Odisha News Portal

ଦେଖନ୍ତୁ ଏହି ଭାଇରାଲ ଭିଡିଓ ! ଗାଁ ଦାଣ୍ଡରେ ସ୍ତ୍ରୀକୁ ଉଲଗ୍ନ କରି ବାଡେ଼ଇଲେ ସ୍ୱାମୀ, ଦେଖିଲେ ଆପଣ ବି କହିବେ ଧିକ ସେ ସ୍ଵାମୀପଣିଆ…..

ଗାଁ ଦାଣ୍ଡରେ ସ୍ତ୍ରୀକୁ ଉଲଗ୍ନ କରି ଘୋଷାଡି ଚାଲିଲେ ସ୍ୱାମୀ , ଧିକ ଏପରି ଏକ ମଣିଷକୁ ଲଜ୍ୟା ଲାଗିବା କଥା ମୁହଁକୁ । ମଦ ପିଇକରି ପଶୁ ହୋଇଯାଇଛନ୍ତି ସ୍ୱାମୀ , ପ୍ରତ୍ୟକ ଦିନ ଏମିତି କରନ୍ତି ମାତ୍ର ଗୁରୁବାର ଦିନ ହୋଇଥିଲା ଅଧିକା । ପ୍ରଥମେ ଗାଲି ତାପରେ ମାଡ ମାରିଥିଲେ ଜୀବନ ବିକଳରେ ସ୍ତ୍ରୀ ଧାଇଁଲେ ପଡୋଶୀଙ୍କର ଘରକୁ । ସେହି ପଡୋଶୀ ଘର ଥିଲା ସରପଞ୍ଚଙ୍କର ଘର , ତେବେ ସେହି ସମୟରେ ସେହି ସରପଞ୍ଚକୁବି ଛାଡିଲେ ନାହିଁ ମଦ୍ୟପ ସ୍ୱାମୀ । ଗାଳି, ଗୁଲଜ କରି ସ୍ତ୍ରୀକୁ ଘୋଷାଡି ଘୋଷାଡି ଆଣିଲେ ସରପଞ୍ଚଙ୍କର ଘରୁ ଏବଂ ମାଡ ମାରି ଚାଲିଲେ ସମସ୍ତଙ୍କ ଆଗରେ ।

ଯାଜପୁର କୋରେଇ ଥାନା ଅନ୍ତର୍ଗତ କାଜରା ସାହିରେ ଘଟିଛି ଏଭଲି ଅଭାବନୀୟ ଘଟଣା, ଗ୍ରାମର ନବ ବାରିକର ପୁଅ ସୁସାନ୍ତ ବାରିକଙ୍କୁ କିଛି ଲୋକ କାବୁ କରିବା ପାଇଁ ଚେଷ୍ଟା ମଧ୍ୟ କରିଥିଲେ ।

କାହିଁକିନା ସେ ତାଙ୍କର ସ୍ତ୍ରୀକୁ ଉଲଗ୍ନ କରି ଘୋଷାଡି ଘୋଷାଡି ମାଡ ମାରୁଥିଲେ , ସତେ ଯେମିତି ତାଙ୍କର ମୁଣ୍ଡରେ ଭୂତ ସବାର ଥିଲା । ସ୍ତ୍ରୀର ଶାଢିକୁ ଟାଣି ଟାଣି ତାକୁ ବେଜ୍ଜିତ କରି ଚାଲିଥିଲେ ଗ୍ରାମର ଦାଣ୍ଡରେ । ଗାଁ ଲୋକେ ହିଁ ଏହି କଳିଯୁଗର ଦୁଃସାସନ ବା ମଣିଷ ରୂପୀ ରାକ୍ଷସ ଠାରୁ ଉଦ୍ଦାର କରିଥିଲେ ଏହି ମହିଳାଙ୍କୁ । ମହିଳା ଜଣକ କାକୁତି ମିନତୀ ହୋଇ ଚଉରାକୁ ନିଜେ ଜାବୁଡି ଧରିଥିଲେ ।

ଏପରି ଲାଗୁଥିଲା କି ସେ ସେହି ତୁଳସୀ ମାଙ୍କୁ କହୁଥିଲେ ମା ଏବେ ମୋ ଇଜ୍ଜତ ତୋ ହାତରେ । ଏସବୁ ଘଟିବା ପରେ ମହିଳା ଜଣକ ବାଧ୍ୟ ହୋଇ ଥାନାରେ ଅବିଯୋଗ କରିଛନ୍ତି । କୌଣସି ସ୍ୱାମୀ ନିଜର ସ୍ତ୍ରୀକୁ ସର୍ବ ସମ୍ମୁଖରେ ଏପରି ଉଲଗ୍ନ କରିବା କେତେ ଦୂର ଠିକ । ସମାଜ ଏହାକୁ କିପରି ଗ୍ରହଣ କରିବ , ତେବେ ସେହି ବ୍ୟକ୍ତିକୁ କଢାରୁ କଡା ଶାସ୍ତି ପ୍ରଦାନ କରାଯିବା ଉଚିତ ।


ଏ ସଂପର୍କରେ ସେ ଗ୍ରାମର ସରପଞ୍ଚ କହିଛନ୍ତି କି ତାଙ୍କରି ଆଖି ଆଗରେ ତାଙ୍କର ଘରେ ପଶି ଜଣେ ମଦ୍ୟପ ସ୍ୱାମୀ ତାର ସ୍ତ୍ରୀକୁ ବାଡେଇ ବାଡେଇ ଘରକୁ ନେଉଥିଲା । ସେ ଯେତେ ବିରୋଧ କରିଥିଲେ ମଧ୍ୟ ତାଙ୍କର କଥାକୁ ମଦ୍ୟପ ଜଣକ କର୍ଣ୍ଣପାତ କରିନଥିଲା ଏବଂ ଅସ୍ଳୀଳ ଭାଷାରେ ସେହି ସରପଞ୍ଚକୁ ଗାଳି ଦେଇଥିଲା । ସେ କହିଛନ୍ତି ଏହା ବହୁତ ଲଜ୍ଜ୍ୟାଜନକ ଘଟଣା ଅଟେ କାହିଁକିନା ଜଣେ ନାରୀର ସମ୍ମାନ ରକ୍ଷା କରିବା ହେଉଛି ଆମର କର୍ତ୍ତବ୍ୟ ମାତ୍ର ଏଠାରେ ସେହି ମଦ୍ୟପ ସ୍ୱାମୀ ଜଣକ ତାର ସ୍ତ୍ରୀକୁ ଉଲଗ୍ନ କରି ଘୋଷାଡି ଘୋଷାଡି ମାରୁଛି ।

ସରପଞ୍ଚ ଜଣକ କହିଲେ କି ମୁଁ ତାଙ୍କୁ ସୁରକ୍ଷା ଦେଇପାରିଲିନି ଆମର ଘରେ କେହି ପୁରୁଷ ଲୋକନଥିଲେ ତେବେ ମୁଁ ଏକୁଟିଆ ମହିଳାଟିଏ ତାଙ୍କୁ ଅଟକି ପାରିଲିନି । ସରପ଼ଞ୍ଚ ଜଣକ କହିଛନ୍ତି କି ଏ ଘଟଣାର ପୁଂଖାନୁପୁଖ ଭାବରେ ତଦନ୍ତ କରାୟାଇ ସେହି ଦୋଷାକୁ ଦଣ୍ଡ ମିଳୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।