ବନ୍ଧୁଗଣ ବର୍ତମାନ ଦୁନିଆରେ ଅନେକ ବ୍ୟକ୍ତି ମଦକୁ ସାଥି ବନେଇ ସାରିଲେଣି, କେତେକ ବ୍ୟକ୍ତି ଖୁସିରେ ମଦ ପିଉଥିବା ସମୟରେ କିଛି ବ୍ୟକ୍ତି ଏହାକୁ ଅଭ୍ୟାସରେ ପରିଣତ କରି ସାରିଲେଣି |ଏହାକୁ ଅଲକହଲ ବୋଲି ମଧ୍ୟ୍ୟ କୁହାଯାଏ, ଏହି ମଦକୁ ସ୍ଲୋ ପଏଜନ ବୋଲି କୁହାଯାଏ |ଥରେ ମଣିଷ ଯଦି ମଦକୁ ଅଭ୍ୟାସରେ ପକାଇଦେଲା ତେବେ ତାର ଜୀବନ ଅନ୍ଧାର ହୋଇଗଲା |ଏହି ମଦକୁ ଅଭ୍ୟାସରେ ପକାଇ ଅନେକ ଲୋକଙ୍କ ଜୀବନ ନଷ୍ଟ ହୋଇଗଲାଣି ତାହା ସହିତ ତାଙ୍କ ପରିବାର ମଧ୍ୟ୍ୟ କଷ୍ଟ ପାଇଥାନ୍ତି |ଏହି ଅଭ୍ୟାସକୁ ଛାଡିବା ପାଇଁ ମୁଁ ଆଜି ଆପଣଙ୍କୁ ଏକ ଘରୋଇ ଉପଚାର ବିଷୟରେ କହିବି ଯାହା ଦ୍ଵାରା ଆପଣଙ୍କ ପରିବାର ଯେକୌଣସି ବ୍ୟକ୍ତି ମଦକୁ ଅଭ୍ୟାସରେ ପକାଇ ଦେଇଥିଲେ ତାହା ସମ୍ପୂର୍ଣ ଛାଡି ଦେବ |ଆପଣ ଭୁଲରେ ମଧ୍ୟ ମଦ ପିଅନ୍ତୁ ନାହିଁ, ଏହା ଆମ ଶରୀର ପାଇଁ ବହୁତ କ୍ଷତି କାରକ ଅଟେ |ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାରର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ |
ଆବଶ୍ୟକ ସାମଗ୍ରୀ :-
ଶୁଣ୍ଠୀ, ଜୁଆଣି ଓ ପାଣି
ପ୍ରସ୍ତୁତି :-
ପ୍ରଥମେ ଆପଣ ଏଥିପାଇଁ କିଛି ଶୁଣ୍ଠି ନେଇ ତାହାକୁ ଗ୍ରାଇଣ୍ଡ କରି ନିଅନ୍ତୁ, ଏହାକୁ ଚଲାଇ ଫାଇନ ପାଉଡର ନିଅନ୍ତୁ, ଏହି ଶୁଣ୍ଠୀ ଆମ ଶରୀରରେ ଫସଫରସ ପରିମାଣ କମିଥିଲେ ତାହାକୁ ବଢ଼ାଇ ଥାଏ, ଏହା ଆମ ଶରୀର ପାଇଁ ବହୁତ ଲାଭ ଦାୟକ ଅଟେ |ପରେ ଆପଣ କିଛି ଜୁଆଣି ମଧ୍ୟ ନିଅନ୍ତୁ, ଏହି ଜୁଆଣି ଆପଣଙ୍କ ଶାରୀରରେ ଅନେକ ଉପକାର କରିଥାଏ |
ଆପଣ ଗ୍ୟାସରେ ଏକ ପାତ୍ର ବସାନ୍ତୁ, ଏହି ପାତ୍ରକୁ ଏକ ଗ୍ଲାସ ପାଣି ନିଅନ୍ତୁ, ସେଥିରେ ଆପଣ ଏକ ଚାମୋଚ ଶୁଣ୍ଠୀ ଗୁଣ୍ଡ ଓ ଏକ ଚାମୋଚ ଜୁଆଣି ନିଅନ୍ତୁ |ଏହି ପାଣିକୁ ଭଲରେ ଫୁଟାନ୍ତୁ ଯେପରି ଏହି ଗୋଟିଏ ଗ୍ଲାସ ପାଣି ଅଧା ଗ୍ଲାସ ହୋଇଯିବ, ପରେ ଏହି ପାଣିକୁ ଏକ ପାତ୍ରକୁ ବାହାର କରି ନିଅନ୍ତୁ ଏବଂ ତାହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ |ଏହି ଡ୍ରିଙ୍କ ଆପଣ ଥଣ୍ଡା ହେବା ପରେ ବ୍ୟବହାର କରନ୍ତୁ |
ବ୍ୟବହାର :-
ଆପଣ ଏହି ରିମିଡି ଦିନରେ ଦୁଇଥର ସେବନ କରନ୍ତୁ ଏହାକୁ ଆପଣ ଦୁଇ ଥର ମଧ୍ୟ୍ୟ ପ୍ରସ୍ତୁତ କରନ୍ତୁ |ଆପଣ ଏହି ରିମିଡି ସକାଳ ପ୍ରସ୍ତୁତ କରି ସନ୍ଧ୍ୟାରେ ପିଅନ୍ତୁ ଏବଂ ସାନ୍ଧ୍ୟରେ ପ୍ରସ୍ତୁତ କରା ଯାଇଥିବା ରିମିଡ଼ି ଆପଣ ସକାଳ ସେବନ କରନ୍ତୁ |ଏହି ରିମିଡ଼ିକୁ ଆପଣ କିଛି ଦିନ ଲଗାତାର ସେବନ କରନ୍ତୁ ଦେଖିବେ ଆପଣଙ୍କର ଏହି ମଦ ପିଇବା ଅଭ୍ୟାସ ଧୀରେ ଧୀରେ ସମ୍ପୂର୍ଣ କମିଯିବ |ଏହି ରିମିଡି ଏକ ବହୁ ପୁରାତନ ରିମିଡି ଅଟେ, ଏହା ଦ୍ଵାରା ଆପଣଙ୍କ ମଦ ପିଇବା ଅଭ୍ୟାସ କମିଯିବା ସହିତ ଆପଣ ଦେହ ମଧ୍ୟ୍ୟ ସର୍ବଦା ସୁସ୍ଥ ରହିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।