ଫେଟି ଲିଭର ( Liver ) ଠିକ କରିବାର ସବୁଠୁ ସହଜ ଘରୋଇ ଉପାୟ – Health Tips

ବନ୍ଧୁଗଣ ବର୍ତମାନ ଆମ ଶରୀରରେ ଅନେକ ପ୍ରକାର ରୋଗ ଦେଖାଗଲାଣି,କମ ପରିଶ୍ରମ କାରଣରୁ ଆମର ଶରୀରର ଓଜନ ବଢ଼ିବା ସହିତ ଫେଟ ମଧ୍ୟ୍ୟ ବଢୁଛି |ବର୍ତମାନ ପ୍ରାୟ ଆଡଲଟ ବୟସର ଲୋକମାନଙ୍କ କ୍ଷେତ୍ରରେ ଫେଟି ଲିଭର ଜନିତ ଅନେକ ସମସ୍ୟା ପ୍ରାୟ ଅଧିକ ମାତ୍ରାରେ ଦେଖାଗଲାଣି |ଯଦି ଆପଣଙ୍କ ଏହି ଫେଟି ଲିଭର ସମସ୍ୟା ରହିଛି ତେବେ ଏହାର ଚିକିତ୍ସା କରିନିଅନ୍ତୁ କାରଣ ଆପଣ ଯଦି ଏହାକୁ ନେଗଲେଟ କରନ୍ତି ତେବେ ଆପଣଙ୍କ ଲିଭର ସମ୍ପୂର୍ଣ ନଷ୍ଟ ହୋଇଯିବ |ମୁଁ ଆଜି ଆପଣଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ଦୁଇଟି ଘରୋଇ ଉପଚାର କହିବି, ଯାହାକି ସମ୍ପୂର୍ଣ ପ୍ରାକୃତିକ |ଏହାଦ୍ଵାରା ଆପଣ ଲିଭର ସମସ୍ୟା ଠିକ ହୋଇଯାଏ |

ଲିଭର ଫେଟି ଜନିତ ସମସ୍ୟର ତିନୋଟି ଷ୍ଟେଜ ରହିଛି, ଆପଣଙ୍କୁ ଯଦି ଲିଭର ସିରସିସ ହୋଇଥାଏ ତେବେ ଏହାର ରିକୋଭାରୀ ର କୌଣସି ଅପସନ ନଥାଏ |ଏଥିରେ ଲିଭରର ସମସ୍ତ ସେଲ ନଷ୍ଟ ହୋଇଯିବା ସହିତ ସମ୍ପୂର୍ଣ ଲିଭର ମଧ୍ୟ୍ୟ ନଷ୍ଟ ହୋଇଯାଏ, ଏହାକୁ ଥାଡ ଷ୍ଟେଜ ବୋଲି କୁହାଯାଏ |ଏହି ସ୍ଥିତିରେ ଘରୋଇ ଉପଚାର କିଛି କାମ କରିନଥାଏ, ଅପଣଂକର ଲିଭର ଫାଷ୍ଟ କିମ୍ବା ସେକେଣ୍ଡ ଷ୍ଟେଜରେ ଥିବା ସମୟରେ ଆପଣ ଏହି ଘରୋଇ ଉପଚାରକୁ ବ୍ୟବହାର କଲେ ଆପଣଙ୍କର ବହୁତ ଉପକାର ହୋଇଥାଏ |ତେବେ ଆସନ୍ତୁ ଜାଣିବା ଏହି ରିମିଡି କଣ, ଏହାର ପ୍ରସ୍ତୁତ ଓ ବ୍ୟବହାର |

ପ୍ରଥମ ରିମିଡ଼ି –

ପ୍ରସ୍ତୁତି :-ପ୍ରଥମେ ଆପଣ ଏକ ଗ୍ଲାସରେ ଉଷମ ପାଣିନିଅନ୍ତୁ, ସେଥିରେ ଏକ ଚାମଚ ଆପୋଲୋ ସାଇଡର ଭିନେଗାର ମିଶାନ୍ତୁ |ପରେ ଏଥିରେ ଏକ ଚାମୋଚ ମହୁ ଏବଂ ଲେମ୍ବୁରସ ମିଶାନ୍ତୁ |ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ, ବର୍ତମାନ ଆପଣଙ୍କର ଏହି ଡ୍ରିଙ୍କ ପ୍ରସ୍ତୁତ ହୋଇଗଲା |

ବ୍ୟବହାର :-ଏହି ଡ୍ରିଙ୍କକୁ ଆପଣ ପ୍ରତିଦିନ ସକାଳ ଖାଲି ପେଟରେ ସେବନ କରନ୍ତୁ |ଦେଖିବେ ଏହା କିଛି ଦିନ ଲଗାତାର ଭାବରେ ପିଇଲେ ଆପଣକୁ ଏହା ବହୁତ ଫାଇଦା ଯୋଗାଇ ଦେଇଥାଏ, ଏହା ଆପଣଙ୍କ ଫେଟି ଲିଭରକୁ ଧୀରେ ଧୀରେ ଠିକ କରିଥାଏ |

ଦ୍ୱିତୀୟ ରିମିଡି –

ପ୍ରସ୍ତୁତି :-ଆପଣ ଯଦି ମାର୍କେଟରୁ ଆମଲା ଜୁସ ପାଉଛନ୍ତି କିମ୍ବା କଞ୍ଚା ଆମଲା ପାଉଛନ୍ତି ତେବେ ଏହାକୁ ଆପଣ ଛୋଟଛୋଟ ପିସକରି ଏକଗ୍ଲାସ ପାଣିରେ ଗ୍ରାଇଣ୍ଡିଙ୍ଗ କରି ଏକ ଜୁସ ପ୍ରସ୍ତୁତ କରିନିଅନ୍ତୁ |ଏବେ ଆପଣ ଏହି ଜୁସରେ ଅଧା ଚାମୋଚ ହଳଦୀଗୁଣ୍ଡ, ଚିମୁଟାଏ ଗୁଲମରିଚ ଗୁଣ୍ଡ ଏବଂ ଏକ ଚାମୋଚ ଲେମ୍ବୁରସ ମିଶାନ୍ତୁ,ଏହି ସମସ୍ତ ସାମଗ୍ରୀକୁ ଭଲରେ ମିଶାଇ ଏକ ଡ୍ରିଙ୍କ ପ୍ରସ୍ତୁତ କରନ୍ତୁ |

ବ୍ୟବହାର :-ଏହି ଡ୍ରିଙ୍କକୁ ଆପଣ ରାତିରେ ଶୁଇବା ପୂର୍ବରୁ ପିଅନ୍ତୁ |ଏହି ଦୁଇଟି ଡ୍ରିଙ୍କ ଆପଣ ତିନିମାସ ଲଗାତାର ସକାଳ ରାତି ପିଇଲେ ଆପଣଙ୍କର ଲିଭର ଜନିତ ସମସ୍ତ ସମସ୍ୟା ସମ୍ପୂର୍ଣ ଭଲ ହୋଇଯିବ ଏବଂ ଆପଣ ସୁସ୍ଥ ହୋଇଯିବେ |ଆପଣଙ୍କ ଲିଭରର ଫେଟ ବହୁତ ଶୀଘ୍ର କମ ହେବା ଆରମ୍ଭ ହୋଇଯିବ ଏବଂ ଆପଣଙ୍କ ଲିଭର ସମ୍ପୂର୍ଣ ସୁସ୍ଥ ହୋଇଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment