ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଥିବେ ଯେ ବର୍ତମାନ ଗରୁ ଗାଈ ମାନଙ୍କୁ ଏକ ଭାଇରସ ରୋଗ ବ୍ୟାପିଛି, ଯଉଁଥିରେ କି ଅନେକ ଗାଈଗରୁ ଆଫେକ୍ଟ ହୋଇଛନ୍ତି |ଏହି ରୋଗ ଏକ ସଙ୍ଘତିକ ରୋଗ ଅଟେ, ଏଥିରେ ଗାରୁମାନଙ୍କ ଦେଖାରେ ଫୋଟକା ହେଲାପରି ବାହାରି ଯାଉଛି ଯଉଁଥି ପାଇଁ ସେମାନେ ବହୁତ କଷ୍ଟ ମଧ୍ୟ୍ୟ ପାଉଛନ୍ତି |ମୁଁ ଆଜି ଆପଣମାନଙ୍କୁ ଏହି ଚର୍ମ ବିଣ୍ଡି ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ କହିବି |ଯାହାଦ୍ୱାରା ଏହି ରୋଗକୁ କିଛି ମାତ୍ରାରେ ରୋକାଯାଇ ପାରିବ,ତେବେ ଆସନ୍ତୁ ଜାଣିବା ଏହି ରୋଗ ବିଷୟରେ ସମ୍ପୂର୍ଣ କଥା |
ଲକ୍ଷଣ :-
ଏହି ରୋଗଟି ଯେତେବେଳେ ଗରିକୁ ହୋଇଥାଏ ପ୍ରଥମେ ତା ଦେହରେ ଟେମ୍ପରେଚାର ଆସିଥାଏ ଏବଂ ତାର ଶରୀରର ବିଭିନ୍ନ ସ୍ଥାନରେ ଆବୁ ପରି ଫୋଟକା ବାହାରି ଯାଇଥାଏ |ଗରୁର ଗୋଡ଼ ଫୁଲିଯାଏ ଏବଂ ଫୋଟକା ବାହାରି ଯାଇଥାଏ ଯାହାଦ୍ୱାରା ସେ ଚାଲିପାରେ ନାହିଁ |ତାର ଦେହ ଦରଜ ହେବା ଯୋଗୁଁ ସେ ଭଲରେ ଖିଆପିଆ କିଛି କରେ ନାହିଁ, ତାହା ସହିତ କ୍ଷୀର ଦେବା ମଧ୍ୟ୍ୟ କମ କରିଦେଇଥାଏ |ଗରୁ ଏଥିରେ ଆଫେକ୍ଟ ହେବା ଦ୍ଵାରା ସେ ଧୀରେ ଧୀରେ ଦୁର୍ବଳ ହୋଇପଡେ |
ଚିକିତ୍ସା :-
ଏହି ଲକ୍ଷଣ ଦେଖିବା ମାତ୍ରେ ଆପଣ ତୁରନ୍ତ ପ୍ରାଣୀ ଚିକିତ୍ସାଙ୍କ ପରାମର୍ଶ ନେଇ ଗରୁକୁ ଉପଯୁକ୍ତ ଚିକିତ୍ସା ଦେଇ ସୁସ୍ଥ କରନ୍ତୁ |ଶରୀର ଜୋର, ଦରଜ ଏବଂ ଘା କମାଇବା ପାଇଁ ପ୍ରାଣୀ ଚିକିତ୍ସଙ୍କ ପରାମର୍ଶ କ୍ରମେ ଔଷଧ ଦେବା ସହ ଇଞ୍ଜେକ୍ସନ ମଧ୍ୟ୍ୟ ଦେଇପାରିବେ |ଯଉଁ ସ୍ଥାନକୁ ପ୍ରାଣୀ ଚିକିତ୍ସଙ୍କ ଯାତାୟାତ କମ ରହୁଛି ସେ ସ୍ଥାନକୁ ସରକାରଙ୍କ ତରଫରୁ ଟିମ ପଠାଇବା ବ୍ୟବସ୍ତା କରାଇଲେ ଗୋ ପାଳକମାନେ ଉପକୃତ ହୋଇଥାନ୍ତେ |
ଏହା ସହିତ ମୁଁ ଆପଣକୁ ଏକ ଆୟୁର୍ବେଦିକ ଚିକିତ୍ସା ବିଷୟରେ କହିବି ଯାହାର କୌଣସି ସାଇଡ ଏଫେକ୍ଟ ନାହିଁ |ଏଥିପାଇଁ ପ୍ରଥମେ ଆପଣ ଲେମ୍ବୁ ଦୁଇଟି,ଗୋଟା ପାନ ସାତୋଟି, ରସୁଣ ସାତ ପାଖୁଡା, ତୁଳସୀ ପତ୍ର ଏକ ମୁଠା, ଗୋଲ ମରିଚ ଏକ ଗ୍ରାମ ଲୁଣ କୋଡିଏ ଗ୍ରାମ ଓ ଗୁଡ଼ ପଚାଶ ଗ୍ରାମ ନିଅନ୍ତୁ |ଏହି ସବୁ ସାମଗ୍ରୀକୁ ଭଲରେ ଗ୍ରାଇଣ୍ଡିଙ୍ଗ କରି ତାହାକୁ ପ୍ରତ୍ୟେକ ଗରୁକୁ ସକାଳ ଓ ସନ୍ଧ୍ୟା ଦିନରେ ଦୁଇଥର କରି ସାତ ଦିନ ପ୍ରଯ୍ୟନ୍ତ ଖୁଆନ୍ତୁ |ଏହାଦ୍ୱାରା ଗାରୁଟି ଶୀଘ୍ର ସୁସ୍ଥ ହୋଇଯାଇ ଥାଏ |
ଏହି ରୋଗରେ ଯେଉଁ ଗରୁ ଆଫେକ୍ଟ ହୋଇନାହାନ୍ତି ସେମାନଂକୁ ଆଫେକ୍ଟ ହୋଇଥିବା ଗରୁ ଠାରୁ ଦୂରେଇ ରଖନ୍ତୁ |ତାହା ସହିତ ଗରୁ ମାନଙ୍କ ଇମ୍ୟୁନିଟି ପାୱାର ବଢିବା ପାଇଁ ସେମାନଂକୁ ପ୍ରତ୍ୟେକ ଦିନ ଦୁଇଟି ଲେମ୍ବୁ ଏବଂ କିଛି ସଜନା ଶାଗ ଖାଇବା ପାଇଁ ଦିଅନ୍ତୁ |ଗରୁ ଗୁହାଳ ପରିଷ୍କାର ରଖିବା ସହିତ ଯେପରି ଭଲ ଭେଣ୍ଟିଲେସନ ହେଉଥିବା ସେଥିପ୍ରତି ଧ୍ୟାନ ଦେବା ଉଚିତ |ଗୁହାଳର ଚତୁର୍ପାଶ୍ୱରେ ଆପଣ ଲିମ୍ବ ପତ୍ରର ପାଣି ସ୍ପ୍ରେ କରନ୍ତୁ, ଏହିପରି ଉପଯୁକ୍ତ ଚିକିତ୍ସାରେ ରଖିଲେ ଗରୁଙ୍କୁ ଏହି ରୋଗ ହୋଇନଥାଏ ଏବଂ ସେମାନେ ସମ୍ପୂର୍ଣ ସୁସ୍ଥ ରୁହନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।