Odisha News Portal

ହାଇକୋର୍ଟ ଙ୍କ ବଡ ରାୟ ! ଗାଡି ଚଲେଇବା ସମୟରେ ମାକ୍ସ ପିନ୍ଧୁନଥିଲେ ବି ପୋଲିସ କାଟିପାରିବେନି ଫାଇନ୍ , ଯଦି କାଟନ୍ତି ତେବେ ଏହି ଦଣ୍ଡ ….ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ …

ଗାଡିରେ ଯାଉଥିଲେ ଦରକାର ନାହିଁ ମାକ୍ସ , ମାକ୍ସ ନପିନ୍ଧିଲେ କଟିବନି ଚାଲାଣ । କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶର ପ୍ରତିଟି ବ୍ୟକ୍ତିଙ୍କୁ ଘର ବାହାରକୁ ବାହାରିଲେ ମାକ୍ସ ପିନ୍ଧିବାକୁ ସରକାରଙ୍କ ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି । ଯଦି କୌଣସି ବ୍ୟକ୍ତି ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏହି କୋଭିଡ କଟକଣା ଜାରି ନକରନ୍ତି ତେବେ ସଂପୃକ୍ତ ବ୍ୟକ୍ତି ମାନଙ୍କ ପାଖରୁ ମୋଟା ଅଙ୍କର ଜୋରିମାନା ଆଦାୟ କରିବାକୁ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ନାମା ମଧ୍ୟ ଜାରି କରାଯାଇଛି । ଯାହାକୁ ନେଇ କରି ପୋଲିସ ବର୍ତ୍ତମାନ ସମୟରେ ଆକ୍ସନ ମୋଡରେ ରହିଛି ।

ମାତ୍ର ଅନେକ ସମୟରେ ଅଭିୟୋଗ ଆସୁଚି କି କୋଭିଡ କଟକଣା ଆଳରେ ପୋଲିସ ତାହାର ମନମୁଖା ଶାସନ ଆରମ୍ଭ କରିଛି । କାଗଜ ପତ୍ରରେ ଉଲ୍ଲେଖ ନଥିବା ନିୟମ ପରି ଜୋରିମାନା ଆଦାୟ କରୁଛି ବୋଲି ବାରମ୍ବାର ଅଭିଯୋଗ ଆସୁଅଛି । ଫଳରେ କୋବିଡ କଟକମାକୁ ନେଇ କରି ଏବେ ମଧ୍ୟ ଲୋକମାନେ ଦ୍ୱନ୍ଦରେ ରହିଛନ୍ତି ।

କାରରେ ଯାଉଥିଲେ ମାକ୍ସ ପିନ୍ଧିବା ଜରୁରୀ କି ଏ ନେଇ କୋର୍ଟରେ କେନ୍ଦ୍ର ସରକାର ସ୍ପଷ୍ଟିକରଣ ହୋଇଛି । ମାକ୍ସର ବ୍ୟବହାରକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ପ୍ରସ୍ନକୁ ନଜରରେ ରଖି ଦିଲ୍ଲୀ ହାଇକୋର୍ଟରେ ସ୍ପଷ୍ଟିକରଣ ରଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରମାଳୟ ।

ଯେଉଁଥିରେ କୁହାଯାଇଛି କି ଏକୁଟିଆ କାର ବା ଅନ୍ୟ କୌଣସି ବ୍ୟକ୍ତି ସହ କରାରେ ଯାତ୍ରା କରୁଥିଲେ ଚାଲାଣ କଟାଯିବା ନେଇ ନିୟମକୁ ଖଣ୍ଡନ କରାଯାଇଛି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପରି କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ ବୋଲି ସ୍ପଷ୍ଟ ମଧ୍ୟ କରାଯାଇଛି ।

ଅର୍ଥାତ ଯଦି କୌଣସି ବି ବ୍ୟକ୍ତି କାରରେ ଏକୁଟିଆ ଯାତ୍ରା କରୁଛନ୍ତି ତେବେ ସେ ମାକ୍ସ ପିନ୍ଧିବାକୁ ବାଧ୍ୟ ନୁହନ୍ତି । କୋର୍ଟରେ ଦାୟର ହୋଇଥିବା ଏକ ମାମଲାର ଶୁଣାଣି ସମୟରେ ଦିଲ୍ଲୀ ପୋଲିସ , ସରକରା , ରେଜିଷ୍ଟ୍ରେସନ ମ୍ୟାନେଜମେଣ୍ଟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳାୟକୁ ନୋଟିସ କରି ଜବାବ ମାଗିଥିଲା ଦିଲ୍ଲୀ ହାଇକୋର୍ଟ । ଯାହାର ଉତ୍ତରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଲି ସତ୍ୟପାଠ ଦାଖଲ କରାଯାଇଛି ।

 ତେବେ ଏଥିରେ ଯଦି କୌଣସି ଗାଡିରେ ଏକାଧିକ ଲୋକ ବସିକରି ଯାତ୍ରା କରୁଛନ୍ତି ତେବେ ଏପରି ସ୍ଥିତିରେ ମାକ୍ସ ପିନ୍ଧିବା ନିତାନ୍ତ ଜରୁରୀ । ମାତ୍ର ଏହି ନିୟମ ଏକୁଟିଆ ଯାତ୍ରା କରୁଥିବା ବ୍ୟକ୍ତି ନିକଟରେ ଲାଗୁ ହୋଇନଥାଏ । ଏହା ସହ ଯଦି ଆପଣ ମାନେ ଏକୁଟିଆ ସାଇକେଲ ବା ନିଜସ୍ୱ ଗାଡିରେ ଯାଉଛନ୍ତି ତେବେ ସେହି ସମୟରେ ମାକ୍ସ ପିନ୍ଧିବା ଜରୁରୀ ନୁହେଁ ବୋଲି ମଧ୍ୟ ସ୍ପଷ୍ଟ ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।