ହଁ ଦର୍ଶକ ବନ୍ଧୁ ଚାରିଆଡେ ସେହି ଗୋଟିଏ ଘଟଣା ଆଉ ଖବର ବର୍ତ୍ତମାନ ଚର୍ଚାର ବିଷୟ ପାଲଟିଛି ତାହା ହେଉଛି ଯାତ୍ରା କଳାକାର ଙ୍କ ଉପରକୁ ଚପଲ ମାଡ଼ | ଆଉ ଯେଉଁଠି ଅଶ୍ଳୀଳ ଡାନ୍ସ କୁ ନେଇକି ମହିଳା ଜଣକ ରାଣୀ ପ୍ରିୟଦର୍ଶିନୀ ଙ୍କ ଉପରକୁ ଚପଲ ଫୋପାଡ଼ିଛନ୍ତି ବୋଲି କହିଛନ୍ତି | ଆଉ ଯାହା କୁ ନେଇକି ତୀବ୍ର ବିରୋଧ କରିଛନ୍ତି ଦୀପ୍ତି| ଆଉ କହିଛନ୍ତି କି ଯଦି ତାଙ୍କୁ ଏହିଭଳି ଡାନ୍ସ ପସନ୍ଦ ନୁହଁ ବା ଭଲ ଲାଗୁ ନ ଥିଲା ତାହେଲେ ସେ ସେହି ଯାତ୍ରା ପେଣ୍ଡେଲ ରୁ ଉଠିକି ଆସିପାରିଥାନ୍ତେ ଆଉ କଣ ପାଇଁ ଏମିତି ଜଣେ କଳାକାର ଙ୍କୁ ଅପମାନିତ କରୁଥିଲେ ବୋଲି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଉ କଣ ସବୁ କହିଛନ୍ତି ଦୀପ୍ତି ସେ ବିଷୟରେ ଜାଣିବା |
ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଭଦ୍ରକ ରେ କାଳୀ ପୂଜା ଅବସରରେ ବିରାଟ ଯାତ୍ରା ର କାର୍ଯ୍ୟକ୍ରମ ଚାଲିଥିଲା | ଆଉ ଯେଉଁଠି ଯାତ୍ରା ରାଜନନ୍ଦିନୀ ତରଫରୁ ଡାନ୍ସ ପ୍ରଗ୍ରାମ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା |. ଆଉ ଯେଉଁଠି ହଟ ଆଇଟମ ଗାର୍ଲ ଭାବରେ ଯାଇଥିଲେ ରାଣୀ ପ୍ରିୟଦର୍ଶିନୀ |ଆଉ ଯାହା ଜଣା ପଡିଥିଲା କି ସେହି ଯାତ୍ରା ରେ ରାଣୀ ଅଶ୍ଳୀଳ ଡାନ୍ସ କରୁଛନ୍ତି ବୋଲି କହିବା ସହିତ ତାଙ୍କ ଉପରକୁ ମହିଳା ଜଣଙ୍କ ପ୍ରଥମେ ଟେକା ଆଉ ତାହା ପରେ ଚପଲ ଫୋପାଡ଼ିଥିଲେ ବୋଲି କୁହାଯାଉଛି |
ଆଉ ଯାହାକୁ ନେଇକି ଦୀପ୍ତି କହିଛନ୍ତି କି ଏହିଟା କୌଣସି ପ୍ରବଚନ ର ପ୍ରଗ୍ରାମ ନୁହଁ କି ଗେରୁଆ ବସ୍ତ୍ର ପିନ୍ଧିକି ଲୋକ ମାନେ ଆସିବେ ଆଉ ସବୁ ଘୋଡ଼େଇକି ଆସିବେ | ଏଇଟା ହେଉଛି ଆଇଟମ ଡାନ୍ସ ଆଉ ଯେଉଁଥିରେ ଏମିତି ଡାନ୍ସ ତୋ ପିନ୍ଧିବେ | ତେବେ ଆପଣ ଯଦି ଜଣେ ଭଦ୍ର ଘରର ମହିଳା ତାହେଲେ ଯାତ୍ରା ଦେଖିବାକୁ କଣ ପାଇଁ ଆସୁଥିଲେ | ଆଉ ଯଦି ଅଡିଥିଲେ ଆଉ ଆପଣଙ୍କୁ ଏହି ଡାନ୍ସ ଟି ଭଲ ଲାଗିଲାନି ତାହେଲେ ଆପଣ ସେଠାରୁ ପଳେଇ ଯାଇଥାନ୍ତେ ଏମିତି ସିନ କରିବା କଣ ଦରକାର ଥିଲା ବୋଲି କହିଛନ୍ତି ଦୀପ୍ତି |
ତାହା ବ୍ୟତୀତ ଦୀପ୍ତି ଆହୁରି ମଧ୍ୟ କହିଛନ୍ତି କି ଏଇ ଯୋଉଁ ଡ୍ରେସ ସେମାନଙ୍କୁ ପିନ୍ଧିବାକୁ ଦିଆଯାଇଛି ସେ ନିଜ ଇଚ୍ଛା ରେ ପିନ୍ଧି ନାହାନ୍ତି ମେନେଜର ଯାହା କହିଛନ୍ତି ସେ ଅନୁସାରେ ସେମାନେ ପିନ୍ଧୁଛନ୍ତି ଆଉ ଡାନ୍ସ କରୁଛନ୍ତି | ଆଉ ଆଜି କାଲି ତ ପାଠ ପଢିକି ମଧ୍ୟ ଯୁବ ପିଢ଼ି ମାନେ ବେକାର | ତେଣୁ ରାଣୀ ଯଦି ଆଇଟମ ରେ ଡାନ୍ସ କରିକି ପରିବାରର ପେଟ ପଶି ପାରୁଛନ୍ତି ତାହେଲେ ସେଥିରେ ଭୁଲ କଣ ବୋଲି କହିଛନ୍ତି ଦୀପ୍ତି | ଆଉ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।