Odisha News Portal

ଗାଁ ଦାଣ୍ଡରେ ସ୍ତ୍ରୀକୁ ଉଲଗ୍ନ କରି ବାଡେ଼ଇଲେ ସ୍ୱାମୀ, ଦେଖିଲେ ଆପଣ ବି କହିବେ ଧିକ ସେ ସ୍ଵାମୀପଣିଆ….

0 4

ଗାଁ ଦାଣ୍ଡରେ ସ୍ତ୍ରୀକୁ ଉଲଗ୍ନ କରି ଘୋଷାଡି ଚାଲିଲେ ସ୍ବାମୀ । ଧିକ୍ ଏଭଳି ମଣିଷଙ୍କୁ ଲଜ୍ୟା ଲାଗିବା କଥା ମୁହଁକୁ । ମରଦ ପଣିଆ ଦେଖାଇବା ବେଳେ ଭୁଲି ଯାଇଛନ୍ତି ନିଜର ହିତାହିତ ଜ୍ଞାନ । ମଦ ପିଇ ପଶୁ ହୋଇଯାଇଛନ୍ତି ସ୍ବାମୀ । ପ୍ରତ୍ୟେକ ଦିନ ମଦ ପିଇ ମାଡ ମାରନ୍ତି ଘରେ ପତ୍ନୀଙ୍କୁ । ତେବେ ଗତ ଗୁରୁବାର ଦିନ ଅଧିକ ଉତ୍ପାତ ହେଉଥିଲେ , ପ୍ରଥମେ ଗାଳି ତାପରେ ମାଡ ମାରି ଚାଲିଲେ । ଜୀବନ ବିକଳରେ ସ୍ତ୍ରୀ ଦୌଡି ପଳାଇଲେ ପଡୋଶୀଙ୍କ ଘରକୁ , ଆଉ ସେହି ଘର ଥିଲା ସରପଞ୍ଚଙ୍କର ।

ତେବେ ଭାବିଥିଲେ ସ୍ବାମୀ ଟିକେ ଥମି ଯିବେ ଏଥର କାହିଁକି ନାଁ ସ୍ତ୍ରୀ ସରପଞ୍ଚଙ୍କ ଶରଣରେ ଥିଲେ । ହେଲେ ସରପଞ୍ଚଙ୍କୁ ବି ଛାଡିଲେ ନାହିଁ ମଦ୍ୟପ ସ୍ବାମୀ । ସରପଞ୍ଚଙ୍କୁ ଗାଳିଗୁଲଜ କରି ସ୍ତ୍ରୀକୁ ତାଙ୍କ ଘରୁ ଘୋଷାଡି ଘୋଷାଡି କରି ବାହାରକୁ ଆଣିଲେ ଏବଂ ପୁଣି ମାରି ଚାଲିଲେ ସମସ୍ତଙ୍କ ଆଗରେ ।

ତେବେ ଗ୍ରାମର ସରପଞ୍ଚଙ୍କ କହିବା ଅନୁସାରେ , ତାଙ୍କ ଆଖି ସାମ୍ନାରେ ତାଙ୍କ ଘରେ ପଶି ଜଣେ ମଦ୍ୟପ ସ୍ବାମୀ ତାଙ୍କ ସ୍ତ୍ରୀକୁ ମାଡ ମାରିମାରି ତାଙ୍କ ଭିତରକୁ ଆଣିଲେ । ଆଉ ସେ ଯେତେ ବିରୋଧ କରିଲେ ବି ସେ ତାଙ୍କ କଥା ନଶୁଣି ଓଲଟା ସରପଞ୍ଚଙ୍କୁ ବହୁତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ତାଙ୍କ ସ୍ତ୍ରୀକୁ ସେଠାରେ ପୁଣି ମାଡ ମାରିମାରି ନେଇଯାଇଥିଲେ ।

ସରପଞ୍ଚ ବହୁତ ଦୁଃଖ ପ୍ରକାଶ କରିଛନ୍ତି କାହିଁକି ନାଁ ସେ ଜଣେ ନାରୀକୁ ସୁରକ୍ଷା ଦେଇପାରି ନଥି୍ବାରୁ । କାରଣ ତାଙ୍କ ଘରେ ସେ ଏକା ଥିଲେ,ଘରେ କୌଣସି ବି ପୁରୁଷ ଲୋକ ନଥିଲେ, ସେଥିପାଇଂ ସେହି ନାରୀକୁ ସରପଞ୍ଚ ସୁରକ୍ଷା ଦେଇ ପାରିନଥିଲେ କାହିଁକି ନାଁ ସରପଞ୍ଚ ମଧ୍ୟ ଜଣେ ସ୍ତ୍ରୀ ଲୋକ ଥିଲେ । ତେବେ ସରପଞ୍ଚଙ୍କ କହିବା ଅନୁଯାୟୀ ସେହି ମଦ୍ୟପ ସ୍ବାମୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଯାଜପୁର କୋରାଇ ଥାନା ଅନ୍ତର୍ଗତ କାଚେରା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗ୍ରାମର ନଟ ବାରିକଙ୍କ ପୁଅ ସୁଶାନ୍ତ ବାରିକଙ୍କୁ କିଛି ଲୋକ କାବୁ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । କାରଣ ସେ ତାଙ୍କ ସ୍ତ୍ରୀ ଉଲଗ୍ନ କରି ଘୋଷାଡି ଘୋଷାଡି ମାଡ ମାରୁଥିଲେ । ସତେ ଯେମିତି ତାଙ୍କ ମୁଣ୍ଡରେ ଭୂତ ସବାର ଥିଲା ।

 

 ସ୍ତ୍ରୀର ଶାଢିକୁ ଟାଣି ଟାଣି ତାକୁ ବେଜିତ କରି ଚାଲିଥିଲେ ଗାଁ ଦାଣ୍ଡରେ । ଗାଁ ଲୋକେ ହିଁ ଏହି କଳି ଯୁଗର ଦୁଃଶାସନ ବା ମଣିଷ ରୂପି ରାକ୍ଷାସ ଠାରୁ ରକ୍ଷା କରିଥିଲେ ନିରୀହ ମହିଳାଙ୍କୁ । ମହିଳା ଜଣକ କାକୁତି ମିନତୀ ହୋଇ ଚଉରାକୁ ନିଜେ ଜାବୁଡି ଧରିଥିଲେ । ଯେମିତିକି ସେହି ତୁଳସୀ ମାଁଙ୍କୁ ସେ କହୁଥିଲେ ଏବେ ମୋ ଇଜତ ମାଁ ତୋ ହାତରେ । ଏସବୁ ଘଟିବା ପରେ ମହିଳା ଜଣକ ବାଧ୍ୟ ହୋଇ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ।