Odisha News Portal

ଦେଖନ୍ତୁ ଭିଡ଼ିଓ : femous ଅଭିନେତ୍ରୀ Genelia D’Souza ଙ୍କ ଦୁଇ ପୁଅ କରୋନା ରେ ଆକ୍ରାନ୍ତ, ଭିଡ଼ିଓ କୁ ଅଧିକରୁ ଅଧିକ ସେୟାର କରିବା ପାଇଁ ହାତ ଯୋଡି କଲେ ଅନୁରୋଧ….

ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଏବେ ଏକ ବଡ଼ ସଙ୍କଟ ସୃଷ୍ଟି କରିଛି। ବିଭିନ୍ନ ସହରାଞ୍ଚଳ ପାଖରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ଧୀରେଧୀରେ ଏଭଳି ସ୍ଥିତି ସମସ୍ତଙ୍କୁ ଭୟଭୀତ କରିଛି।ଏକ ପ୍ରକାରର ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏହାଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି।ଆପଣ ଜାଣିଛନ୍ତି କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି।ଆଉ ଏଥିରେ କେତେବେଳେ କାହାର ଜୀବନ ଚାଲିଯାଉଛି ତାହା କହିବା ମୁସ୍କିଲ।

ତେବେ ଏହି ମହାମାରୀ ରେ କେତେବେଳେ ଚିକିତ୍ସା ଅଭାବରୁ ରୋଗୀର ମୃତ୍ୟୁ ବରଣ ହେଉଛି ତ ପୁଣି କେତେବେଳେ ଚିକିତ୍ସା କେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ରୋଗୀ ର ଜୀବନ ଚାଲି ଯାଉଅଛି। ବିଭିନ୍ନ ସ୍ଥାନରୁ ଏପରି ଅନେକ ଖବର ପ୍ରତିଦିନ ସାମ୍ନାକୁ ଆସୁଛି।ଭାରତ ବର୍ଷରେ କରନା ମହାମାରୀ ସଂକ୍ରମଣ ଉଗ୍ର ରୂପ ଧାରଣ କରିଥିବା ବେଳେ ଦିନକୁ ଦିନ ଏହା ଗମ୍ଭୀର ହେବାରେ ଲାଗିଛି। ତେବେ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ଯୋଗୁ ଆକ୍ରାନ୍ତଙ୍କ ସମେତ ମୃତକଙ୍କ ସଂଖ୍ୟା ସୋମବାରଠାରୁ ସାମାନ୍ୟ କମିବାରେ ଲାଗିଛି। ତଥାପି ଏବେ ପର୍ଯ୍ୟନ୍ତ ସ୍ଥିତି ନିୟନ୍ତ୍ରଣକୁ ଆସି ପାରି ନାହିଁ। ଏହାରି ଭିତରେ ଅନେକ କଳାକାର ମାନଙ୍କୁ ମଧ୍ୟ କରନା ଆକ୍ରାନ୍ତ କରିଛି।

ସେହିପରି ସାଉଥ୍ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ିର ଲୋକପ୍ରିୟ ଅଭିନେତ୍ରୀ ଜେନେଲିଆ ଡିଶୌଜା ଙ୍କ ପରିବାରରେ ମଧ୍ୟ କରନା ର ସ୍ପର୍ଶ ଦେଖିବାକୁ ମିଳିଛି। ତାଙ୍କର ଦୁଇ ପୁଅକୁ ଏଥିରେ ସଂକ୍ରମଣ ହେବା ଫଳରେ ପ୍ରଥମେ ସେ ଡରି ଯାଇଥିଲେ ବୋଲି କହିଛନ୍ତି।ପରେ ସବୁ କିଛି ଠିକ୍ ହୋଇଥିଲା। ଉପଯୁକ୍ତ ଭାବରେ ସେମାନଙ୍କ ଯତ୍ନ ନେବା ଫଳରେ ତାଙ୍କର ଦୁଇ ପୁଅ ଭଲ ହୋଇଛନ୍ତି।ଆଉ ସେମାନେ ସୁସ୍ଥ ହେବା ପରେ ଜେନେଲିଆ ଏ ସମ୍ପର୍କରେ ଜନ ସାଧାରଣଙ୍କୁ ଜଣାଇଛନ୍ତି ଏବଂ କହିଛନ୍ତି ଯେ ଏଥିରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।

କେବଳ ସଚେତନ ରହିଲେ ହିଁ ଏବଂ ନିଜ ଭିତରେ ଦୃଢ଼ ମନୋବଳ ପୋଷଣ ଦ୍ବାରା ଏହାକୁ ଦୂର କରିହେବ। ତେବେ ଯଦି ଥଣ୍ଡା,ଜ୍ୱର, କାଶ ହେଉଥାଏ କିମ୍ବା ନିଶ୍ୱାସ ନେବାରେ କଷ୍ଟ ହେଉଥାଏ ତେବେ ଏଭଳି ଲକ୍ଷଣକୁ ଆଦୌ ଅଣଦେଖା କରନ୍ତୁ ନାହିଁ। କରୋନା ଲକ୍ଷଣ ସମ୍ପର୍କରେ ସଚେତନ ଥିଲେ ହୁଏତ କୌଣସି ଜଟିଳ ସ୍ଥିତି ସୃଷ୍ଟି ହେବ ନାହିଁ।ଏହା ସହିତ ବାହାରକୁ ଆବଶ୍ୟକ ପଡିଲେ ଯିବା ଏବଂ ବାହାରକୁ ଯିବା ସମୟରେ ଭଲ ଭାବରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହିତ ନିର୍ଦ୍ଦିଷ୍ଟ ସମୟ ଅନ୍ତରରେ ହାତ ଧୋଇବା ଉପରେ ଗୁରୁତ୍ୱାରୋପ କରିବା ନିହାତି ଦରକାର। ଯାହା ଫଳରେ ଆମେ ଏହି ଭୂତାଣୁ ସଂକ୍ରମଣ ରୁ ନିଜେ ସୁରକ୍ଷା ପାଇବା ସହ ଅନ୍ୟକୁ ସୁରକ୍ଷିତ ରଖି ପାରିବା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।