୋକି ଦିଆଯାଇପାରେ।

ତୈଳ କମ୍ପାନୀ ତରଫରୁ ଏହି ବିଷୟରେ ସମସ୍ତ ଗ୍ରାହକ ମାନଙ୍କୁ ପରାମର୍ଶ ଦିଆଯାଇଛି ଯେ, ସେମାନେ ନିଜର ନାମ, ଠିକଣା ଏବଂ ମୋବାଇଲ ନମ୍ବର ଅପଡେଟ୍ କରିଦିଅନ୍ତୁ ନଚେତ ବହୁତ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି । ଯେପରିକି ସିଲିଣ୍ଡର ଡେଲିଭରୀ ସମୟରେ ତାଙ୍କୁ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ । ତକିନ୍ତୁ ଏହି ନିୟମ କମର୍ସିୟାଲ୍ ଏଲପିଜି ସିଲିଣ୍ଡର ପାଇଁ ଲାଗୁ ହେବନାହିଁ, ସେଥିପାଇଁ ସେମାନେ ଆଦୌ ଚିନ୍ତା କରନ୍ତୁ ନାହିଁ । କାହିଁକି ନାଁ ସେମାନେ ପୂର୍ବରୁ ଯେପରି ଗ୍ୟାସ ବୁକିଂ କରି ସିଲିଣ୍ଡର ନେଇ ପାରୁଥିଲେ ସେହିପରି ନେଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।