Odisha News Portal

ଦେଖନ୍ତୁ Live ଭିଡ଼ିଓ – ଗାଁ ଦାଣ୍ଡରେସମସ୍ତଙ୍କ ସାମ୍ନାରେ ଲାଇଭ ମର୍ଡର, ଛୁରୀ ଭୁଷି ଅତି ନୃଶଂସ ଭାବେ କଲା ମର୍ଡର….

ଆଜିର କଳୁସିତ ସମାଜରେ ଲୋକମାନଙ୍କର ଆଚରଣ ଓ ମାନବିକତା ଧୀରେ ଧୀରେ ଲୋପ ପାଇବାରେ ବସିଲାଣି । ଆଜିର ସମୟରେ ପରସ୍ପର ମଣିଷ ପ୍ରତି ଥିବା ଭାତୃତ୍ୱ ଭାବ ଲୋପ ପାଇବାରେ ଲାଗିଲାଣି । ଏମିତି କିଛି ଘଟଣା ଘଟିଛି ଜାହା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ , ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ । ଗା ଦାଣ୍ଡରେ ଜଣେ ଯୁବକଙ୍କୁ ନିର୍ମମ ଭାବରେ ଏକ ଧାରୁଆ ଅସ୍ତ୍ରରେ ହତ୍ୟାକଲେ ଜଣେ ଯୁବକ । ଘଟଣା ସ୍ଥଳରେ ଲୋକମାନେ ଉପସ୍ଥିତ ଥିଲେ ମଧ୍ୟ ସେମାନଙ୍କ ଆଗରେ ମାରିଦେଲେ ଯୁବକଙ୍କୁ । କେହି କିଛି କରି ପାରିଲେ ନାହିଁ ସେହି ହତ୍ୟାକାରୀର , ସମସ୍ତେ କାଠ ହୋଇଗଲେ ନୃଶଂସ ଯୁବକର କାରନାମ ଦେଖି ।

ଗାଁ ଦାଣ୍ଡ ମନ୍ଦିର ସାମ୍ନାରେ ହେଲା ଖୁଲମ ଖୁଲା ହତ୍ୟା , ଏହା ଅବିଶ୍ୱାସନୀୟ ହେଉଥିଲେ ମଧ୍ୟ ଘଟଣାଟି ସତ୍ୟ । ଏ ଦୃଶ୍ୟ ଏତେ ଭୟଙ୍କର ଯେ ଆପଣଙ୍କର ହୋସ ଉଡିଯିବ ଏବଂ ଛାତି ଥରି ଉଠିବ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଏ ବରିଡା ଗାଁ ଘଟିଛି ଏଭିଳି ଏକ ଜଘନ୍ୟ ହତ୍ୟାକାଣ୍ଡ । ହ୍ୟାତାର ଶିକାର ହେଇଛନ୍ତି ନିକଟସ୍ଥ ହଟପଡା ଗାଁ ର ଟୁକୁନା ଛୋଟେଇ , ତାଙ୍କୁ ଛୁରୀ ଭୁଷିବା ସମୟରେ କେହି ଜଣେ ମର୍ଡର ଲାଇଭ ଚିତ୍ର କଏଦ କରିନେଇଛନ୍ତି ନିଜ ମୋବାଇଲରେ । ଏହି ହତ୍ୟାକାଣ୍ଡର ଭିଡିଓ ଏବେ ମୋବାଇଲକୁ ମୋବାଇଲ ଘୁରି ବୁଲିଛି ଏବଂ ଭାଇରାଲ ହେଉଛି ଗାଁ ଦାଣ୍ଡରେ ଲାଇଭ ମର୍ଡର ।

ସବୁଠୁ ଆଶ୍ଚର୍ଯ୍ୟର ଘଟଣା ଜଣେ ମହିଳା ଝାଡୁରେ ହତ୍ୟାକାରୀର ମୁହ କୁ ମୁହକୁ ମାରି ପକାଉଛନ୍ତି , ହେଲେ ହତ୍ୟାକାରୀ ଛୁରୀରେ କାଟି ଚାଲିଛି ତଳେ ପଡିଥିବା ଯୁବକର ଛାତି , ପେଟ ଆଉ ମୁହଁ କୁ । ତୁହା କୁ ତୁହା ଛୁରା ମାଡ କରୁଛି ଦୁର୍ବୁତ , ଜୀବନ ଛାଡିବା ଯାଏ କରି ଚାଲିଛି ଛୁରା ମାଡ । ଏ ବରିଡା ଗାଁର ରାଧାକୃଷ୍ଣ ନାମକ ଏହି ଯୁବକ ଦିନର ସୂର୍ଯ୍ୟାଲୋକରେ ସମସ୍ତଙ୍କ ଉପସ୍ଥିତିରେ ମାରିଦେଲା ଚାହୁଁ ଚାହୁଁ ଏହି ଯିବକଙ୍କୁ ।

ଏମିତି କି ଯୁବକ ଜଣକ ନିସ୍ତେଜ ହୋଇଯିବା ପରେ ମଧ୍ୟ ଦୁର୍ବୁତ ମୁହଁ ଏବଂ କାନକୁ ଭୁଷି ଚାଲିଲା , ଡର ଭୟ କିଛି ନଥିଲା ଏହି ବଦମାସ ରାଧାକୃଷ୍ଣ ଙ୍କ ମନରେ । ଯୁବକ ଜଣକ ନିଜକୁ ବଞ୍ଚାଇବା ପାଇଁ ଅନେକ ଚିତ୍କାର କଲେ ଏବଂ ନେହୁରା ମଧ୍ୟ ହେଲେ କିନ୍ତୁ ଶେଷରେ ଗଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହେଲା ।

ହତ୍ୟାକରିଥିବା ଯିବକଙ୍କୁ ପୋଲିସ ଗିରଫ କରିଛି ଏବଂ ଘଟଣା ସ୍ଥଳରେ କବିସୂର୍ଯ୍ୟ ନଗର ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି । ମାତ୍ର 2000 ଟଙ୍କା ଯୁବକ ଜଣକ ଦେଇ ନଥିବା ଯୋଗୁଁ ଏପରି ନିର୍ମମ ଭାବେ ହତ୍ୟା କରିଥିବାର ଜଣା ଯାଇଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।