Hair Care Tips – ଶୀତ ଦିନେ କେଶର ଯତ୍ନ କିପରି ନେବେ ? | Dr Shridevi Bisanalli

ଦର୍ଶକ ବନ୍ଧୁ ଆଜିକା ସମୟରେ କେଶ ଝଡ଼ିବା ଯୁବ ପିଢ଼ି ମାନଙ୍କର ପ୍ରମୁଖ ସମସ୍ୟା ପାଲଟିଛି | କମ ବୟସ ରେ କେଶ ଝୋଡ଼ିବା ଫଳରେ ଆଜିର ଯୁବ ପିଢ଼ି ଅଧିକ ଚିନ୍ତାଗ୍ରସ୍ତ ହେବାର ଦେଖାଯାଇଛି | ଏହି କେଶ ଝଡ଼ିବାକୁ ରୋକିବା ପାଇଁ ଅନେକ ଲୋକ ଘରେଇ ଉପଚାର କୁ ଆପଣାଇବା ରେ ମଧ୍ୟ ଦେଖାଯାଇଛି | ତେଣୁ ପ୍ରଥମ ଏହି କେଶ ଝଡ଼ିବା ର କାରଣ ଜାଣିବାର ଆବଶ୍ୟକତା ରହିଛି | ତେବେ ବିଭିନ୍ନ କାରଣ ରୁ ଆମର ଏହିଭଳି ସମସ୍ୟା ଦେଖାଯାଏ ବୋଲି କୁହାଯାଏ | ତେବେ ଶୀତ ଦିନରେ କେଶ ଝଡିବାର ବିଭିନ୍ନ କାରଣ ରହିଛି |. ତେବେ ପ୍ରଥମେ ଆମେ କେଶ ଝଡିବାର କାରଣ ଜାଣିଲେ ଯାଇ ଏହାର ନିରାକାରଣ ହେଇପାରିବ | ତାହାଲେ ଆସନ୍ତୁ କେଶ ଝୋଡ଼ିବା କାରଣର କାରଣ ବିଷୟ ରେ ଜାଣିବା |

କେଶ ଝଡ଼ିବା ର କାରଣ କଣ ରହିଛି :-

ବର୍ତ୍ତମାନ ସମୟରେ କେଶ ଝଡ଼ିବା ର ପ୍ରମୁଖ କାରଣ ହେଉଛି ମାନସିକ ଚିନ୍ତା ବା ଅଧିକ ଷ୍ଟ୍ରେସ ଏଥିପାଇଁ କେଶ ଝୋଡ଼ିବା ଅଧିକ ଦେଖା ଯାଏ ଓ କେଶ ବୃଦ୍ଧି ହେବା କମି ଯାଏ | କେଶ ଝୋଡ଼ିବା ର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ସଠିକ ପୋଷଣ ର ଅଭାବ | ଖାଦ୍ୟପେୟ ଯୋଗୁଁ ମଧ୍ୟ କେଶ ଝିଡ଼ିବା ଦେଖାଯାଇଥାଏ | ଏହା ଛଡ଼ା ଵଂଶଗତ କାରଣ ରୁ ମଧ୍ୟ କେଶ ଝୋଡ଼ିବା ଦେଖା ଯାଇଥାଏ | ତେବେ ଏହିପରି ସମସ୍ୟା ପୂର୍ବରୁ 30 ରୁ 40 ବର୍ଷ ବୟସ ରେ ଦେଖା ଯାଉଥିଲା ଏବେ 15 ରୁ 20 ବର୍ଷ ବୟସ ରେ ଅଧିକ ଦେଖା ଯାଉଛି |

ରୁପି ଯୋଗୁଁ କେଶ ଝଡ଼ିବା ଦେଖାଯାଏ କି? :-

ମୁଣ୍ଡର ଚର୍ମ ରୁ କିଛି ମୃତ କୋଷ ବାହାରିଥାଏ ତାହାକୁ ରୁପି କୁହାଯାଏ | ତେବେ କୌଣସି କାରଣରୁ ଚର୍ମ ଗୁଡିକ ଅଧିକ ବାହାରିଲେ କେଶ ଝୋଡ଼ିଥାଏ ବୋଲି କୁହାଯାଏ | ତେଣୁ ଯେଉଁମାନଙ୍କର ହରମୋନ ଆସନ୍ତୁଳିତ ଥାଏ ସେମାନଙ୍କର ରୁପି ଅଧିକ ହେଇଥାଏ | କିନ୍ତୁ ରୁପି ଯୋଗୁଁ କେଶ ସିଧା ସଳଖ ଝୋଡ଼ି ନଥାଏ |

ଘରେଇ ଉପଚାର କେତେ ଭଲ ? :-

କେଶ ଝଡ଼ିବା କୁ ରୋକିବା ପାଇଁ ଲୋକ ମାନେ ବିଭିନ୍ନ ପ୍ରକାର ଘରେଇ ଉପଚାର କୁ ବ୍ୟବହାର କରିଥାନ୍ତି | ଯେମିତିକି ପିଆଜ ରସ ଆଦି ର ବ୍ୟବହାର କରିଥାନ୍ତି | ଯାହାର କୌଣସି ସାଇଣ୍ଟିଫିକ ପ୍ରମାଣ ମିଳିପାରିନାହିଁ | ତେଣୁ ଏହା କେଶ ଝୋଡ଼ିବାକୁ ରକି ନଥାଏ |

କେଶ ଝଡ଼ିବା ସମସ୍ୟାର ଚିକିତ୍ସା :-

ଯଦି ଦିନକୁ 100 ରୁ ଅଧିକ କେଶ ଝୋଡୁଛି ତାହାଲେ ଡାକ୍ତର ଙ୍କ ପରାମର୍ଶ ନିୟନ୍ତୁ | ଆପଣଙ୍କ ସମସ୍ୟା ଅନୁସାରେ ଆପଣ ଡାକ୍ତର ଙ୍କ ମେଡ଼ିସିନ ସେବନ କରନ୍ତୁ | ରକ୍ତ ପରୀକ୍ଷା କରନ୍ତୁ | ରକ୍ତ ପରୀକ୍ଷା ଦ୍ୱାରା ଆପଣଙ୍କ ହରମୋନ ଆସନ୍ତୁଳିତ ଅଛି କି ନାହିଁ ଜଣା ପଡ଼ିବ | ଏହିପରି ପରି ଭାବରେ ଡାକ୍ତର ଙ୍କ ପରାମର୍ଶ କ୍ରମେ ଚିକିତ୍ସା କରନ୍ତୁ |

କେଶ କୁ ନେଇ ବେଶୀ ଭାବନ୍ତୁ ନାହିଁ :-

15 ରୁ 35 ବର୍ଷ ବୟସ ରେ ଅଧିକ କେଶ ଝଡ଼ିଲେ ସେମାନେ ଅଧିକ ଚିନ୍ତାଗ୍ରସ୍ତ ହେଇପଡନ୍ତି | ଯାହାଫଳରେ ଅଧିକ କେଶ ଝୋଡ଼ିବା ଆରମ୍ଭ ହେଇଥାଏ | ତେଣୁ ଏହି ସମୟରେ ଖାଇବା ପ୍ରତି ଧ୍ୟାନ ଦିଅନ୍ତୁ |

କେଶ ପାଇଁ ଭଲ ସୁଷମ ଖାଦ୍ୟ :- ଭଲ କେଶ ପାଇଁ ଡ଼ାଏଟ କରିବା ଜୁରୁରୀ | ବିଭିନ୍ନ ପ୍ରକାରର ସବୁଜ ପନିପରିବା ଖାଇବା ଆବଶ୍ୟକ | ତାହା ସହିତ ବିଭିନ୍ନ ପ୍ରକାର ଫଳ ଆଦି ଖାଆନ୍ତୁ |

ତାହେଲେ ଏହା ଥିଲା କେଶ ଜନିତ ସମସ୍ୟା ଦୂର କରିବା ପାଇଁ ଏହି ସବୁ ଉପାୟ ଗୁଡିକ ରହିଛି ଯାହାକୁ ଜାଣି ରଖିବା ନିହାତି ଆବଶ୍ୟକ ହୋଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment