ଦିନକୁ କେବେଳ ୨ ଥର ଏହାକୁ ପିଅନ୍ତୁ, ଛାତି ଏବଂ ଗଳାରେ ଜମା କଫ ( Cough ) ଘିଅ ଭଳି ତରଳିଜିବ – Health Tips

ବନ୍ଧୁଗଣ ବଦଳୁଥିବା ଋତୁ କାରଣରୁ ବର୍ତମାନ ଅଧିକ ଥଣ୍ଡା ହେବା ସହିତ କଫ ମଧ୍ୟ ଛାତିରେ ଜମୁଛି,ଯଦି ଆପଣଙ୍କର ଏପରି ସମସ୍ୟା ଦେଖାଯାଏ ତେବେ ଏହି କଫ ବାହାର କରିବା ବହୁତ କଷ୍ଟ ହୋଇପାରେ |ଛାତିରେ କଫ ଜମିଗଲେ ଆମକୁ ଭଲ ଲାଗେ ନାହିଁ ଏବଂ ଅଣନିଶ୍ୱାସୀ ଲାଗେ, ଏଥିପାଇଁ ଆମେ ରାତିସାରା ଶୁଇପାରୁ ନାହୁଁ |ମୁଁ ଆଜି ଆପଣକୁ ଏହି ସମସ୍ୟାର ସମାଧାନ ପାଇଁ ଏକ ଘରୋଇ ଉପଚାର ବିଷୟରେ କହିବି ଯାହା ଦ୍ଵାରା ଆପଣଙ୍କ ଏହି କଫ ପରି ସମସ୍ୟା ସମ୍ପୂର୍ଣ ଭଲ ହୋଇଯିବ |ମୁଁ ଆପଣକୁ ଯଉଁ ହୋମ ରିମିଡି ବିଷୟରେ କହିବି ଏହା ସମ୍ପୂର୍ଣ ପ୍ରାକୃତିକ ଏବଂ ଆୟୁର୍ବେଦିକ ଏଥିରେ ଆପଣକୁ କୌଣସି ସାଇଡ ଇଫେକ୍ଟ ମଧ୍ୟ୍ୟ ଦେଖାଯାଏ ଦେଖାଯାଏ ନାହିଁ |ତେବେ ଆସନ୍ତୁ ଜାଣିବା ଏହି ହୋମ ରିମିଡିର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ |

ଆବଶ୍ୟକ ସାମଗ୍ରୀ –

ତୁଳସୀ ପତ୍ର, ଅଦା, ଲବଙ୍ଗ, ଗୋଲମରିଚ, ତେଜପତ୍ର ଓ ପାଣି |

ପ୍ରସ୍ତୁତି –

ପ୍ରଥମେ ଆପଣ ଏକ ପାତ୍ର ଗ୍ୟାସରେ ବସାନ୍ତୁ ଓ ସେଥିରେ ଦୁଇ କପ ପାଣି ଦିଅନ୍ତୁ |ଏହାପରେ ଅଧା ଇଞ୍ଚ ବା ଏକ ଇଞ୍ଚ ଅଦା ନିଅନ୍ତୁ ଓ ଛୋଟ ଛୋଟ ପିସ କରି ଏଥିରେ ପକାଇଦିଅନ୍ତୁ|ଏହାପରେ ଚାରି କିମ୍ବା ପାଞ୍ଚଟି ତୁଳସୀ ପତ୍ର ଏଥିରେ ପକାଇଦିଅନ୍ତୁ ଏବଂ ଫୁଲଥିବା ଲବଙ୍ଗ ଗୋଟେ ଏଥିରେ ପ୍ରୟୋଗ କରନ୍ତୁ ଓ ଏଥିରେ ଏକ ରୁ ଦୁଇଟି ଗୋଲମରିଚ ପକାଇ ଦିଅନ୍ତୁ |

ଶେଷ ସାମଗ୍ରୀଟି ତେଜପତ୍ର, ଏଥିରେ ଆପଣ ଗୋଟିଏ ତେଜ ପତ୍ର ମଧ୍ୟ୍ୟ ପକାନ୍ତୁ |ବର୍ତମାନ ଆପଣ ଏହି ସମସ୍ତ ସାମଗ୍ରୀକୁ ଏହି ପାଣିରେ ପକାଇ ସ୍ଲୋ ଫ୍ଲେମରେ ଫୁଟାନ୍ତୁ, ଏହାକୁ ଆପଣ ସେତେ ପ୍ରଯ୍ୟନ୍ତ ଫୁଟାନ୍ତୁ ଯେ ପ୍ରଯ୍ୟନ୍ତ ଦୁଇ କପ ପାଣି ଏକ କପ ନହୋଇଛି |ଏବେ ଆପଣ ଏହି ଗାଢାକୁ ଏକ କପକୁ ଛାଣି ନିଅନ୍ତୁ ଏବଂ ଏହାକୁ ଅଳ୍ପ ଉଷୁମ ଥିବା ସମୟରେ ଏହାକୁ ସେବନ କରନ୍ତୁ |ଏହି ଗାଢ଼ାରେ ଆପଣ ଏକ ଚାମୋଚ ମହୁ କିମ୍ବା ଗୁଡ଼ ଦେଇ ଏହାକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ |

ବ୍ୟବହାର :-

ସକାଳ ଚାହା ପିଇବା ସମୟରେ ଚାହା ପରିବର୍ତ୍ତେ ଏହି ରିମିଡ଼ି ଆପଣ ସେବନ କରନ୍ତୁ, ଏହି ରିମିଡିକୁ ଦିନରେ ଦୁଇ ରୁ ତିନି ଥର ସେବନ କରନ୍ତୁ |ଦେଖିବେ ଆପଣଂକ ଏହି କଫ ଜନିତ ସମସ୍ୟା ସମ୍ପୂର୍ଣ ଭଲ ହୋଇଯିବ |ତାହା ସହିତ ଆପଣଙ୍କୁ ଯଦି ଅଧିକ କଫ ହେଉଥାଏ ତେବେ ଆପଣ କେବେବି ଥଣ୍ଡା ଜାତୀୟ ଜିନିଷ ଖାଆନ୍ତୁ ନାହିଁ କି ଫ୍ରିଜରୁ ଯେ କୌଣସି ଜିନିଷ ସଙ୍ଗେ ସଙ୍ଗେ ବାହାର କରି ଖାଆନ୍ତୁ ନାହିଁ, ଏହାକୁ କିଛି ସମୟ ରଖି ଖାଆନ୍ତୁ |କାରଣ ଏହାର ଖରାପ ପ୍ରଭାବ ଆପଣଙ୍କ ଶରୀରର ଅନେକ କ୍ଷତି କରିଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment