ମାଛ ଧରିବା ସମୟରେ ହଠାତ କୁମ୍ଭୀର ଗୋଡ଼କୁ କାମୁଡି ଧରିବା ପରେ ଯୁବକ କହିଲେ, ଭାଇରେ ତୁ ପଳାଇଯା ମୋତେ କୁମ୍ଭୀର ଟାଣି ନେଉଛି, ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ…ଦେଖନ୍ତୁ ଭିଡ଼ିଓ

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରି ବାକୁ ପଡି ଥାଏ। ମଣିଷ ଜୀବନରେ କେତେବେଳେ ବା କେଉଁ ମୁହୂର୍ତ୍ତରେ ବିପଦ ଆସିବ ତାହା କେହି ହେଲେ ବି କହି ପାରିବେ ନାହିଁ। ଭାଗ୍ୟ କାହାକୁ ନେଇ କେତେବେଳେ ଯେ କେଉଁଠି ପହଁଞ୍ଚାଇ ଦେବ ତାହା ଭାବିବା ମଧ୍ୟ ବାଞ୍ଛାନିୟ ହୋଇଥାଏ। କିନ୍ତୁ ଯେତେବେଳେ ଆକର୍ଷଣ ଘଟଣା ଘଟି ଥାଏ, ତାକୁ ଦେଖିବା ବହୁତ କଷ୍ଟକର ହୋଇ ପଡ଼ିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ। ତାହା ହେଉଛି ଜଣେ ଲୋକକୁ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଗଲା। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପଞ୍ଚାୟତରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, କହରା ଗଣ୍ଡ ଗାଁ ର ମୁରଲୀ ଧର ମଲିକ ନାମକ ଜଣେ ଯୁବକଙ୍କ ଦୁଇ ପୁଅ ସୌମ୍ୟରଂଜନ ମଲିକ ଓ ସୌଭାଗ୍ୟ ମଲିକ ଅଟନ୍ତି। ଖର ସ୍ରୋତା ନଦୀର ଶାଖା ନଦୀ ଚିଙ୍ଗୁଡ଼ିଆ ନାଳକୁ ଏହି ଦୁଇ ଭାଇ ମିଶି ପ୍ରତିଦିନ ମାଛ ଧରିବାକୁ ଯାଇ ଥାଆନ୍ତି। କିନ୍ତୁ ଦିନେ ସେ ସେହି ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ।

ନଦୀର ଗୋଟେ ପଟେ ବଡ଼ ଭାଇ ଓ ନଦୀର ଅନ୍ୟ ପଟେ ସାନ ଭାଇ ଛିଡା ହୋଇଥିଲେ। ବଡ଼ ଭାଇ ନଦୀ ଭିତରକୁ ମାଛ ଧରିବା ପାଇଁ ପାଦ ପକାଇବା ବେଳେ, ସେହି ସମୟରେ କୁମ୍ଭୀର ଟାଣି ନେଲା ଓ ଟାଣି ନେବା ସମୟରେ ବଡ଼ ଭାଇ ନଦୀର ଅନ୍ୟ ପଟରେ ଥିବା ସାନ ଭାଇକୁ ଖୁବ ଜୋରରେ ଚିତ୍କାର କରି ବଞ୍ଚାଓ ବୋଲି କହିଁଥିଲେ। ଏଥି ସହିତ ସେ କହିଥିଲେ ଯେ, କୁମ୍ଭୀର ଟାଣି ନେଉଛି ଉପରକୁ ଉଠି ପଳାଇ ଯାଅ।

ସାନ ଭାଇ ଉପରକୁ ଉଠି ଯାଇ ସ୍ଥାନୀୟ ଲୋକ ମାନଙ୍କୁ ଡାକି ଘଟଣା ସ୍ଥଳକୁ ନେଇ ଆସିଥିଲା। ସେମାନେ ଦୌଡା ଦୋୖଡି ହୋଇ ଆସିବା ସମୟରେ କୁମ୍ଭୀରଟି ନଦୀ ଭିତରକୁ ତାଙ୍କୁ ଟାଣି ନେଇ ଯାଇ ଥିଲା। ସେହି ଲୋକ ମାନେ ବହୁତ ସମୟ ଧରି ବହୁତ ଖୋଜା ଖୋଜି କରିଥିଲେ କିନ୍ତୁ ତାଙ୍କୁ ପାଇ ନଥିଲବ। ଶେଷରେ ଲୋକ ମାନେ ଓଡ୍ରାଫ ଟିମ ନିକଟକୁ ଏହି ଘଟଣାକୁ ନେଇ ଖବର ଦେଇଥିଲେ। ଓଡ୍ରାଫ ଟିମ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଆସି ପହଁଛି ଯାଇ ଖୋଜା ଖୋଜି ଆରମ୍ଭ କରିଲେ କିନ୍ତୁ ସେମାନେ ମଧ୍ୟ ତାଙ୍କୁ ପାଇଲେ ନାହିଁ। ଏହା ପରେ ବରୀ ବିଧାୟକ ସୁନିନ୍ଦା ଦାସ ସ୍ଥାନୀୟ ଅଞ୍ଚଳରେ ପହଁଛି ତାଙ୍କ ପରିବାର ଲୋକ ମାନଙ୍କୁ ସମବେଦନା ଜଣାଇଛନ୍ତି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳ ଲୋକ ମାନଙ୍କ ମନରେ ଭୟର ବାତାବରଣ ଖେଳି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment