ବନ୍ଧୁଗଣ ବର୍ତମାନପ୍ରାୟ ସମସ୍ତଙ୍କ ଠାରେ ବିଭିନ୍ନ ପ୍ରକାର ରୋଗ ଦେଖା ଗଲାଣି, ଘରେ ଘରେ ଅଧିକାଂଶ ଲୋକ ଡାଇବେଟିସ, ବ୍ଲଡ଼ ପ୍ରେସର ଏହି ପରି ଅନେକ ରୋଗରେ ପୀଡିତ ହେଉଛନ୍ତି | ଏହି ସବୁ ରୋଗ ପାଇଁ ଆପଣ ଔଷଧ ଖାଉଥିବେ ନିଶ୍ଚିତ, ହେଲେ ଏହି ମେଡ଼ିସିନ ଲଗାତାର ଭାବରେ ଖାଇବା ଦ୍ଵାରା ଆପଣଙ୍କ ଶରୀରରେ ଅନ୍ୟ ପ୍ରକାର ରୋଗ ସୃଷ୍ଟି କରିବା ସହିତ ଏହାର ପାର୍ଶ୍ଵପ୍ରତିକ୍ରିୟା ମଧ୍ୟ୍ୟ ଦେଖାଯାଏ | ଲଗାତାର ମେଡ଼ିସିନ ଖାଇବା ଦ୍ଵାରା ବେଳେ ବେଳେ କିଡ଼ନୀ ଫେଲ ମଧ୍ୟ ହୋଇଯାଏ |ମୁଁ ଆଜି ଆପଣଙ୍କୁ ଏମିତି ଏକ ସାମଗ୍ରୀ ର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ କହିବି ଯାହା ଆପଣଙ୍କ ଶରୀରରେ ଅନେକ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ |
ଆପଣଯେକୌଣସି ମନ୍ଦାର ଫୁଲ ଦେଖିଥିବେ ଓ ଜାଣିଥିବେ ନିଶ୍ଚିତ ନାଲି ମନ୍ଦାର ଅଧିକ ଉପକାରୀ ଅଟେ , ଏହି ଗଛର ପତ୍ର ହେଉ କିମ୍ବା ଫୁଲ ଏହା ଆମ ଦୈନନ୍ଦିନ ଜୀବନରେ ଅନେକ ସାହାଯ୍ୟ କରିଥାଏ |ଏହି ପତ୍ର ଓ ଫୁଲ ବ୍ୟବହାର ଦ୍ଵାରାଆପଣକୁ ଅନେକ ଉପକାର ମିଳିବା ସହିତ ଏହାର ବ୍ୟବହାର ଅପଣଂକର କୌଣସି କ୍ଷତି କରିନଥାଏ |ଏହାର କୌଣସି ସାଇଡ ଏଫେକ୍ଟ ନଥାଏ |ତେବେ ଆସନ୍ତୁ ଜାଣିବ ଏହି ସାମଗ୍ରୀର ବ୍ୟବହାର ଓ ଉପକାରିତା ବିଷୟରେ |
-କିଛି ମନ୍ଦାର ପତ୍ର ନେଇ ତାହାକୁ ଭଲରେ ଧୋଇ ବାଟି ତାର ପେଷ୍ଟ ପ୍ରସ୍ତୁତ କରିବେ ଏବଂ ଏହି ପେଷ୍ଟକୁ ଆପଣ ମୁଣ୍ଡରେ ଲଗାଇ ଦୁଇଘଣ୍ଟା ପରେ ଧୋଇବେ ତେବେ ଆପଣ ଯଦି ସପ୍ତାହକୁ ଏହିପରି ତିନି ଚାରିଥର କରନ୍ତୁ ତେବେ ଆପଣଙ୍କ କେଶଝାଡ଼ିବା ପରି ସମସ୍ୟା ଦୁର ହୋଇଯିବ ସହିତ କେଶ ପଚିବା ବନ୍ଦ ହୋଇଯିବ |ଯଦି ଆପଣଙ୍କ ପେଟଯନ୍ତ୍ରଣାରେ ବହୁତ କଷ୍ଟପାଉଛନ୍ତି ତେବେ ଏହିପତ୍ରର ରସକୁ 5/ml ସେବନ କରନ୍ତି ତେବେ ଆପଣଙ୍କ ପେଟ ଯନ୍ତ୍ରଣା ଭଲ ହୋଇଯିବ |
