ଗ୍ୟାସ ଉପଭୋକ୍ତା ଙ୍କ ପାଇଁ ଖୁସି ଖବର । ଆଧାର ନ ଥିଲେ ବି ମିଳିବ ସବସିଡି । ତେବେ ସାଧାରଣତଃ ଏଲପିଜି ଗ୍ୟାସ ବୁକିଂ କରିଲେ ହିଁ ଗ୍ରାହକ ମାନଙ୍କୁ ସବସିଡି ମିଳି ଥାଏ । ଆଉ ଗ୍ୟାସ ଉପୋଭକ୍ତା ଙ୍କୁ ସରକାର ଏହି ସବସିଡି ଟଙ୍କା ସିଧା ସଳଖ ଗ୍ରାହକ ଙ୍କ ବ୍ୟାଙ୍କ ଆକାଉଣ୍ଡ କୁ ହିଁ ପଠାଇ ଥାନ୍ତି । ତେଣୁ ଏଥି ପାଇଁ ବ୍ୟାଙ୍କ ଖାତା ସହ ଆଧାର କାର୍ଡ ଲିଙ୍କ ହୋଇ ଥିବା ନିହାତି ଜରୁରୀ । ତେବେ ଯଦି ଆପଣ ଙ୍କ ପାଖରେ ଆଧାର କାର୍ଡ ନାହିଁ କିମ୍ବା ଆପଣ ଙ୍କ ଆଧାର କୁ ବ୍ୟାଙ୍କ ଖାତା ସହ ଲିଙ୍କ୍ କରି ନାହାଁନ୍ତି ତେବେ ବି ଆପଣ ଗ୍ୟାସ ସବସିଡି ର ଲାଭ ଉଠାଇ ପାରିବେ ।
ତେବେ ଚାଲନ୍ତୁ ଜାଣି ନେବା କଣ ରହିଛି ସଂମ୍ପୂର୍ଣ୍ଣ ଖବର ଏବଂ କେମିତି ବିନା ଆଧାର କାର୍ଡ ରେ ସବସିଡି ପାଇ ପାରିବେ ଜାଣିବା । ସେଥି୍ ପାଇଁ ଆପଣ ମାନେ ଆମର ଏହି ଲେଖା ଟି କୁ ଶେଷ ପର୍ଯ୍ୟନ୍ତ ନିହାତି ଭାବ ରେ ଥରେ ପଢନ୍ତୁ ।
ବି୍ନା ଆଧାର ର କେମିତି ପାଇବେ ସବସିଡି –
ତେବେ୍ ବିନା ଆଧାର କାର୍ଡ ରେ ଯଦି ଆପଣ ଗ୍ୟାସ ସବସିଡି ପାଇବା ପାଇଁ ଚାହୁଁଛନ୍ତି , ତେବେ ନିଜ ଅଞ୍ଚଳ ରେ ଥିବା ଗ୍ୟାସ ଏଜେନ୍ସି କୁ ଯାଇ ଏଲପିଜି ଡିଷ୍ଟ୍ରିବ୍ୟୁଟର କୁ ନିଜ ର ବ୍ୟାଙ୍କ ଆକାଉଣ୍ଡ ନମ୍ବର ଦିଅନ୍ତୁ । ଆଉ ଏହା ପରେ ଆପଣ ଙ୍କ ଖାତା ରେ ସବସିଡି ଟଙ୍କା ଜମା ହୋଇ ଯିବ । ତେବେ ଏହି ସୁବିଧା ସେହି ଉପଭୋକ୍ତା ଙ୍କୁ ମିଳି ଥାଏ ଯେଉଁ ମାନଙ୍କ ପାଖରେ ଆଧାର କାର୍ଡ ନାହିଁ ।
ସେହି ଭଳି ବିନା ଆଧାର ରେ ଗ୍ୟାସ ସବସିଡି ପାଇବା ପାଇଁ ହେଲେ ଆପଣ ଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଡ ର ସବିଶେଷ ବିବରଣୀ ତଥା ଆକାଉଣ୍ଡ ନମ୍ବର. ଆଇ ଏଫ ଏସ୍ ସି କୋର୍ଡ ଏବଂ 17 ଅଙ୍କ ବିଶିଷ୍ଠ ଏଲପିଜି କଂଞ୍ଜ୍ୟୁମର ଆଇଡି ମଧ୍ୟ ଦେବାକୁ ପଡିବ । ତେବେ ଚାଲନ୍ତୁ ଜାଣିବା କେମିତି କରିବେ ଏଲିପିଜି ସହ ଆଧାର କାର୍ଡ ଲିଙ୍କ ।
ଏଲପିଜି ସହ କିଭଳି କରିବେ ଆଧାର ଲିଙ୍କ୍ –
ତେବେ ଏଲିପିଜି କନେକ୍ସନ ରେ ଆଧାର ଲିଙ୍କ କରି ବାକୁ ଚାହୁଁ ଥିଲେ ରେଜିଷ୍ଟ୍ରର ମୋବାଇଲ୍ ନମ୍ବର ରେ କଷ୍ଟମର କେୟାର ନମ୍ବର 18002333555 କୁ ପ୍ରଥମେ କଲ୍ କରିବାକୁ ହେବ । ତେବେ ଏହି ଟୋଲ୍ ଫ୍ରି ନମ୍ବର ରେ କଲ୍ କରିବା ପରେ କଷ୍ଟମର କେୟାର ଅଫିସର ଙ୍କୁ ନିଜ ଆଧାର କାର୍ଡ ର ନମ୍ବର ଜଣାଇଲେ ଆପଣ ଙ୍କ ଏଲିପିଜି କନେକ୍ସନ ସହ ଆଧାର ଲିଙ୍କ ହୋଇ ଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।