Kumudeni Tripathy – ଗର୍ଭବତୀ ହୋଇପାରୁ ନଥିଲେ ଜାଣନ୍ତୁ କେଉଁ କେଉଁ ଉପାୟ କରିବା ଦ୍ୱାରା ଆପଣ ଗର୍ଭବତୀ ହୋଇପାରିବେ

ସମାଜରେ ବହୁତ ବଡ ମହତ୍ତ୍ୱ ପୂର୍ଣ୍ଣ ଭୂମିକା କେବଳ ଗୋଟିଏ ମାଆ ହିଁ ଲିଭେଇ ଥାଏ ଏବଂ ସବୁ ଝିଅ ଙ୍କର ମାଆ ବନିବା ଏକ ପ୍ରକାର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ପ୍ରତ୍ୟେକ ଝିଅ ମାନେ ବିବାହ ପରେ ମା ହେବାର ପ୍ରବଳ ଇଚ୍ଛା ରହିଥାଏ ଏବଂ କେତେକ ମହିଳା ବିବାହ ପରେ ମାଆ ହେବାର ସୌଭାଗ୍ୟ ପ୍ରାପ୍ତ କରିଥାନ୍ତି । କିନ୍ତୁ କେହି କେହି ମହିଳା ବିବାହର କିଛି ଦିନ ପରେ ମା ହେବା ପାଇଁ ଇଚ୍ଛା ପ୍ରାକାଶ କରିଥାନ୍ତି । କିନ୍ତୁ କେତେକ କାରଣରୁ ସେମାନେ ମାଆ ହୋଇ ପାରନ୍ତି ନାହିଁ , ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ମହିଳାମାନେ କାହିଁକି ମା ହୋଇ ପାରନ୍ତି ନାହିଁ ଏବଂ କଣ କଲେ ଜଣେ ମହିଳା ମା ହୋଇପାରିବ ।

ଗର୍ଭବତୀ ନ ହେବାର କାରଣ :-

1. ଯଦି ଆପଣ ବହୁ ଚେଷ୍ଟା ପରେ ମାଆ ହୋଇପାରୁନାହାନ୍ତି ତ ପ୍ରଥମେ ଆପଣ ଆପଣଙ୍କର ଥାଇରେଡ ପରୀକ୍ଷା କରି ନିଅନ୍ତୁ । କାରଣ ଥାଇରେଡ ଠିକ ଭାବରେ କାମ କରୁନଥିଲେ ଜଣେ ମହିଳା ମା ହୋଇପାରିବ ନାହିଁ ।

2. ଦ୍ୱିତୀୟରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଡାଇବେଟିସ ପରିକ୍ଷା କରି ନେବା ଉଚିତ , ଯଦି ଦୁହିଁଙ୍କ ମଧ୍ୟରୁ କାହାର ବି ଡାଇବେଟିସ ରହିଥାଏ ତାହେଲେ ମହିଳା ଜଣକ ଗର୍ଭବତୀ ହୋଇପାରିବେ ନାହିଁ ।

3. ମହଳା ମାନଙ୍କ ଶରୀରରେ ଓଭାରୀ ଜନିତ ରୋଗ ବା pocs ରୋଗ ଥିଲେ ସେହି ମହିଳା କେବେହେଲେ ଗର୍ଭବତୀ ହୋଇ ପାରିବ ନାହିଁ । କାରଣ ଏହି ରୋଗ ଦ୍ୱାରା ମହିଳାଙ୍କର ଓଭାରୀ ବାୀ ଗର୍ଭାଶୟ ବଡ ହୋଇଥାଏ ଓ ପିଲାଟି ରହି ନଥାଏ ।

4. ମହିଳା ମାନେ ଗର୍ଭବତୀ ହେଉଥିଲେ ପୁରୁଷମାନେ ପ୍ରଥମେ ନିଜର ସ୍ପର୍ମ ଟେଷ୍ଟ କରିବା ଉଚିତ । ସାଧାରଣତଃ ଯେଉଁ ପୁରୁଷମାନେ ଅନିଦ୍ରା ରୁହନ୍ତି ଓ ଅଧିକ ତାପମାତ୍ରା ରହୁଥିବା ସ୍ଥାନରେ ରହିଥାନ୍ତି , ତେବେ ତାଙ୍କର ସ୍ପର୍ମ ଦୁର୍ବଳ ଥାଏ । ତେଣୁ ମହିଳାମାନେ ମା ହୋଇପାରନ୍ତି ନାହିଁ ।

5. ଉଭୟ ପୁରୁଷ ବା ମହିଳା ମାନଙ୍କର ଓଜନ ବହୁତ ଅଧିକ ଥାଏ ତେବେ ସେମାନେ ତାଙ୍କର ପ୍ରଜଜନ କ୍ଷମତା ହରାଇ ବସନ୍ତି । ତେଣୁ ନିଜର ଓଜନ ଅଧିକ ବା କମ ନହୋଇ ଏକ ନିୟନ୍ତ୍ରଣରେ ରହିବା ଉଚିତ ।

6. ସାଧାରଣ ଭାବରେ ଅନେକ ଦମ୍ପତ୍ତିମାନେ ଭୁଲ ସମୟରେ ଶାରୀରିକ ସମ୍ୱନ୍ଧ ରଖିଥାନ୍ତି , ଯାହାଫଳରେ ସେମାନେ ମା ହେବାରୁ ବଞ୍ଚିତ ହୋଇଥାନ୍ତି । ତେଣୁ ସଠିକ ସମୟରେ ସହବାସ କରିବା ଉଚିତ ।

7. ଏକ ରିସର୍ଚ୍ଚ ଅନୁସାରେ ମହିଳାଙ୍କ ପରିୟଡ୍ଡ ହେବାର 11 ଦିନ ପରେ ଲଗାତାର ଶାରୀରିକ ସମ୍ୱନ୍ଧ ରଖିବା ଦ୍ୱାରା ଜଣେ ମହିଳା ମା ହୋଇଥାନ୍ତି । ତେଣୁ ଏହାକୁ ଆପଣ ମାନେ ଅନୁସରଣ କରିବା ଉଚିତ ।

8. ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବା ଉଚିତ , କାରଣ ଏହା ଶରୀରର ପ୍ରଜନନ ପ୍ରକ୍ରିୟାକୁ ହ୍ରାସ କରିଥାଏ ।

9. ଗର୍ଭବତୀ ହେବାକୁ ଚାହୁଁଥିଲେ ଏହାର 3 ମାସ ଆଗରୁ ଗର୍ଭ ରୋଧକ ବଟିକା ଖାଇବା ବନ୍ଦ କରିବା ଆବଶ୍ୟକ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment