Odisha News Portal

ଗର୍ଭଧାରଣ ଯୋଜନା କରୁଛନ୍ତି କି ? ପ୍ରତ୍ୟେକ ବିବାହିତା ମହିଳା ନିଶ୍ଚୟ ଜାଣି ରଖନ୍ତୁ । Dr. Rolika Keshri

ପ୍ରତ୍ୟେକ ନାରୀ ଜୀବନରେ ଏମିତି ଗୋଟିଏ ସମୟ ଆସିଥାଏ ଯେଉଁ ସମୟରେ ତାଙ୍କୁ ବହୁତ କିଛି କଷ୍ଟ ସହିବାକୁ ପଡିଥାଏ କିନ୍ତୁ ଶେଷରେ ସେମାନେ ବହୁତ ଖୁସି ହେଇଥାନ୍ତି ।ତେବେ ସେହି ସମୟଟି ହେଉଛି ପ୍ରେଗନେନ୍ସି ସମୟ, ତେବେ ଜାଣିଛନ୍ତି ଏହି ସମୟରେ ବହୁତ ମାଆ ମାନେ ନିଜର ଠିକରେ ଯତ୍ନ ନେଇ ନଥାନ୍ତି ଆଉ ଯାହାର ପ୍ରଭାବ ପିଲା ଉପରେ ପଡିଥାଏ ।ତେଣୁ ସୁସ୍ଥ ଶିଶୁଟିଏ ଜନ୍ମ ହେବା ପାଇଁ ହେଲେ ବହୁତ ଗୁଡିଏ ଦିଗ ପ୍ରତି ପ୍ରତ୍ୟେକ ମହିଳା ମାନେ ଧ୍ୟାନ ଦେବା ଦରକାର ।

ତେବେ ବନ୍ଧୁମାନେ ଆମେ ଆଜି କିଛି ବିଶେଷ ସୂଚନା ଆପଣଙ୍କୁ ଜଣେଇବୁ ଯାହାକୁ ପ୍ରେଗନେନ୍ସି ପୂର୍ବରୁ ମାନିବା ନିତାନ୍ତ ଜରୁରୀ ଅଟେ ।ତେବେ ଏହି ସବୁ ସୂଚନା ବିଶିଷ୍ଟ ଡାକ୍ତର ମାନେ ହିଁ ଜଣେଇଛନ୍ତି ତେଣୁ ଏସବୁକୁ ଭଲକରି ଜାଣି ରଖନ୍ତୁ ।

-ତେବେ ପ୍ରେଗନେନ୍ସି ପୂର୍ବରୁ ନିଜର ଶରୀର କୁ ଗର୍ଭଧାରଣ ପାଇଁ ପ୍ରସ୍ତୁତ କରିବା ଦରକାର ସେଥିପାଇଁ ପ୍ରତିଦିନ 15ରୁ 20 ମିନିଟ ଏକ୍ସାସାଇଜ ବା ଚାଲିବା ଦରକାର ତେହେଲେ ଶରୀରରେ ଡାଇବେଟିସ ବା ଇନସୁନୀଲ ର ମାତ୍ରା ବଡ଼ି ନଥାଏ ।କାରଣ ଏହିସବୁ କୋନ୍ତ୍ରଲ ନଥିଲେ ଆପଣଙ୍କ ପ୍ରେଗନେନ୍ସି ବା ପ୍ରେଗନେଣ୍ଟ ହେବାରେ ବହୁତ ଅସୁବିଧା ହେଇଥାଏ ।

-ଏହା ସହିତ ପ୍ରତିଦିନ ନିଜର ଏକ ଉପଯୁକ୍ତ ଦାଏଟ ଚାଟ ରହିବା ଦରକାର ଯେଉଁଥିରେ ସମସ୍ତ ପ୍ରକାରର ଖାଦ୍ୟ ରହିଥାଏ ।ପ୍ରାୟତଃ ଆମର ଖାଦ୍ୟରେ ଆଇରନ ଓ ପ୍ରୋଟିନ ମାତ୍ରା କମ ଥାଏ, ତେଣୁ ମାଇକ୍ରୋ ନ୍ୟୁଟ୍ରିସନ ଯେପରି କ୍ୟାଲସିୟମ,ଜିଙ୍ଗ, କ୍ରୋମିୟମ ପାଇଁ ପ୍ରତିଦିନ କିଛି ଗୋଟାଏ ମଲଟି ଭିଟାମିନ ଟେବଲେଟ ଖାଇବା ଦରକାର ।

-ଆଉ ମନେ ରଖିବେ ସବୁବେଳେ ନିଜର ଭିଟାମିନ ଡି ଲେବୁଲ କୁ ଚେକ କରିବା ଦରକାର ।ତେଣୁ ସେଥିପାଇଁ ସବୁଦିନେ ସକାଳେ ସୂର୍ଯ୍ୟ କିରନ୍ରେ 10ରୁ 15 ମିନିଟ ପର୍ଯ୍ୟନ୍ତ ରହିବା ଦରକାର ।

-ଯଦି ଅଧିକା ଷ୍ଟେର୍ସରେ ରହୁଛନ୍ତି ତାହେଲେ ସବୁଦିନ କିଛି ସମୟ ଏକ୍ସାସାଇଜ, ଯୋଗ ଓ ମେଡିଟେସନ କରି ନିଜର ଷ୍ଟ୍ରେସ କୋନ୍ତ୍ରଲ କରିବା ଦରକାର ।

-ଯଦି ଆପଣ ପ୍ରେଗନେନ୍ସି ପାଇଁ ଚେଷ୍ଟା କରୁଛନ୍ତି ଆଉ ଆପଣଙ୍କ ର କୌଣସି ନିଶା ରହିଛି ତାହେଲେ ସେବୁକୁ ଛାଡି ଦେବା ଉଚିତ ।

-ଆଉ ଅଧିକା ମିଠା ଓ ତେଲ ମସଲା ଖାଦ୍ୟ,ଫାଷ୍ଟ ଫୁଡ଼ ଠାରୁ ଦୂରରେ ରହିବା ଉଚିତ ପ୍ରେଗନେନ୍ସି ପୂର୍ବରୁ ଓ ପ୍ରେଗନେନ୍ସି ସମୟରେ ବି ।

-ସବୁଠାରୁ ବଡ଼ କଥା ହେଉଛି ଯଦି ଆପଣ ପ୍ରେଗନେନ୍ସି ପାଇଁ ଚେଷ୍ଟା କରୁଛନ୍ତି ତାହେଲେ ପ୍ରେଗନେନ୍ସି ପୂର୍ବରୁ ଥରେ ଡାକ୍ତର ଙ୍କ ପାଖକୁ ଯାଇ ନିଜର ପ୍ରି ପ୍ରେଗନେନ୍ସି କାଉନସିଲିଂ କରିବା ଦରକାର ।ତେବେ ସେଥିରେ ଆପଣଙ୍କ ବୟସ,ଉଚ୍ଚତା ,ଓଜନ,ଭିଟାମିନ ଡି ର ମାତ୍ର ଚେକ କରାଯାଏ ଓ ଅନ୍ୟାନ୍ୟ ଜିନିଷ ଚେକ କରି ଡାକ୍ତର ଆପଣଙ୍କ ପ୍ରେଗନେନ୍ସି ପାଇଁ ଉପଯୁକ୍ତ ସମୟ ଜଣେଇ ଥାଆନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।