Odisha News Portal

ଗାଁ ଶ୍ମଶାନ ରେ ଏକା ସହ ଦୁଇ ପୁଅ ଙ୍କ ର ଜଳିଲା ଜୁଈ , ଦୟାକରି ଏହି ପିଲା ଦୁଇ ଜଣଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

ଏ ଦୁନିଆରେ ସବୁ ମିଛ କିନ୍ତୁ କେବଳ ଗୋଟିଏ ଅକାଟ୍ୟ ସତ୍ୟ ହେଉଛି ମୃତ୍ୟୁ । ଭଗବାନ ଙ୍କ ସୃଷ୍ଟିରେ ଏହା ହେଉଛି ଏକ ଏମିତି ସତ୍ୟ ଯାହା କେହି ଆସିବାକୁ ଦିଅନ୍ତି ନାହିଁ କିନ୍ତୁ ଏହା ନିଶ୍ଚୟ ଆସିଥାଏ । ଜନ୍ମ ଅଛି ମାନେ ମୃତ୍ୟୁ ସୁନିଶ୍ଚିତ । ମୃତ୍ୟୁକୁ କେହି କେବେ ଏଡ଼ାଇ ଦେଇ ପାରେ ନାହିଁ । ଆଉ ଏହି ମୃତ୍ୟୁ ଯେ କେତେବେଳେ କାହା ରୂପରେ ଆସି ସାମ୍ନାରେ ଛିଡା ହୋଇଯିବ ତାହା କହିହେବ ନାହିଁ । ମୃତ୍ୟୁ କେବେ, କେଉଁଠି ଏବଂ କେତେବେଳେ ହେବ ତାହା କେହି କହି ପାରିବେ ନାହିଁ।

ଆଉ ମୃତ୍ୟୁ ଏପରି ଏକ ଜିନିଷ ସେ କେବେ ବି ଧନୀ-ଗରିବ,ଜାତି- ବର୍ଣ୍ଣ, ଉଚ୍ଚ-ନିଚ୍ଚ, ବୟସ କିଛି ଦେଖେ ନାହିଁ ।ଏହା ସମସ୍ତଙ୍କ ପାଇଁ ସମାନ । ମାତ୍ର ମଣିଷର ମୃତ୍ୟୁ ସିନା ହୋଇଯାଏ ,କିନ୍ତୁ ସେ ଛାଡ଼ି ଯାଏ ଖାଲି ଶୋକର ଛାୟା । ଆଉ ଆଜି ଆମେ ଯେଉଁ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତାହା ଶୁଣିବା ପରେ ଆପଣଙ୍କ ହୃଦୟ ମଧ୍ୟ ଥରି ଉଠିବ ।


ସେହିପରି ନିକଟରେ ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ବ୍ଲକ ଅନ୍ତର୍ଗତ ବାଣିଦା ଗ୍ରାମରେ ଏକ ଦୁଃଖଦ ତଥା ହୃଦୟବିଦାରକ ଘଟଣା ଘଟିଛି । ଘଟଣା ଅନୁସାରେ ଗୋଟିଏ ପରିବାରର ଦୁଇ ଜଣ ଶିଶୁ ଏକା ସାଙ୍ଗରେ ପ୍ରାଣ ହରାଇଛନ୍ତି । ଗୋଟିଏ ମା’ର ଦୁଇ ପୁଅ ଏକା ସାଙ୍ଗରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ବାଣିଦା ଗ୍ରାମର ରଞ୍ଜିତ ଦାସଙ୍କ ଦୁଇ ପୁଅ ଈଶ୍ବର ଏବଂ ସ୍ବାଧୀନ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

ସୂଚନାଯୋଗ୍ୟ, ଦୁଇ ଭାଇ ଗତକାଲି ସକାଳେ କମର୍ଦା କୋଚିଙ୍ଗ ସେଣ୍ଟର ଟ୍ୟୁସନ ପାଇଁ ଯାଇ ଥିଲେ । ଆଉ ଟ୍ୟୁସନ ସାରି ନିଜ ବଡ଼ ବାପାଙ୍କ ସହ ଫେରିବା ବେଳେ ସାତସୁଳିଆ ଠାରେ ଏକ ଡମ୍ଫର ଜୋରରେ ଆସି ସାମ୍ନା ପଟରୁ ସେମାନଙ୍କୁ ଧକ୍କା ଦେଇଥିଲା । ଆଉ ଦୁର୍ଘଟଣାରେ ବଡ଼ ବାପା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଦୁଇ ଶିଶୁଙ୍କୁ 108 ଆମ୍ବୁଲାନ୍ସ ସାହାଯ୍ୟରେ ଜଳେଶ୍ଵର ଡାକ୍ତରଖାନା ନିଆ ଯାଇଥିଲା ।

 

କିନ୍ତୁ ସେଠାରେ ଡାକ୍ତର ସେମାନଙ୍କୁ ମୃତ ବୋଲି ଘୋଷଣା କରି ଥିଲେ । ତାପରେ ସେମାନଙ୍କ ଶବକୁ ତାଙ୍କ ଗାଁ ମୁଣ୍ଡ ମଶାଣିରେ ସତ୍କାର କରାଯାଇଥିଲା । ଆଉ ମଶାଣିରେ ଦୁଇ ଭାଇଙ୍କ ଜୁଇ ଜଳିବାର ଦୃଶ୍ୟ ବଡ଼ ହୃଦୟ ବିଦାରକ ଥିଲା । କାହିଁକି ନାଁ ବାପାର ଜୁଇରେ ପୁଅ ନିଆଁ ଦେଇ ଥାଏ,କିନ୍ତୁ ଏଠାରେ ବାପା ତାର ଦୁଇ ପୁଅଙ୍କ ଜୁଇରେ ନିଆଁ ଦେଇଛନ୍ତି।

ଆଉ ଏହି ଘଟଣା ପରେ ସ୍ଥାନୀୟ ଲୋକେ ଓ ସେହି ପିଲାର ବଡ଼ ବାପା ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ପ୍ରତ୍ୟେକ ବର୍ଷ ଏହି ମଦୁଆ ଟ୍ରକ ଡ୍ରାଇଭର ମାନେ ଶହ ଶହ ଜୀବନ ନେଉଥିବା ବେଳେ ସରକାର କାହିଁକି ଚୁପ୍ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସେମାନେ । ତେବେ ସେହି ପିଲାଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ଦାବି କରି ଗ୍ରାମବାସୀ ମାନେ ରାସ୍ତାରେ ବଶି ଥିଲେ ଓ ରାସ୍ତା ଅବରୋଧ କରିଥିଲେ । ଭୋଗରାଇ ତହସିଲଦାର ଏବଂ ଜଳେଶ୍ଵର ଏସିବି ଆସି ଘଟଣା ସ୍ଥଳୀ ପହଞ୍ଚି ଥିଲେ ଓ ସେହି ପରିବାରକୁ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ମାନେ ଆନ୍ଦୋଳନ ଓହରି କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।