ବଦଳିଲା ଗ୍ୟାସ୍ ବୁକିଂ ନମ୍ବର, ରୋଷେଇ ଗ୍ୟାସ ବୁକିଂ ପାଇଁ ନୂଆ ନମ୍ବର ଜାରି । କଲ୍ କିମ୍ବା ଏସେମେସ ଜରିଆରେ ହେବ ବୁକିଂ , ଜାଣନ୍ତୁ ସଂମ୍ପୂର୍ଣ୍ଣ ବିବରଣୀ…

ବଦଳିଲା ଗ୍ୟାସ୍ ବୁକିଂ ନମ୍ବର । ରୋଷେଇ ଗ୍ୟାସ ବୁକିଂ ପାଇଁ ନୂଆ ନମ୍ବର ଜାରି । କଲ୍ କିମ୍ବା ଏସେମେସ ଜରିଆରେ ହେବ ବୁକିଂ । ତେବେ ଚାଲନ୍ତୁ ଜାଣିନେବା କଣ ରହିଛି ଏନେଇ ସଂମ୍ପୂର୍ଣ୍ଣ ବିବରଣୀ । ବଦଳିଲା ଇଣ୍ଡିଆନ୍ ଅଏଲ୍ ର ରୋଷେଇ ଗ୍ୟାସ ବୁକିଂ । ଏଣିକି ଇଣ୍ଡିଆନ୍ ଗ୍ୟାସ ବୁକିଂ ପାଇଁ ଉପଭୋକ୍ତା ଲାଗି କଂପାନୀ ଜାରି କରିଛି ନୂଆ ନମ୍ବର । ଯେଉଂଥିରେ ଗ୍ରାହକ ମାନେ ଉଭୟ କଳ ଏବଂ ଏସେମେସ ଜରିଆରେ ଘରେ ବସି ବୁକିଂ କରି ପାରିବେ । ପୂର୍ବରୁ କଂପାନୀ ପକ୍ଷରୁ ଭିନ୍ନ ଭିନ୍ନ ସର୍କଲ ପାଇଁ ଭିନ୍ନ ଭିନ୍ନ ମୋବାଇଲ ନମ୍ବର ଜାରି ହୋଇ ଥିଲା ।

ମାତ୍ର ଏବେ ଇଣ୍ଡିଆନ ଅଏଲ୍ ତାର ସବୁ ଗ୍ରାହକଙ୍କ ଲାଗି ଗୋଟିଏ ନିର୍ଦ୍ଧିଷ୍ଟ ନମ୍ବର ଜାରି କରିଛି । ଆଉ କଂପାନୀର ଏହି ନୂଆ ନମ୍ବର ରେ ସାରା ଦେଶ ଗ୍ୟାସ ଉପଭୋକ୍ତା ରୋଷେଇ ଗ୍ୟାସ ସିଲିଣ୍ଡର ବୁକିଂ କରି ପାରିବେ ।

ଯଦି ଆପଣ ଇଣ୍ଡିଆନ ଅଏଲ୍ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି ତେବେ ଏବେ ଆପଣଙ୍କୁ କଂପାନୀର ନୂଆ ନମ୍ବର 7718955555 ରେ ଯୋଗାଯୋଗ କରିବାକୁ ପଡିବ । ଆପଣ ଏହି ନୂଆ ମୋବାଇଲ ନମ୍ବରରେ କଲ୍ କରି ଆଇଭିଆର୍ ଜରିଆରେ କିମ୍ବା ଏସେମେସ କରି ରୋଷେଇ ଗ୍ୟାସ ସିଲିଣ୍ଡର ବୁକିଂ କରି ପାରିବେ । ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ କଥା ହେଉଛି ଉପଭୋକ୍ତା କୌଣସି ବି ଦିନ ଏବଂ କୌଣସି ବି ସମୟରେ ଏହି ନମ୍ବର ଜରିଆରେ ରୋଷେଇ ଗ୍ୟାସ ବୁକିଂ କରି ପାରିବେ ।

କିଭଳି କରିବେ ଗ୍ୟାସ ବୁକିଂ ?

ଆପଣ ଆପଣଙ୍କର ରେଜିଷ୍ଟର ମୋବାଇଲ ନମ୍ବରରେ ଏହି ନମ୍ବର ସହିତ ଯୋଗାଯୋଗ କରନ୍ତୁ । ଯେଉଂଥିରେ ଦିଆ ଯାଇଥିବା ବିକଳ୍ପ ଗୁଡିକ ମଧ୍ୟରୁ ଗ୍ୟାସ ରେଫଲିଙ୍ଗର ବିକଳ୍ପ ଚୟନ କରି ଗ୍ୟାସ ବୁକିଂ କରି ପାରିବେ । ସେହି ଭଳି ଯଦି ଆପଣ ଏସେମେସ ଜରିଆରେ ଗ୍ୟାସ ବୁକିଂ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆପଣଙ୍କର ରେଜିଷ୍ଟ୍ରେଡ ମୋବାଇଲ ଫୋନରୁ ଏହି ନମ୍ବରରେ ମ୍ୟାସେଜ କରିବାକୁ ପଡିବ ।

ହ୍ବାଟସଆପରେ କେମିତି କରିବେ ଗ୍ୟାସ ବୁକିଂ ? –

ଇଣ୍ଡିଆନ ଅଏଲର ଗ୍ୟାସ ଉପଭୋକ୍ତା ଚାହିଁଲେ କଂପାନୀ ର ହ୍ବାଟସଆପ ନମ୍ବର ଜରିଆରେ ମଧ୍ୟ ଗ୍ୟାସ ବୁକିଂ କରି ପାରିବେ । ଏଥି ପାଇଁ ଉପଭୋକ୍ତା ଙ୍କୁ ନିଜ ରେଜିଷ୍ଟ୍ରର ମୋବାଇଲ ନମ୍ବର ରୁ ହ୍ବାଟସଆପରେ କ୍ୟାପିଟାଲ ଅକ୍ଷରରେ ରିଫିଲ୍ ଲେଖି 7588888824 ନମ୍ବରରେ ପଠାଇବାକୁ ପଡିବ ।

ଏହାଛଡା ଆପଣ ଦୁଇଟି ଭିନ୍ନ ତରିକାରେ ମଧ୍ୟ ରୋଷେଇ ଗ୍ୟାସ ବୁକିଂ କରି ପାରିବେ । ତେବେ ଆପଣ ସିଧା ଡିଷ୍ଟ୍ରବ୍ୟୁଟର ଙ୍କ ନିକଟକୁ ଯାଇ ଗ୍ୟାସ ବୁକିଂ କରିପାରିବେ । ନଚେତ ଅନଲାଇନରେ ବି ଆପଣ ଗ୍ୟାସ ବୁକିଂ କରି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment