ବୀଚ ରାସ୍ତାରେ ହେତୁବାଦୀ ଏବଂ ବିରୋଧୀ ହେଲେ ହାତା ହାତି… ଦେଖନ୍ତୁ Video

ବନ୍ଧୁଗଣ ଆଜି ଚନ୍ଦରଗ୍ରହଣ ଆମର ପରମ୍ପରା ଅନୁଯାଇ ଆଜି ଭଳି ଦିନ ଆମକୁ ଖାଇବା ସହିତ ଅନେକ କିଛି କାର୍ଯ୍ୟ କରିବା ପାଇଁ ମନା କରାଯାଇଛି |ଏହାକୁ ପ୍ରାୟ ଲୋକ ବହୁତ ନିୟମ ନିଷ୍ଠା ସହକାରେ ମନି ଥାନ୍ତି, କିନ୍ତୁ ଏହି କିଛିଦିନ ହେବ ଅମାବାସ୍ୟା ଦିନ ସୂର୍ଯ୍ୟ ପରାଗ ହୋଇଥିଲା |ସେ ଦିନ ମଧ୍ୟ ପ୍ରାୟ ବ୍ୟକ୍ତି ମାନେ ଏହି ପରାଗରେ ପାକ ନିଷେଧ ସହିତ ସବୁ ନିୟମ ନିତି ମାନିଥିଲେ ହେଲେ ଆପଣ ସୂର୍ଯ୍ୟପାରଗ ଦିନ ବ୍ରହ୍ମପୁରରେ ଘଟିଥିବା ଘଟଣା ବିଷୟରେ ତ ଆପଣ ଜାଣିଥିବେ ନିଶ୍ଚିତ |ପୁଣି ଏହି ଦଙ୍ଗା ଆଜି ଚନ୍ଦ୍ର ଗ୍ରହଣରେ ମଧ୍ୟ ଦେଖିବାକୁ ମିଳିଛି |ଆଜି ପୁଣି ହେତୁବାଦୀ ମାନେ ମାଂସ କରି ଖାଉଛନ୍ତି ଏବଂ ଏହି କଥାକୁ ନେଇ ହେତୁବାଦୀ ଏବଂ ପରମ୍ପରବାଦୀ ଉଭୟଙ୍କ ଭିତରେ ଝଗଡା ଚାଲିଛି |ଏହି ଝଗଡା ବର୍ତମାନ ଏକ ଭୟଙ୍କର ରୂପ ନେଇଛି ତେବେ ଆସନ୍ତୁ ଜାଣିବା ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ |

ଆପଣ ଆଗରୁ ଜାଣିଥିବେ ଯେ ବ୍ରହ୍ମପୁର ଏହି ହେତୁବାଦୀ ଏବଂ ପରମ୍ପରାବାଦୀ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା, ପୁଣି ଆଜି ଚନ୍ଦ୍ର ଗ୍ରହଣରେ ମଧ୍ୟ ହେତୁ ବାଦୀ ମାନେ ସମସ୍ତଙ୍କୁ ଦେଖେଇ ମାଂସ କରି ଖାଉଛନ୍ତି ଯାହାକୁ ପରମ୍ପରା ବାଦୀମାନେ ବିରୋଧ କରିଛନ୍ତି |ପରମ୍ପରା ବାଦୀଙ୍କ ମତରେ ହେତୁବାଦୀ ମାନେ ଯେଉଁ କାର୍ଯ୍ୟ କରୁଛନ୍ତି ନିହାତି ଭୁଲ ଅଟେ, ଚନ୍ଦ୍ର ଗ୍ରହଣରେ ପାକ ନିଷେଧ ହେବା ପରେ ମଧ୍ୟ ସେମାନେ ମାଂସ ରୋଷେଇ କରି ଖାଇବା ଆମ ଜଗନ୍ନାଥ ଧର୍ମ ଅନୁଯାୟୀ ଏକ ବଡ଼ ଭୁଲ ବୋଲି କହିଛନ୍ତି |ଏହି ସବୁ କାର୍ଯ୍ୟ ଆମ ପରମ୍ପରା ପାଇଁ ଏକ ବଡ଼ ଭୁଲ ଅଟେ |

କିନ୍ତୁ ହେତୁବାଦୀଙ୍କ ମତରେ ବିଜ୍ଞାନ ଅନୁଯାୟୀ ଏହି ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣ କିଛି ନାହିଁ, ବିଜ୍ଞାନ ମତରେ ଏହି ସମୟରେ ପାକ ନିଷେଧର କିଛି ବିଜ୍ଞାନ ସମତ କାରଣ ନାହିଁ ତେଣୁ ଏହି ସବୁ ମାନିବା ଅନୁଚିତ |ହେତୁବାଦୀ ମାନେ ରୋଷେଇ କରୁଥିବା ସ୍ଥାନକୁ ପରମ୍ପରାବାଦୀ ମାନେ ସମ୍ପୂର୍ଣ ଘେରି ଯାଇଥିଲେ, ଏବଂ ଏହାକୁ ଉଭୟଙ୍କ ଭିତରେ ପାଟି ତୁଣ୍ଡ ମଧ୍ୟ୍ୟ ହୋଇଥିଲା |କିନ୍ତୁ ଏହି ଝଗଡା ବର୍ତମାନ ଭୟଙ୍କର ରୂପ ନେଇଛି, ଏହି ଝଗଡାକୁ ରୋକିବା ପାଇଁ ପୋଲିସ ତରଫରୁ ମଧ୍ୟ ପ୍ରୋଟେକ୍ସନ ରହିଛି |ହେଲେ ପରମ୍ପରା ବାଦୀମାନେ ବାହାର ପଟେ ରହି ସେମାନଂକୁ ଗୋବର ଫିଙ୍ଗିବା ସହ ଏହିପରି ଅନେକ ଗଣ୍ଡଗୋଳ କରିଛନ୍ତି |

ଉଭୟଙ୍କ ଭିତରେ ମଧ୍ୟ ହାତାହାତି ପରିସ୍ଥିତି ଉପୁଜିଛି,ଏମିତିକି ଟେକ ପଥର ମାଡ଼ ମଧ୍ୟ୍ୟ ହେଉଛି |ପୋଲିସ ଘଟଣା ସ୍ଥଳରେ ସମସ୍ତଙ୍କୁ ବୁଝିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ବର୍ତମାନ ପରିସ୍ଥିତି ଭୟାଭୟ ହୋଇଗଲାଣି |ଭୁବନେଶ୍ୱରର ଏହି ହେତୁବାଦୀ ଏବଂ ପରମ୍ପରା ବାଦୀ ମାନଙ୍କ ମଧ୍ୟ୍ୟରେ ଝଗଡା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାର ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment