ବନ୍ଧୁଗଣ ଆପଣ ସମସ୍ତେ ଜାଣିଥିବେ କି ଗର୍ଭବସ୍ଥାରେ ମା ଅଧିକ ବାନ୍ତି ହୋଇଥାଏ ଓ ସେ କିଛି ଖାଇବାକୁ ଇଚ୍ଛା ମଧ୍ୟ କରିନଥାଏ |ଜଣେ ନାରୀ ମା ହେବାପାଇଁ କେତେ କଷ୍ଟ ସହ୍ୟ କରିଥାଏ, ଶେଷରେ ସେ ମା ହେବା ପରେ ତାର ନାରୀ ଜୀବନର ସାର୍ଥକତା ତାକୁ ମିଳିଥାଏ |ପିଲାଟି ଗର୍ଭରେ ରହିବ ପାଖରୁ ଜନ୍ମ ହେବା ଯାଏ ତାର ମାକୁ ବହୁତ କଷ୍ଟ ଭୋଗ କରିବାକୁ ପଡିଥାଏ |ବେବି କନସିଭ କରିବାର ତିନି ମାସ ପ୍ରଯ୍ୟନ୍ତ ଗର୍ଭବତୀର ବାନ୍ତି ହୋଇଥାଏ, ମୁଁ ଆଜି ଆପଣକୁ ଗର୍ଭବସ୍ଥାରେ ବାନ୍ତି ହେବାର କାରଣ ଓ ଏହାର ନିରାକାରଣ ବିଷୟରେ କହିବି | ତେବେ ଆସନ୍ତୁ ଜାଣିବା ଗର୍ଭବସ୍ଥା ସମୟରେ ସମ୍ପୂର୍ଣ କଥା ବିଷୟରେ |
ବାନ୍ତି ହେବାର କାରଣ :-
ଗର୍ଭବତୀ ବେବି କନସିଭ କରିବା ପାଖରୁ ତିନି ମାସ ପ୍ରଯ୍ୟନ୍ତ ତାକୁ ଅଧିକ ବାନ୍ତି ହୋଇଥାଏ, କେଉଁ ମାନଙ୍କ କ୍ଷେତ୍ରରେ ବାନ୍ତି ଲାଗୁଥାଏ ହେଲେ ବାନ୍ତି ହୋଇନଥାଏ |ଏହା ସମସ୍ୟା ସାଧାରଣତଃ ହର୍ମୋନାଲ ଇନବାଲାନ୍ସ କାରଣରୁ ହୋଇଥାଏ,ଏହି ସମୟରେ HCG ହର୍ମୋନ ଅଧିକ କ୍ଷରଣ ହୋଇଥାଏ ଯାହାକି ବାନ୍ତି ହେବାର ମୁଖ୍ୟ କାରଣ ଅଟେ |ଯେଉଁ ମାନଙ୍କର ଟୁଇନସ ବେବି ଥାଏ କିମ୍ବା ମୋଲାର ପ୍ରେଗନାଣ୍ଟ ଥିବା ମା ମାନଙ୍କ କ୍ଷେତ୍ରରେ ବାନ୍ତି ଅଧିକ ମାତ୍ରାରେ ହୋଇଥାଏ |ଏହି ବାନ୍ତି ସାଧାରଣତଃ ମର୍ନିଙ୍ଗ ସମୟରେ ଅଧିକ ହୋଇଥାଏ ତେଣୁ ଏହାକୁ ମର୍ନିଙ୍ଗ ସିକନେସ ମଧ୍ୟ କୁହାଯାଏ |
ବାନ୍ତିହେଲେ କଣ କରିବେ :-
ପ୍ରଥମେତଃ ଆପଣ ଏଥିପାଇଁ ନିଜର ଖାଇବାର ରୁଟିନ ଚେଞ୍ଜ କରନ୍ତୁ, ଆପଣ ସକାଳ ଉଠିବ ମାତ୍ରାରେ କୌଣସି ଖାଦ୍ୟ ନଖାଇ କିଛି ସମୟ ବସି ହାଲକା ପାଣି ପିଅନ୍ତୁ କିମ୍ବା ଜୁସ ପିଅନ୍ତୁ |ପରେ ଆପଣ ଜଳଖିଆ ଖାଇବା ସମୟରେ ଓଏଲି ଜାତୀୟ ଫୁଡ ଖାଆନ୍ତୁ ନାହିଁ, ନର୍ମାଲ ଖାଦ୍ୟ ଖାନ୍ତୁ |ଏହି ସମୟରେ ଆପଣକୁ ଯାହା ଭଲ ଲାଗୁଛି ସେହି ଖାଦ୍ୟ ଖାଆନ୍ତୁ, ତାହାଦ୍ଵାରରା ଆପଣଙ୍କ ବାନ୍ତି ଜନିତ ସମସ୍ୟ କମିଯିବ |ଆପଣ ଗାଡ଼ିରେ ଯଦି ଦୂର ଯାତ୍ରା କରୁଛନ୍ତି ତେବେ ତାହା ମଧ୍ୟ କମ କରନ୍ତୁ |ଏହି ସମୟରେ ଆପଣ କମ କମ ଖାଦ୍ୟ ଖାଆନ୍ତୁ କିନ୍ତୁ ଅଧିକ ସମୟ ଖାଆନ୍ତୁ |
ପ୍ରେଗନାସି 4ରୁ 5ମାସ ହୋଇଗଲେ ଏହି ହର୍ମୋନ ବଡି ସହିତ ଅଡିକଟେଡ଼ ହୋଇ ଯାଇଥାଏ ତେଣୁ ବାନ୍ତି ହେବା ଧୀରେ ଧୀରେ କମିଯାଏ |ତାହା ସହିତ ଅପଣଂକର ଯଦି ବାନ୍ତି ନକମୁଛି ତେବେ ଡାକ୍ତର ପରାମର୍ଶ କ୍ରମେ ଆପଣ ମେଡ଼ିସିନ ନିଅନ୍ତୁ |ଏମିତି କିଛି ଦିନ ମେଡ଼ିସିନ ଗ୍ରହଣ କରିବା ଦ୍ଵାରା ଆପଣଙ୍କ ବାନ୍ତି ହେବା ଧୀରେ ଧୀରେ କମିଯାଏ ଏବଂ ଆପଣ ସମ୍ପୂର୍ଣ ସୁସ୍ଥ ମଧ୍ୟ ହୋଇ ଯିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।