ବର୍ତ୍ତମାନ ର ଏହି ସମାଜର ମାନବିକତା କୁଆଡେ ଉଭେଇ ଗଲାଣି ଆଉ ବର୍ତ୍ତମାନ କେବଳ ଦେଖାଯାଉଛି , ଅମାନବୀକତା , ଆସଭ୍ୟତା ର କରାଳ ଦୃଶ୍ୟ।ତେବେ ବନ୍ଧୁଗଣ ଆମେ ଅନେକ ସମୟରେ ଆପଣଙ୍କୁ ଭିନ୍ନ ଭିନ୍ନ କ୍ରାଇମ , ଗୁଣ୍ଡାଗ୍ରଦି , ଅନ୍ୟାୟ ଅତ୍ୟାଚାର , ଚୋରି , ଆଶୀଳତା ଦେଖିବା କୁ ମିଳିଛି।ତେବେ ଲୋକମାନେ ବି ଏହିପରି ହୋଇଗଲେଣି କି ଟିକେ ଟିକେ କଥାରେ ହତ୍ୟା , ହିଂସାକାଣ୍ଡ ଦେଖିବାକୁ ମିଳୁଛି ଯାହାକି ଅତ୍ୟନ୍ତ ନିନ୍ଦନୀୟ ଘଟଣା ଅଟେ। ତେବେ ଆମେ ମଧ୍ୟ ଆପଣ ଙ୍କୁ ଏହିପରି ଏକ ଘଟଣା ଟି ବିଷୟ ରେ ଜଣେଇବା କୁ ଯାଉଛୁ ଯାହା ଜାଣିବା ପରେ ଆପଣ ଙ୍କ ର ମୁଣ୍ଡ ବୁଲେଇ ଦେବ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବା କୁ ମିଳିଛି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ତେବେ ଏହି ଭାଇରାଲ ଭିଡ଼ିଓ ଟି ହେଉଛି ଟ୍ରେନ ଭିତରେ ଯେଉଁ ଠାରେ ଜଣେ ବ୍ୟକ୍ତି ଟ୍ରେନ ଯାଉଥିବା ସମୟ ରେ ଆଉ ଜଣେ ସହାଯାତ୍ରୀ ଙ୍କୁ ଚଳନ୍ତା ଟ୍ରେନ ରୁ ତଳ କୁ ଫୋପାଡ଼ି ଦେଇଛନ୍ତି। ଆଉ ସବୁ ଠାରୁ ଆଶ୍ଚର୍ଯ୍ୟ ଚକିତ କଥା ଏହା କି ସେ ଜଣେ ବ୍ୟକ୍ତି ଙ୍କୁ ମୃତ୍ୟୁ ମୁଖ କୁ ଠେଲି ଦେବା ପରେ ମଧ୍ୟ କିଛି କହୁ ନାହାନ୍ତି, ଚୁପ ଚାପ ଆସି ନିଜ ସିଟ ରେ ବସି ଯାଉଛନ୍ତି।
ତେବେ ସୂଚନା ଅନୁସାରେ, ଘଟଣା ଟି ଦେଖିବା କୁ ମିଳିଛି ହାୱାଡା ସୁପର ଏକ୍ସପ୍ରେସ ଟ୍ରେନ ରେ ଯେଉଁ ଥିରେ ଦୁଇ ଜଣ ଯାତ୍ରୀ ଙ୍କ ମଧ୍ୟରେ ତୁ ତୁ ମେ ମେ ହୋଇଥିଲା। ତେବେ ଜଣେ ଯାତ୍ରୀ ନିଜ ସିଟ ରେ ବସି ଅନ୍ୟ ସିଟ ରେ ଗୋଡ଼ ରଖୁଥିଲେ ଆଉ କାହାକୁ ବି ଠିକ ଭାବରେ ବସିବା ପାଇଁ ଦେଉ ନଥିଲେ। ତେବେ ଏହି ଘଟଣା କୁ ନେଇ ଅନ୍ୟ ଜଣେ ଯାତ୍ରୀ ଙ୍କ ସହ ତାଙ୍କର ପାଟି ତୁଣ୍ଡ ହୋଇଥିଲା। ତେବେ ଘଟଣା କୁ ପର୍ଯ୍ୟବେସିତ ହୋଇ ଦୁଇ ଯାତ୍ରୀ ଙ୍କ ମଧ୍ୟରେ ତୁ ତୁ ମେ ମେ ରୁ ମାର ପିଟ ଆରମ୍ଭ ହୋଇ ଥିଲା।
ଆଉ ଏଥିରେ ରାଗି ଯାଇ ଯାତ୍ରୀ ଜଣଙ୍କ ସେହି ଯାତ୍ରୀ କୁ ଟ୍ରେନ ରୁ ତଳକୁ ଫୋପାଡି ଦେଇଥିଲେ ,ଆଉ କାହାକୁ କିଛି ନକହି ଚୁପ ଚାପ ଆସି ନିଜ ସିଟ ରେ ବସି ପଡ଼ିଥିଲେ। ତେବେ କିନ୍ତୁ କେହି ଜଣେ ଏହାର ଭିଡ଼ିଓ ବନାଇ ଦେଇଥିଲେ ଆଉ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ ପୋଲିସ ଉକ୍ତ ଯୁବକ ଙ୍କୁ ଗିରଫ କରିଥିଲେ। ତେବେ ଏହି ଘଟଣା ଟି ବର୍ତ୍ତମାନ ଚାରିଆଡେ ଖୁବ ଚର୍ଚ୍ଚା ରେ ରହିଛି , କିନ୍ତୁ ସମସ୍ତ ଙ୍କ ର ଗୋଟିଏ ପ୍ରଶ୍ନ ଟିକେ ରାଗ ପାଇଁ କଣ ଜଣେ ଜଣଙ୍କ ଜୀବନ ସହ ଏହିପରି ଖେଳିବା ଉଚିତ ଅଟେ କି , ନିଶ୍ଚିତ ଭାବ ରେ ନୁହେଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।