ବନ୍ଧୁଗଣ ଆମ ଭବିଷ୍ୟତ କଥା କାହାକୁ ବି ଜଣା ନଥାଏ, ଆମର କଣ ହେବ ଭବିଷ୍ୟତ ଖୁସିରେ ହେବ କି ଦୁଃଖ ତାହା ମଧ୍ୟ୍ୟ ଆମେ ଜାଣି ପାରିନଥାଉ |କେତେକ ଜୋତିଶ ଶାସ୍ତ୍ର ଅନୁସାରେ ଆମର ଜାତକ ଅନୁଯାୟୀ ଆମେ ଆମର ଭବିଷ୍ୟତ ବିଷୟରେ ଅଳ୍ପ ମାତ୍ରାରେ ଜାଣିପାରୁ |କିନ୍ତୁ ହଁ ଆମର ଆଖ ପାଖରେ ଏମିତି କିଛି ଘଟଣା ଘଟିଯାଏ ଯାହା ଆମର ଆଗକୁ ହେବାକୁ ଯାଉଥିବା ଶୁଭ ଅଶୁଭ ବିଷୟରେ ସୂଚନା ଦେଇଥାଏ |ମୁଁ ଆଜି ଆପଣକୁ ଏମିତି କିଛି ଘଟଣା ଆପଣଙ୍କ ଆଖ ପାଖରେ ଘଟୁଛି,ତାହା ଆପଣକୁ କଣ ସୂଚନା ଦେଉଛି ସେ ବିଷୟରେ ଜଣାଇବି |ତେବେ ଆସନ୍ତୁ ଜାଣିବା ଏହି ଘଟଣା ଗୁଡିକ କଣ ?
1-ପର୍ବଦିନ ଉପହାର ମିଳିବା ଅତି ଶୁଭ ଅଟେ, ଆପଣ ଯଦି ଏହିଦିନ କିଛି ଉପହାର ପାଉଛନ୍ତି ତେବେ ଜାଣିବେ ଯେ ମାଲଷ୍ମୀଙ୍କ ଅପାର କୃପା ଆପଣଙ୍କ ଉପରେ ଭରିରହିଛି |ଏହା ଦ୍ଵାରା ଆପଣଙ୍କ ଭବିଷ୍ୟତ ମଧ୍ୟ ଉଜ୍ଜଳ ରହିବ |
2-ରାସ୍ତାରେ ଗାଈ ଦେଖିବା ଅତ୍ୟନ୍ତ ଶୁଭ ଅଟେ, ଆପଣ ଯଦି କିଛି ଜରୁରୀ କାମରେ ଘରକୁ ଯାଉଛନ୍ତି ସେହି ସମୟରେ ଯଦି ରାସ୍ତା ଗାଈ ଦେଖନ୍ତି ତେବେ ଆପଣ ପାଇଁ ଏହା ଶୁଭ ଅଟେ |ଗାଈ ଦେଖି ଘରୁ ବାହାରିଲେ କିମ୍ବା ରାସ୍ତାରେ ଦେଖିଲେ ଆପଣଙ୍କ କାମ ଅତି ସହଜରେ ହୋଇଯାଏ, ଏଥିରେ କୌଣସି ବାଧା ସୃଷ୍ଟି ହୋଇନଥାଏ |ମାଲଷ୍ମୀ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ବୋଲି ଜାଣିବ |
3-ଯଦି ଆପଣଙ୍କ ଘରେ ବାଦୁଡ଼ିର ବସା ରହିଛି ତେବେ ଆପଣ ଏହାକୁ ଦେଖି ଡରନ୍ତୁ ନାହିଁ କି ବ୍ୟସ୍ତ ମଧ୍ୟ୍ୟ ହୁଅନ୍ତୁ ନାହିଁ |ଏହା ଆପଣ ସୁନେଲି ଭବିଷ୍ୟତକୁ ଦର୍ଶାଇ ଥାଏ |ବାଦୁଡ଼ି ଘର ପାଇଁ ଶୁଭ ଅଟେ ତେଣୁ ଆପଣ ଏହି ବାଦୁଡ଼ି ର ବସା ଭାଙ୍ଗନ୍ତୁ ନାହିଁ କି ଏମାନଙ୍କୁ ଘଡ଼ାନ୍ତୁ ନାହିଁ |
4-ପ୍ରତ୍ୟେକ ଦିନ ଚଢେଇ ଆପଣଙ୍କ ଘରକୁ ଆସନ୍ତି ଏବଂ କିଚିର ମିଚିର ଶବ୍ଦ କରନ୍ତି, ତାହା ସହିତ ଆପଣଙ୍କ ଘରୁ ସର୍ବଦା ଯଦିକିଛି ଦାନା ଖାଆନ୍ତି ତେବେ ଆପଣଙ୍କ ପାଇଁ ଏହା ଶୁଭ ବୋଲି ମାନାଯାଏ |ଚଢେଇମାନଙ୍କ କିଚିରିମିଚିର ଶବ୍ଦ ଆପଙ୍କ ଭବିଷ୍ୟତରେ ଖୁବ ଆନନ୍ଦରେ ରହିବେ ବୋଲି ଦର୍ଶାଇଥାଏ |
5:-ଆପଣ କୌଣସି କାମରେ ଯାଉଥିଲେ ଯଦି ରାସ୍ତାରେ ସାପ ଦେଖିଲେ ତେବେ ଏହା ଆପଣଙ୍କ ପାଇଁ ଭଲ ଅଟେ |ଆପଣଙ୍କ ଜୀବନରେ କିଛି ଦୁଃଖ ଦୂରହେବାର ସମ୍ଭାବନା ରହିଛି |
6:-ଆକାଶରେ ଭାଙ୍ଗୁଥିବା ତାରା ଆପଣ ଦେଖିଛନ୍ତିକି, ଯାଦି ଦେଖୁଛନ୍ତି ତେବେ ଏହି ସମୟରେ ଆପଣ ଯଦି ଆପଣଙ୍କ ମନରୁ କିଛି ମାଗୁଛନ୍ତି ତେବେ ଏହା ପୁରଣ ହେବ |ଏହି ସମୟ ଶୁଭର ପ୍ରତୀକ ଅଟେ |
7-ଆପଣଙ୍କ କାନ କୁଣ୍ଢେଇ ହଵା ମଧ୍ୟ୍ୟ ଆପଣକୁ କିଛି ସୂଚନା ଦେଇଥାଏ, ଯଦି ଆପଣଙ୍କ ବାମ କାନ କୁଣ୍ଢେଇ ହେଉଛି ତେବେ ଆପଣଙ୍କର କେହିଜଣେ ପ୍ରଶଂସା କରିଛି |ଯଦି ଅପଣଂକର ଡାହାଣ କାନ କୁଣ୍ଡେଇ ହଉଛି ତେବେ ଆପଣଙ୍କର ନିନ୍ଦା କରୁଛି |
8-ଯଦି ଭୁଲରେ ଆପଣ ଓଲଟା ଡ୍ରେସ ପିନ୍ଧୁଛନ୍ତି ତେବେ ଏହା ଆପଣଙ୍କ ଜୀବନରେ କିଛି ସକାରାତ୍ମକ ହେବାକୁ ଯାଉଛି ବୋଲି ଦର୍ଶାଇଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।