ଆପଣ ଜାଣିଛନ୍ତି ଭକ୍ତିରେ ଭଗବାନ, ଯଦି ଆପଣଙ୍କ ନିଷ୍ଠାର ସହ ଭଗବାନ ଙ୍କୁ ଡାକିବେ ତାହେଲେ ସେ ନିଶ୍ଚିତ ଶୁଣିବେ ।ତେବେ ଆପଣ ବହୁତ ସମୟରେ ଏମିତି ଠାକୁରଙ୍କର ଅଲୌକିକ ଘଟଣା ଗୁଡିକ ସୋସିଆଲ ମେଡ଼ିଆରେ ବା ପାଖ ଆଖରେ ଶୁଣିଥିବେ ଓ ଦେଖିଥିବେ ।ବହୁତ ଲୋକ କହନ୍ତି ସଂସାରରେ ଠାକୁର ବୋଲି କେହି ନାହାନ୍ତି, ତାହାଲେ ଭାବିଲେ ଏମିତି ସବୁ ଘଟଣା କମିଟି ଘଟିଥାଏ ।
ତେବେ ଆଜିବି ଆମେ ଏମିତି ଗୋଟିଏ ଘଟଣା ନେଇ ଆସିଛୁ ଯାହା ସମ୍ପୂର୍ଣ୍ଣ ଅବିଶ୍ଵସନୀୟ ।କିନ୍ତୁ ଦେଖିଲେ ନିଶ୍ଚୟ ବିଶ୍ବାସ କରିବେ କାରଣ ଏଥିରେ ସମ୍ପୂର୍ଣ୍ଣ ଗାଁ ଲୋକ ମାନଙ୍କର ଆଶାକୁ ପୂରଣ କରିବାକୁ ଯାଇ ଭଗବାନ ନିଜେ ଆବିର୍ଭାବ ହେଇଛନ୍ତି ।ତେବେ ଯେତେବେଳେ ଆମେ କିଛି କାମ କରିବାକୁ ଦୃଡ଼ ନିଷ୍ପତି ନେଇ ଥାଉ ସେତେବେଳେ ଆମକୁ ସମସ୍ତଙ୍କ ସାଥ ମିଳିଯାଏ ।ଠିକ ସେହିପରି ଗୋଟିଏ ଗ୍ରାମର ଲୋକ ମାନେ ଲୋକ ମାନେ କାହୁଁ କେତେ ଦିନରୁ ନିଷ୍ପତ୍ତି ନେଇଥିଲେ ଗ୍ରାମରେ ଗୋଟିଏ ଶିବ ମନ୍ଦିର କରିବା ପାଇଁ କିନ୍ତୁ ତାହା ହେଇ ପାରି ନଥିଲା ।ତେବେ ଭୋଳା ଶଙ୍କର ନିଜେ ସେଠାରେ ଆବିର୍ଭାବ ହେଇ ଯାଇଥିଲେ ତେବେ ତାହା କେମିତି ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ।
ତେବେ ସମ୍ପୂର୍ଣ୍ଣ ଘଟଣାଟି ହେଉଛି ଭୁବନେଶ୍ୱର ଉପକଣ୍ଠର ବାଲିପାଟଣା ବ୍ଲକ ବସନ୍ତଡିହ ଗାଁରେ, ସେହି ଗ୍ରାମରେ ଲୋକ ମାନେ ଶିବ ମନ୍ଦିର ନିର୍ମାଣ କରିବାକୁ ବହୁ ଦିନରୁ ଆଶା ରଖିଥିଲେ କିନ୍ତୁ ତାହା ହେଇ ପାରି ନଥିଲା ।କିନ୍ତୁ ଗୁରୁବାର ଦିନ ସକାଳେ କିଛି ଯୁବକ ଗାଁ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ ଆଉ ସେଠାରେ ସେମାନେ ଏକ ଶିବ ଲିଙ୍ଗ ଦେଖିବାକୁ ପାଇଥିଲେ ।ତାପରେ ସେମାନେ ଗାଁ ଲୋକ ମାନଙ୍କୁ ଡାକିଥିଲେ ।ଗାଁ ଲୋକ ମାନେ ସେଠାକୁ ଆସି ସେହି ଶିବ ଲିଙ୍ଗକୁ ଉଦ୍ଧାର କରିଥିଲେ ।
ଆଉ ତାପରେ ଲୋକ ମାନଙ୍କ ଭିଡ଼ ଛୁଟି ଥିଲା ସେହି ଶିବ ଲିଙ୍ଗକୁ ଦେଖିବା ପାଇଁ ।ତେବେ ସବୁଠୁ ବଡ଼ ଆଶ୍ଚର୍ୟ୍ଯ କର କଥା ହେଉଛି ପ୍ରାୟ ଅଡେଇ ଫୁଟ ଉଚ୍ଚର ଶିବ ଲିଙ୍ଗ କୁଆଡୁ ଆସିଲା ପୋଖରୀରେ ।ଏବେ କିନ୍ତୁ ଗାଁ ଲୋକ ମାନେ ଦୃଡ଼ କରି ନିଷ୍ପତ୍ତି ନେଇଛନ୍ତି ମନ୍ଦିର ତିଆରି କରିବା ପାଇଁ ।ତେବେ କୁହାଯାଏ କି ମହାଦେବ ଶିବ ଖୁବ ଜଳଦି ଭକ୍ତ ମାନଙ୍କ ଦୁଃଖ ଶୁଣନ୍ତି ଆଉ ଏହା ବି ତାଙ୍କର ଏକ ଚମତ୍କାର ଠରୁ କିଛି କମ ନୁହେ ।ତେଣୁ ଆମେ ଯଦି ନିଜର ସମର୍ପଣ ଭାବ ରଖି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଦେଖିବେ ଆପଣଙ୍କ ପ୍ରାର୍ଥନା ନିଶ୍ଚିତ ଫଳପ୍ରଦ ହେବ ଓ ଭଗବାନଙ୍କ କୃପା ଦୃଷ୍ଟିରେ ଆପଣ ଆଶ୍ରିତ ହେବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।