Odisha News Portal

ତୁର୍କୀ ଆର୍ମିେନିଆରେ ନିଜର ସେନା ଅବତରଣ କଲା, ଯୁଦ୍ଧ ନୁହେଁ ମହାଯୁଦ୍ଧ ହେବ , ଋଷ ନିଜର mig-29 କୁ ଅବତରଣ କଲା ?

ଯୁଦ୍ଧ ଯଦି ସମ୍ଭାବ୍ୟ ତାହେଲେ ଯୁଦ୍ଧ ପୂର୍ବରୁ ଅନେକ ଆକଳନ ଓ ବିଶ୍ଳେଷଣ ଦେଖା ଦେଇଥିବାର ଜଣାଯାଏ । ଧରାଯାଉ ଦୁଇଟି ଦେଶ ସହ ପରର୍ସ୍ପର ଯୁଦ୍ଧ ଆରମ୍ଭ ହେଲା, ତେବେ ଯୁଦ୍ଧର ବହୁ ପୂର୍ବରୁ କେଉଂ ଦେଶ କେଉଂ ଦେଶକୁ ସମର୍ଥନ କରିବ ଏବଂ ବାକି ଦେଶ କାହାକୁ ଖୋଲା ସମର୍ଥନ କରିବେ , ଏହା ପଛରେ ରଣନୀତି ଓ ରାଜନୀତି କଣ ରହିଛି ଏମିତି ଅନେକ ତଥ୍ୟ ଏବଂ ବିଶ୍ଳଷଣ ଦେଖାଯାଏ । କିନ୍ତୁ ଯୁଦ୍ଧ ଯେତେବେଳେ ପ୍ରକୃତରେ ଆରମ୍ଭ ହୁଏ ସେତେବେଳେ ଜଣାପଡେ କି କେଉଂ ଦେଶ ପ୍ରକୃତରେ ସମର୍ଥନ ପାଇଂ ଓହ୍ଲାଇ ଆସୁଛି ଗୋଟିଏ ନିର୍ଦ୍ଦିଷ୍ଟ ଦେଶ ପାଇଁ ।

ଆଜିକାଲିର ଯୁଦ୍ଧ ଏମିତି ସେମିତି ଯୁଦ୍ଧରେ ଆଉ ନାହିଁ, ମୁଷ୍ଟିମେୟ ଲୋକଙ୍କ ସହିତ ଯୁଦ୍ଧ ନୁହେଁ ବରଂ ଆଜିକାଲିର ଯୁଦ୍ଧ ଗୋଳାବାରୁଦର ଯୁଦ୍ଧ , ପରମାଣୁର ,ମିଶାଇଲ ଯୁଦ୍ଧ । ଏସବୁରେ ଯେଉଂ ପରିମାଣରେ କ୍ଷୟକ୍ଷତି ହୁଏ ତାହା ଦେଶର ଅର୍ଥନୀତିକୁ ପଛକୁ ପକାଇ ଦେଉଥିବାରୁ ଯୁଦ୍ଧ କରୁନଥିବା ଦେଶ ସମର୍ଥନ ଦେବା ପାଇଁ କେତେ ମାତ୍ରାରେ ଓହ୍ଲାଇବ ତାହା ମଧ୍ୟ ଏକ ପ୍ରଶ୍ନବାଚୀ ଲାଗିରହିଛି ।

ବର୍ତ୍ତମାନ ଯେଉଁ ଯୁଦ୍ଧର ପରିସ୍ଥିତି ବା ଘୋମାଘଟ ଯୁଦ୍ଧ ଚାଲିଛି ଆରମେନିଆମ୍ ଏବଂ ଆଜାରବାଇଜାନ । ଏହାପଛରେ ରଣନୀତି ଏବଂ ରାଜନୀତିକୁ ନେଇ ପର୍ଯ୍ୟବେଶିତ ତାଛଡା ଅନ୍ତରାଷ୍ଟ୍ରିୟ ବିବାଦକୁ ନେଇ ମଧ୍ୟ ଏହି ଯୁଦ୍ଧ ପର୍ଯ୍ୟବେଶିତ । ଏଥିପୂର୍ବରୁ କୁହାଯାଉଥିଲା କି ଆରମେନିଆ ସପକ୍ଷରେ ରୁଷ ରହିଛି ଏବଂ ଆଜାରବେଇଜାନ ସପକ୍ଷରେ ତର୍କୀ ରହିଛି । ଘଟଣାର ଗତି ବଦଳିଛି କେବଳ ତୁର୍କୀ ପାଇଁ । ଯଦିଓ ଆରମେନିଆ ସହ ରୁଷିଆର ସାମରିକ ଚୁକ୍ତି ରହିଛି କିନ୍ତୁ ଏଜାବତ ରୁଷିଆ ସିଧାସଳଖ ଯୁଦ୍ଧର ମଇଦାନରେ ଓହ୍ଲାଇ ନାହିଁ ଆରମେନିଆମ୍ ସପକ୍ଷରେ ।

କିନ୍ତୁ ଆଜାରବାଇଜାନ କଥା ଦେଖିଲେ ଏହାର ପଛରେ ତୁର୍କୀର ପ୍ରଚ୍ଛନ୍ନ ହାତ ଅଛି ବୋଲି ଜଣାପଡେ । ଦୁଇ ଦିନ ତଳେ ତର୍କୀର ରାଷ୍ଟ୍ରପତିଙ୍କର ବୟାନ ଥିଲା ଏଥର ସେ ଆଜାରବାଇଜାନକୁ ଖୋଲା ସମର୍ଥନ ଦେବେ । କିନ୍ତୁ ରୁଷିଆ ଏପର୍ଯ୍ୟନ୍ତ ସିଧାସଳଖ ଆରମେନିଆ ପାଇଂ ଯୁଦ୍ଧର ମଇଦାନକୁ ଓହ୍ଲାଇ ନାହିଁ ।

ଏହା ସଂପର୍କରେ ରୁଷିଆର ରାଷ୍ଟ୍ରପତି ଲଦିମିର ପୁଟିନଙ୍କ ମତ ଅନୁଯାୟୀ ଆଜାରବାଇଜାନ ଏବଂ ଆରମେନିଆ ମଧ୍ୟମରେ ଯେଉଁଥିପାଇଁ ଯୁଦ୍ଧ ଚାଲିଛି । ଯାହାକୁ କୁହାଯାଏ ନାଗରୋନକାରାବାକ ଅଞ୍ଚଳ । ଏହି ନାଗୋରନ ଅଞ୍ଚଳଟି ଅନ୍ତରାଷ୍ଟ୍ରିୟ ଦୃଷ୍ଟି କୋଣରୁ ଦେଖିଲେ ଆଜାରବାଇଜାନର କିନ୍ତୁ 2018 ମସିହାରେ ଏହାକୁ କବ୍ଜା କରି ନେଇଥିଲା ଆରମେନିଆ ।

ଅନେକ ଦିନ ଧରି ଆରମେନିଆର କବ୍ଜାରେ ରହିଛି ଏହି ଅଞ୍ଚଳ ।ଏଠାକାର ଯେଉଁ ଅଧିବାସୀ ମାନେ ରହୁଛନ୍ତି ସେମାନେ ଆରମେନିଅ , ସେମାନେ ଆରମେନିଆରେ ରହିବାକୁ ଚାହାଁନ୍ତି କିନ୍ତୁ ଆଜାରବାଇଜାନ ଚାହେଁ ଏ ଅଞ୍ଚଳ ଯେହେତୁ ତାର ତେଣୁ ତାକୁ ଫେରାଇ ଦିଆଯିବା ଉଚିତ । କିନ୍ତୁ ଏହି କଥାର ମିମାଂଶା ନ ହେବାରୁ 27 ସେପ୍ଟେମ୍ବରରୁ ଆଜାରବେଇଜାନ ଏବଂ ଆରମେନିଆ ମଧ୍ୟମରେ ଭୟଙ୍କର ଯୁ୍ଦ୍ଧ ଚାଲିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।