ବନ୍ଧୁଗଣ ବର୍ତମାନ ପ୍ରାୟ ସମସ୍ତଙ୍କ ଠାରେ ପେଟ ଜନିତ ସମସ୍ୟା ଅଧିକ ମାତ୍ରାରେ ଦେଖା ଦେଉଛି,ପିଲା ଠାରୁ ବୁଢ଼ା ପ୍ରଯ୍ୟନ୍ତ ଅଧିକାଂଶ ବ୍ୟକ୍ତିଙ୍କ ଠାରେ ପେଟ ଜନିତ ଅନେକ ସମସ୍ୟା ଦେଖା ଦେଉଥାଏ |ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବ୍ୟକ୍ତି ଅନେକ ପ୍ରକାର ଔଷଧ ମଧ୍ୟ ସେବନ କରିଥାନ୍ତି ମାତ୍ର କୌଣସି ଉପଶମ ମିଳିନଥାଏ |ଯଦି ବ୍ୟକ୍ତି ଠାରେ ପେଟ ଜନିତ ସମସ୍ୟା ଦେଖା ଦେଇଥାଏ ତେବେ ତା ଶରୀରରେ ଆହୁରି ଅନେକ ପ୍ରକାର ସମସ୍ୟା ପ୍ରୋବ୍ଲେମ ମଧ୍ୟ ଦେଖା ଦେଇଥାଏ |ମୁଁ ଆଜି ଆପଣଙ୍କ ପେଟ ଜନିତ ସମସ୍ୟା ସହିତ ଦେହର ବିନ୍ଧା ମଧ୍ୟ କମାଇବା ପାଇଁ ଏକ ଘରୋଇ ଡ୍ରିଙ୍କ ବିଷୟରେ କହିବି |ଏହି ଡ୍ରିଙ୍କ ଆପଣଙ୍କ ଶରୀର ଅନେକ ରୋଗ ଭଲ କରିଥାଏ, ତେବେ ଆସନ୍ତୁ ଜାଣିବା ଏହି ଡ୍ରିଙ୍କର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ |
ଆବଶ୍ୟକ ସାମଗ୍ରୀ :-ଲେମ୍ବୁ,ଅଦା ଓ ପୋଦିନା ପତ୍ର
ପ୍ରସ୍ତୁତି :-ପ୍ରଥେମେ ଆପଣ ଗୋଟିଏ ଲେମ୍ବୁକୁ ପିସ କରି କାଟି ନିଅନ୍ତୁ, ପରେ ଆପଣ ଏକ ଅଧା ଇଞ୍ଚର ଅଦାକୁ ମଧ୍ୟ ପତଳା ପିସରେ କାଟି ନିଅନ୍ତୁ |ଆପଣ କେବେବି ଆଡକୁ ପେଷ୍ଟ ଭାବରେ ଏହି ଡ୍ରିଙ୍କରେ ବ୍ୟବହାର କରିବେ ନାହିଁ, ପରେ ଆପଣ କିଛି ପୋଦିନା ପତ୍ର ଆଣନ୍ତୁ |ଏହି ଡ୍ରିଙ୍କ ପ୍ରସ୍ତୁତ କରିବା ପାଇଁ ଆପଣ ଭୁଲରେ ବି ଷ୍ଟିଲ କିମ୍ବା ପିତଳ ଗ୍ଲାସ ବ୍ୟବହାର କରିବେ ନାହିଁ ଏଥି ପାଇଁ ଆପଣ କେବଳ କଚାରେ ତିଆରି ଗ୍ଲାସ କିମ୍ବା ଜଗ ବ୍ୟବହାର କରି ପାରିବେ |
ଏକ କାଚ ଗ୍ଲାସରେ ଆପଣ ଏକ ଗ୍ଲାସ ପାଣି ନିଅନ୍ତୁ ଏବଂ ସେଥିରେ କଟା ଲେମ୍ବୁରୁ ମଞ୍ଜି ବାହାର କରି ସେହି ପାଣିରେ ପକାନ୍ତୁ,ଦୁଇରୁ ତିନୋଟି ଅଦା ପିସ ଓ ଦଶରୁ ବାରଟି ପୋଦିନା ପତ୍ର ସେଥିରେ ପକାନ୍ତୁ |ସେହି ପାଣିକୁ ଆପଣ କିଛି ସମୟ ଢାଙ୍କୁଣୀ ଦେଇ ରଖନ୍ତୁ ଯେପରି ଏହି ସବୁ ଦ୍ରବ୍ୟର ପୋଷାକ ତତ୍ୱ ସେହି ପାଣିରେ ମିଶି ଯିବ |ଏହି ଡ୍ରିଙ୍କ ଆପଣ ତିନିରୁ ଚାରି ଘଣ୍ଟା ଆଗରୁ ପ୍ରସ୍ତୁତ କରି ରଖି ପରେ ଏହାକୁ ବ୍ୟବହାର କରନ୍ତୁ |
ବ୍ୟବହାର :-ଏହି ପ୍ରସ୍ତୁତ କରି ରଖିଥିବା ପାଣି ଆପଣ ଦିନ ବେଳେ ଯେ କୌଣସି ସମୟରେ ପିଇ ପାରିବେ, ଏହି ଗ୍ଲାସେ ପାଣିକୁ ଆପଣ ଅଳ୍ପ ଅଳ୍ପ କରି ପିଇଲେ ଭଲ ହୋଇଥାଏ |ଏକା ସମୟରେ ଆପଣ ସବୁ ପାଣି ପିଅନ୍ତୁ ନାହିଁ, ଏହି ଡ୍ରିଙ୍କ ଆପଣ କେବେ ରାତି ସମୟରେ ପିଅନ୍ତୁ ନାହିଁ |ଏହି ଡ୍ରିଙ୍କ ଆପଣ କିଛି ଦିନ ବ୍ୟବହାର କରନ୍ତୁ ଦେଖିବେ ପେଟ ଜନିତ ସମସ୍ୟା ଅପଣଙ୍କ ଧୀରେ ଧୀରେ ସମ୍ପୂର୍ଣ ଦୂର ହୋଇଯିବ |ଏହି ସହିତ ଆପଣ ସମ୍ପୂର୍ଣ ସୁସ୍ଥ ମଧ୍ୟ ହୋଇଯିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।