-ଆପଣ ଯଦି ଆଣ୍ଠୁଗଣ୍ଠି ଫୁଲା କିମ୍ବା ଯନ୍ତ୍ରଣାରେ କଷ୍ଟ ପାଉଛନ୍ତି ତେବେ ଆପଣ ମନ୍ଦାରଫୁଲକୁ ବାଟି ଏହାର ପେଷ୍ଟ ଲଗାଇବେ ତେବେ ଆପଣଙ୍କ ଏହି ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭଲ ହୋଇଯିବ |ଏହି ମନ୍ଦାରଫୁଲର ପାଖୁଡାକୁ ନେଇ ଗାଢ଼ା ପ୍ରସ୍ତୁତ କରି ଯଦି ଆପଣ ଏହାକୁ ସେବନ କରନ୍ତି କିମ୍ବା ଗାରଗେଲିଙ୍ଗ କରନ୍ତି ତେବେ ଆପଣଙ୍କ ଥଣ୍ଡା, କାଶ ଓ କଫ ଭଳି ସମସ୍ୟା ସମ୍ପୂର୍ଣ ଭଲ ହୋଇଯିବ |
-ଆପଣ ରକ୍ତହୀନତାରେ ପୀଡିତଥିଲେ ଏହି ମନ୍ଦାରଫୁଲର ପତ୍ରରେ ଚୁର୍ଣ୍ଣ ପ୍ରସ୍ତୁତକରି, ପ୍ରତିଦିନ ସକାଳ ସନ୍ଧ୍ୟାରେ ଏକ କପ କ୍ଷୀରରେ ଏକ ଚାମଚ ମନ୍ଦାରଫୁଲର ଚୁର୍ଣ୍ଣ ମିଶାଇ ପିଅନ୍ତୁ |ଏହିପରି କିଛିଦିନ ପିଇଲେ ଆପଣଙ୍କର ରକ୍ତହୀନତା ପରି ସମସ୍ୟା ଦୂର ହୋଇଯିବ |
-ମନ୍ଦାରଫୁଲର କଢ଼କୁ ନେଇ ତାହାକୁ ଘିଅରେ ଭାଜି ସେଥିରେ ମିଶ୍ରି ମିଶାଇ କେଶର ସହ ଖାଇଲେ ଆପଣଙ୍କର ଅର୍ଶପରି କଷ୍ଟ ଭଲ ହୋଇଯିବ |ବନ୍ଧୁଗଣ ଆପଣ ଯଦି ମନ୍ଦାରଫୁଲର ଚା ପ୍ରସ୍ତୁତ କରି ପିଅନ୍ତି ତେବେ ଆପଣ ଡାଇବେଟିସ, ରକ୍ତଚାପ ଓ କଲେଷ୍ଟ୍ରଲ ଭଳି ସମସ୍ୟା ଦୂର ହୋଇଯିବା ସହିତ ଆପଣ କିଡ଼ନୀ ଜନିତ ରୋଗ ମଧ୍ୟ୍ୟ ଭଲ ହୋଇଯିବ,ଏହି ଚାହାରେ ଅଳ୍ପ ଲେମ୍ବୁରସ ପକାନ୍ତୁ |ଆପଣକୁ ଯଦି ଡାଇବେଟିସ ନାହିଁ ତେବେ ଆପଣ ଏଥିରେ ମହୁ ମିଶାଇ ପାରିବେ |
-ଆପଣଙ୍କ ଦେହରେ ଯଦି ଘା ହୋଇଥାଏ ତେବେ ମନ୍ଦାର ପତ୍ର ବାଟି ବସାଇଲେ ତାହା ଭଲ ହୋଇଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।