Odisha News Portal

“ପରୀ” ଘଟଣାରେ ନୂଆ ମୋଡ ! ପ୍ରମାଣ ଯୋଗାଡ଼ କରିବାପରେ ଦୁର୍ବଳ ହେଉଛି SIT । କ’ଣ କରିବେ ମୁଖ୍ୟ ଅରୁଣ ବୋଥ୍ରା ?

ପ୍ରାୟ ଦୁଇ ମାସ ତଳେ ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ଜଣେ 5 ବର୍ଷର ନାବାଳିକା କୁ ଦୁଷ୍କର୍ମ କରି ହତ୍ୟା କରିଥିଲେ କିଛି ମଣିଷ ରୂପୀ ରାକ୍ଷସ । ତେବେ ପରୀ କୁ ନ୍ୟାୟ ଦେବା ପାଇଁ ସାରା ରାଜ୍ୟରେ ଚାଞ୍ଚଲ୍ୟ ପଡିଥିଲା । କିନ୍ତୁ ଏବେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନମିଳିବାରୁ ତାଙ୍କର ବାପା ମା ଏବେ ରାଜରାସ୍ତାକୁ ଆସିଥିଲେ ଏବଂ ପରୀ ଙ୍କୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ଦାବି କରିଥିଲେ । ସେମାନେ ରାଜରାସ୍ତାକୁ ୱାହ୍ଲଇଆସି ଆତ୍ମହୁତି ଦେବା ପାଇଁ ଚେଷ୍ଟା କରିଥିଲେ ଯାହା ପରେ ପୋଲିସ ପରୀ ମାମଲର ନିଜ ହାତକୁ ନେଇଥିଲା ।

ପରୀ ମାମଲାକୁ ଏବେ SIT ଟିମର ମୁଖ୍ୟ ଅରୁଣ ବୋଥ୍ରା ଯାଞ୍ଚ କରୁଛନ୍ତି । ତେବେ ଏହି ଯାଞ୍ଚରେ ବା ଏହି ମାମଲାରେ ଅରୁଣ ବୋଥ୍ରା ସରୋଜ ସେଠା ନୀମାକ ଜଣେ ଯୁବକଙ୍କୁ ଗିରଫ କରିଥିଲେ ଏବଂ କହିଥିଲେ କି ସରୋଜ ହେଉଛି ପରୀ ହତ୍ୟା ମାମଲାର ଉପଯୁକ୍ତ ଦୋଷୀ ।

 

ସେ ପରୀକୁ ହତ୍ୟା କରି ଦୁଷ୍କର୍ମ କରିଛି , ମାତ୍ର ଏବେ ସେହି ପରୀ ମାମଲାରେ ଅନ୍ୟ ଏକ ମୋଡ ନେଇଛି । ଏବେ ଶୁଣିବାକୁ ମିଳୁଛି କି ଅରୁଣ ବୋଥ୍ରାଙ୍କର ପ୍ରମାଣ ଦୁର୍ବଳ ହେବାରେ ଲାଗିଛି । ଏବେ ଉକ୍ତ ଅଭିଯୁକ୍ତଙ୍କର ସମ୍ପୃକ୍ତି ନେଇ କରି ଏବେ ପ୍ରଶ୍ନ ଉଠୁଛି । ତେବେ କଣ ରହିଛି ଏହି ଘଟଣାର ରହସ୍ୟ ଅସନ୍ତୁ ଜାଣିବା ସେ ବିଷୟରେ ।

ଆପଣ ମାନେ ତ ଜାଣିଛନ୍ତି କି ଅରୁଣ ବୋଥ୍ରା ସରୋଜ ସେଠାକୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ପ୍ରମାଣ କରିଥିଲେ କି ସରୋଜ ସେଠୀ ହିଁ ପରୀକୁ ହତ୍ୟା କରି ତାହାର ଦୁଷ୍କର୍ମ କରିଛି । ତେବେ ଏହାର ପ୍ରମାଣ ପାଇଁ ପରୀ ଫ୍ରକରୁ ଯେଉଁ ରକ୍ତ ଦାଗ ଲାଗିଥିଲା ତାହାର ଯାଞ୍ଚ ପାଇଁ ତାହାକୁ ଲ୍ୟାବକୁ ପଠାଯାଇଥିଲା । ଏହା ସହିତ ସରୋଜର ଗାମୁଛାରେ ଯେଉଁ ରକ୍ତ ଦାଗ ଲାଗିଥିଲା ତାହାର ଯାଞ୍ଚ ପାଇଁ ମଧ୍ୟ ତାହାକୁ ଲ୍ୟାବକୁ ପଠାଯାଇଥିଲା ।

ମାତ୍ର ସେହି ଗାମୁଛାକୁ ସାବୁନରେ ବହୁତ ଥର ଧୁଆ ଯାଇଥିବାରୁ ତାହାର ସଠିକ ରିର୍ପୋଟ ମିଳିବାରେ ଅସୁବିଧା ହେଉଛି । କେବେ ଏବେ ୟେଉଁ ସମସ୍ତ ପ୍ରମାଣ ଅରୁଣ ବୋଥ୍ରା ଦେଇଥାନ୍ତି ତାହା ଏବେ ଦୁର୍ବଳ ହେବାରେ ଲାଗିଛି ।

ପରୀର ପରିବାର ଏବଂ ଗ୍ରାମର ଲୋକମାନେ ମଧ୍ୟ ସରୋଜକୁ ଦୋଷୀ ବୋଲି ମାନୁ ନାହାନ୍ତି । ପରୀର ଘର ଏବଂ ଗ୍ରାମର ଲୋକମାନଙ୍କ କହିବା ଅନୁସାରେ ବଡ ବଡିଆ ଲୋକମାନେ ଏହି ମାମଲାକୁ ନିଜକୁ ବଞ୍ଚାଇବା ପାଇଁ ସରୋଜକୁ ଦୋଶୀ ସାବ୍ୟସ୍ତ କରିଛନ୍ତି । ତେବେ ଆଗକୁ ଜଣାପଡିବ କି ଏହି ମାମଲା କେତେଦୂର ପର୍ଯ୍ୟନ୍ତ ଯିବ ଏବଂ ଏହାର ସଠିକ ଦୋଷୀ ଦଣ୍ଡ ପାଇବ କି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।