ଗାଡି ଚାଳକଙ୍କ ପାଇଁ ଖୁସି ଖବର ! ଏବେ ଆଉ ଦରକାର ନାହିଁ DL ଏବଂ RC କାଗଜ ପତ୍ର, ଦେଖନ୍ତୁ କଣ କରିବାକୁ ପଡିବ….

ସରକାରଙ୍କ ନିୟମ ଅନୁସାରେ ଗାଡି ଯାଞ୍ଚ ବେଳେ କଡାକଡି ଭାବରେ ଚେକିଙ୍ଗ କରା ଯାଇଥାଏ। ଗାଡି ଚଳାଇବାରେ ଯଦି କୌଣସି ବି ବ୍ୟକ୍ତି ସାଙ୍ଗରେ କାଗଜପତ୍ର ସବୁ ନେଇ ନଥାଆନ୍ତି, ତା’ ହେଲେ ସେମାନେ ବହୁତ ବଡ଼ ଅସୁବିଧର ସମ୍ମୁଖିନ ହୋଇ ଥାଆନ୍ତି। କିନ୍ତୁ ବର୍ତ୍ତମାନ ଏଭଳି ଏକ ଉପାୟ ବାହାରିଛି ଗାଡି ଯାଞ୍ଚ ବେଳେ ଅସୁବିଧା ହେବେନାହିଁ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ସରକାର ଗାଡିଚାଳକଙ୍କ ପାଇଁ ଏଭଳି କିଛି ସୁବିଧା କରିଛନ୍ତି, ଯାହା ଆମେ ଆପଣଙ୍କୁ ଜଣାଇବୁ ଆପଣଙ୍କୁ ଖୁସି ଲାଗିବ। ଏହା ହେଉଛି ଗାଡି ଯାଞ୍ଚ ବେଳେ କୌଣସି କାଗଜ ପତ୍ରର ଅଵଶ୍ୟକତା ନାହିଁ, ସେଥିପାଇଁ ଏକ ନୂଆ ଉପାୟ ବାହାରିଛି ଯେଉଁଥିରେ ଡିଜିଟାଲ ଲକର ଆପରେ ସବୁ ଡକୁମେଣ୍ଟ ରଖି ପାରିବେ ବୋଲି ସୂଚନା ମିଳିଛି। ତେବେ ଆସନ୍ତୁ ଏହି ଆପ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଗାଡି ଚାଳକଙ୍କ ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ଗାଡି ଚେକିଙ୍ଗ ବେଳେ ଡିଏଲ, ରେଜିଷ୍ଟେସନ ସାର୍ଟିଫିକେଟ ବା RC ଧରି ଘରୁ ବାହାରିବାର ଆଵଶ୍ୟକତା ନାହିଁ ବା କୌଣସି ବି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ସେମାନଙ୍କ ପାଇଁ ଡିଜିଟାଲ ଲକର ପ୍ଲାଟଫର୍ମ ବା ଏମ, ପରିବହନ ମୋବାଇଲ ଆପରେ ନିଜର ଡକୁମେଣ୍ଟ ସବୁ ରଖି ଡିଜିଟାଲ ରୁପେ ଦେଖାଇ ପାରିବେ। ଡିଜିଟାଲ ଏଭଳି ଏକ ଉପାୟ ଯେଉଁଥିରେ ଆପଣ ମାନେ ନିଜର ଡିଏଲ, ଭାଇକିଲ ରେଜିଷ୍ଟର ସାର୍ଟିଫିକେଟ ଭଳି ତାକୁ ସେଭ କରି ସୁରକ୍ଷିତ ରଖି ପାରିବେ। ଏହି ଡକୁମେଣ୍ଟକୁ ସ୍କାନ କରି ପିଡିଏଫ, ଜେପିଜି ବା ପିଏନ୍ଜି ଫରମାଟରେ ଅପଲୋଡ଼ କରି ପାରିବେ, ଏଥିସହ ଡକୁମେଣ୍ଟକୁ ଇ- ସାଇନ ମଧ୍ୟ କରି ପାରିବେ। ଏହା ସମ୍ପୂର୍ଣ ରୂପେବ ସେଭ ଆଟାଜ ଓ ଫିଜିକାଲ ଡକୁମେଣ୍ଟ ଭଳି କାମ କରିଥାଏ। ଡିଜିଟାଲ ରୂପେ ଗାଡି ଡକୁମେଣ୍ଟକୁ ରଖିବା ପାଇଁ ହେଲେ, ପ୍ରଥମେ ଡିଜିଟାଲ ଲକର ଆପ ଡାଉନଲୋଡ଼ କରନ୍ତୁ।

ଏହା ପରେ ଗେଟ ଷ୍ଟାଟେଡ଼ର ବିକଳ୍ପ ନଜର ଆସିବ ଓ ତାକୁ ଟ୍ୟାକ କରନ୍ତୁ। ଏହା ପରେ କ୍ରିଏଟ ଆକାଉଣ୍ଟ ଉପରେ କ୍ଲିକ କରି ନିଜର ନାଁ, ଜନ୍ମ ତାରିଖ, ମୋବାଇଲ ନମ୍ବର, ସିକ୍ୟୁରିଟି ପିନ କୋଡ଼, ଇମେଲ ଆଇଡି ଓ ଆଧାର ନମ୍ବର ଦେଇ ସାରିବା ପରେ, ରେଜିଷ୍ଟେର ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ ଏହାକୁ ସବମିଟ କରିଦେବା ପରେ ୟୁଜର ନାଁ ପ୍ରୋସିଡ଼ କରିବା ପାଇଁ କୁହାଯିବ, ନିଜ ଅନୁସାରେ ଯେକୌଣସି ବି ୟୁଜର ନାଁ ଦେଇ ପାରିବେ, ଏହାପରେ ଓକେ ଉପରେ କ୍ଲିକ କରିଲେ ଆକାଉଣ୍ଟ ତିଆରି ହୋଇଯିବ।

ଆକାଉଣ୍ଟ ତିଆରି ହୋଇଯିବା ପରେ ଇଣ୍ଟର ଫେସ ଓପନ ହୋଇଯିବ, ଯେଉଁ ଡକୁମେଣ୍ଟଙ୍କୁ ସେଭ କରିବା ପାଇଁ ଚାହିଁବେ ସେଠାରେ କ୍ଲିକ କରନ୍ତୁ। ଏହାପରେ ଏକ ପେଜ ଆସିବ ଓ ଯେଉଁଥିରେ ଅନୁମତି ମଗାଯିବ ଏଠାରେ ଓକେ କରିଲେ, ଏକ ଅଟିପି ଆସିବ ଏହାକୁ ରେଜିଷ୍ଟର କରି ଦେବା ପରେ କନଣ୍ଟିନ୍ୟୁ ଉପରେ ଟ୍ୟାକ କରନ୍ତୁ ଏହାପରେ ଡକୁମେଣ୍ଟ ସବୁ ଇସୁଡ଼ ଡକୁମେଣ୍ଟରେ ସେଭ ହୋଇଯିବ। ଏଥିରେ ଆପଣ ସବୁ ଡକୁମେଣ୍ଟ ସେଭ କରି ପାରିବେ ଓ ଗାଡି ଚେକିଙ୍ଗ ସମୟରେ ସାହାଯ୍ୟ ହୋଇପାରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment