New Twist – ଜଗବନ୍ଧୁ ଚାଇନା ଝିଅକୁ ଓଡ଼ିଶା ଆଣୁଥିଲେ । ରାତିକୁ ୨ ଲକ୍ଷ ଡିମାଣ୍ଡ କରୁଥିଲେ ବ୍ୟବସାୟୀ ଓ ମନ୍ତ୍ରୀ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଲେଡି ବ୍ଲାକମେଲର ବା ହନିଟ୍ରାପ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ କମିସନରେଟ୍ ପୁଲିସ ଗିରଫ କରିବା ପରେ ଏବେ ଧୀରେ ଧୀରେ ଜଗବନ୍ଧୁ ଙ୍କ ଗୁମର ଫିଟିବାକୁ ଲାଗିଛି | ସୂଚନା ଅନୁଯାୟୀ ଲେଡି ବ୍ଲାକମେଲର ଜଗବନ୍ଧୁଙ୍କୁ ତାଙ୍କ ସତ୍ୟବିହାରସ୍ଥିତ ଘରୁ ପୋଲିସ ଉଠାଇ ନେଇ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଥିବା କଥା ଜଣା ପଡିଛି |ତେବେ ଯାହା କୁହାଯାଉଛି କି ଅର୍ଚ୍ଚନାଙ୍କ ବ୍ଲାକମେଲିଂ ମାମଲାରେ ଜଗବନ୍ଧୁ ସଂପୃକ୍ତ ଥିବା ସନ୍ଦେହ କରିବା ସହ ଅନ୍ୟ କୌଣସି ଠୋସ ପ୍ରମାଣ ପାଇବା ପରେ ପୋଲିସ ଜଗବନ୍ଧୁ ଙ୍କୁ ଗିରଫ କରିଥିବା କଥା କୁହାଯାଉଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ନଜର ପକାଇବା |

ତେବେ ପୂର୍ବରୁ ମଧ୍ୟ ଥରେ ଜଗବନ୍ଧୁଙ୍କୁ ପୋଲିସ ଥାନାକୁ ଡାକି ଛାଡ଼ିଦେଇଥିଲା | ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ ଛଡ଼ା ଯାଇଥିବା ଚର୍ଚ୍ଚା ହୋଇଥିଲା ଏଣେ ଜଗବନ୍ଧୁ ଚାନ୍ଦଙ୍କ କାରନାମାର ବହୁ ଗୁମର ପଦାକୁ ଆସିବାରେ ଲାଗିଛି | ଜଗବନ୍ଧୁ ବାବଦରେ ମିଳିଥିବା ତଥ୍ୟ ବି ଆଖି ଖୋସିହୋଇଗଲା ଭଳି ବହୁ ଦିନରୁ ସେ ଚୀନ ଓ ଜାପାନର ରୂପଜୀବୀ ମାନଙ୍କ ଯୋଗା ଯୋଗରେ ରହି ଜୁଆ ଖେଳୁଥିଲା ବୋଲି ଜଣାପଡ଼ିଛି | ଏହା ଛଡା ଚୀନ ଓ ଜାପାନରୁ ବିଭିନ୍ନ ରୂପଜୀବୀ ଙ୍କୁ ଓଡିଶା କୁ ଆଣି ସେମାନଙ୍କୁ ବେପାର ରେ ଲଗାଉ ଥିଲେ ଜଗବନ୍ଧୁ | ତେବେ ମିଳିଥିବା ସୂଚନା ଅନୁଯାୟୀ ଜଗବନ୍ଧୁଙ୍କ ଆକାଉଣ୍ଟ ଯାଞ୍ଚ କୁ ନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ତା’ର ସଂପୃକ୍ତି କେବଳ ନେତା, ମନ୍ତ୍ରୀ, ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ନଥିଲା, ଅନ୍ଲାଇନ୍ ଜରିଆରେ ସେ ବିଦେଶୀ ରୂପଜୀବୀଙ୍କ ଯୋଗାଯୋଗରେ ଥିଲା |

ତେବେ ଯାହା ଜଣା ପଡିଥିଲା କି ଅର୍ଚନା ନାଗ ପ୍ରଥମେ ହ୍ବାଟ୍ସଆପଗ୍ରୁପ କରି ସେଥିରେ ସେ ଚାଟିଂ କରୁଥିଲା ସେ ଯେଉଁ ଗ୍ରୁପ ଥିଲା ତାର ଆଡମିନ ବା ମୁଖ୍ୟ ଥିଲା ଜାପାନର ଜିଓଙ୍ଗ | ତେବେ ପ୍ରାଥମିକ ତଦନ୍ତରୁ ଜିଓଙ୍ଗ ଜାପାନର ଅଧିବାସୀ ବୋଲି ଜଣାପଡ଼ିଛି ସାମାଜିକ ଗଣମାଧ୍ୟମରେ ତା ନାଁରେ ମାଳମାଳ ଆକାଉଣ୍ଟ ଓ ଫ୍ୟାନ କ୍ଲବ ରହିଛି |ତେବେ ସେହି ଆକାଉଣ୍ଟ ରେ ବହୁ ଯୁବତୀ ବା ରୂପଜୀବୀଙ୍କ ଅର୍ଦ୍ଧନଗ୍ନ ଫଟୋରେ ନମ୍ବର ଦିଆଯାଇ ଲୋକଙ୍କୁ ଉକ୍ତ ଆକାଉଣ୍ଟ ପ୍ରତି ଆକର୍ଷିତ କରାଯାଉଥିଲା ବୋଲି ଜଣା ପଡିଛି | ଏହାକୁ ମାଧ୍ୟମ କରି ସେ ଚୀନ ଓ ଜାପାନର ନିର୍ଦ୍ଦିଷ୍ଟ କିଛି ଅନଲାଇନ ଗେମ ମଧ୍ୟ ଖେଳୁଥିଲା ଯାହାକି ଏକପ୍ରକାର ଜୁଆ ଖେଳ ବୋଲି କୁହାଯାଉଛି |

ତାହା ପରେ ସେ ଅନଲାଇନ ସଫ୍ଟୱେର୍ ଡେଭେଲପର ନାଁ’ରେ ଆକାଉଣ୍ଟ ଖୋଲିଥିଲା,ଉକ୍ତ ଆକାଉଣ୍ଟ ଜରିଆରେ ସେ ଜାପାନର କିଛି ରୂପଜୀବୀଙ୍କ ସହ ଯୋଡ଼ି ହୋଇଥିଲା | ସେମାନଙ୍କ ସହିତ ଗେମ ଖେଳିବାକୁ ଜଗବନ୍ଧୁ ନିୟମିତ ଯୋଗାଯୋଗରେ ରହୁଥିଲା ତେବେ ଅନଲାଇନର ଜୁଆ ଓ ରୂପଜୀବୀଙ୍କ ବାବଦରେ ଯେମିତି କିଛି ତଥ୍ୟ ପଦାକୁ ନ ଆସିବ | ସେଥିପାଇଁ ଉଭୟ ଜଗବନ୍ଧୁ ଓ ଅର୍ଚ୍ଚନା ସାମାଜିକ ଗଣମାଧ୍ୟମରେ ପ୍ରାୟ 20 ରୁ ଅଧିକ ଆକାଉଣ୍ଟ ଖୋଲିଥିଲେ | ବୋଲି ଜଣାପଡିଛି | ତେବେ ଏନେଇ ପୋଲିସ ତାହାର ତଦନ୍ତ ଜାରିରଖିଛି ବୋଲି ଜଣା କୁହାଯାଇଛି |ଯାହା ଏବେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment