Odisha News Portal

ଫେସବୁକ କୁ ନେଇ ଆସିଲା ବଡ ଖବର । ବ୍ୟାନ ହେବ Facebook ! ଫେସବୁକ ଚଳୁଥିଲେ ପୋଷ୍ଟ ଟିକୁ ନିଶ୍ଚୟ ଦେଖନ୍ତୁ….

ବର୍ତ୍ତମାନର ଯୁଗ ହେଉଛି ଇଣ୍ଟରନେଟ୍ ର ଯୁଗ । ଆଉ ଏହି ଇଣ୍ଟରନେଟ୍ ଯୁଗରେ ଲୋକମାନେ ବିଭିନ୍ନ ପ୍ରକାର ଆପ୍ ମାଧ୍ୟମରେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ତେବେ ସାଧାରଣତଃ ଲୋକ ମାନେ ଫେସବୁକ୍ କୁ ଅଧିକ ପସନ୍ଦ କରିଥାନ୍ତି ଏବଂ ଏହା ମାଧ୍ୟମରେ ନିଜ ଜୀବନର ସବୁ କିଛି ଶେୟାର କରିବା ପାଇଁ ପସନ୍ଦ ମଧ୍ୟ କରିଥାନ୍ତି । କିନ୍ତୁ ବର୍ତ୍ତମାନର ସବୁଠୁ ବଡ ଖବର ହେଉଛି ଫେସବୁକ୍ ଉପରେ ଲାଗିବ ବ୍ୟାନ । ତେବେ କାହିଁକି ବନ୍ଦ ହେବା ପାଇଁ ଯାଉଛି ଫେସବୁକ୍ । ଫେସବୁକ୍ ସୋସିଆଲ ମିଡ଼ିଆର ଏକ ଏପରି ଆପ୍ ଯାହା ଆମ ଜୀବନର ଗୋଟିଏ ଏଙ୍ଗ ବନି ଯାଇଛି । କାରଣ ଏହି ଫେସବୁକ୍ ମାଧ୍ୟମ ହିଁ ରେ ବହୁତ ସାରା ଲୋକମାନେ ନିଜର ବିଭିନ୍ନ ପ୍ରକାର ପ୍ରତିକ୍ରିୟା ରଖି ଥାଆନ୍ତି ବିଭିନ୍ନ ବିଷୟରେ ।

ଏହା ବ୍ୟତୀତ ନିଜର ଖୁସି ମୁହୂର୍ତ୍ତର ଫଟୋ ମଧ୍ୟ ସେୟାର କରି ଥାଆନ୍ତି ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ୍ ଜରିଆ ରେ । ତେବେ ଏସବୁକୁ ଛାଡି ଦେଶ ବିଦେଶର ବିଭିନ୍ନ ଖବର ମଧ୍ୟ ବିଭିନ୍ନ ନୀୟୁଜ ଚ୍ୟାନେଲ ର ଏହି ଫେସବୁକ୍ ପେଜରେ ଆପଣ ମାନେ ଦେଖି ଥାଆନ୍ତି । ଏହାସହିତ ଆହୁରି ମଧ୍ୟ ରାଜନୀତି ର ବୟାନ ବାଜି , ଆରୋପ , ପ୍ରତୋରୋପ ମଧ୍ୟ ଏହି ଫେସବୁକ୍ ରେ ଦେଖିବାକୁ ମିଳିଥାଏ ।

ତେବେ ସକାଳୁ ଉଠିବା ପାଖରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଫେସବୁକ୍ ରେ ଲକ୍ଷ ଲକ୍ଷ ୟୁଜର ଅନଲାଇନ୍ ରହି ଥାଆନ୍ତି । ସଂପର୍କୀୟ ତଥା ବନ୍ଧୁମାନଙ୍କ ସହିତ ବାର୍ତ୍ତାଳାପ କରିବା କିମ୍ବା ସମସ୍ତଙ୍କ ଆଗରେ ନିଜ ଭାବନାକୁ ପ୍ରକାଶ କରିବାର ଏକ ସହଜ ଉପାୟ ହେଉଛି ଫେସବୁକ୍ । କିନ୍ତୁ ସରକାରଙ୍କୁ ଯେତେବେଳେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ରେ ଆଲୋଚିତ ତଥା ସମାଲୋଚିତ ହେବାକୁ ପଡ଼ିଛି ସେଥିପାଇଁ ଏହି ଫେସବୁକ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଯାଉଛନ୍ତି ଏହି ଦ୍ଵୀପପୁଞ୍ଜର ସରକାର ।


ତେବେ ଜାତୀୟ ଗଣ ମାଧ୍ୟମର ସୂଚନା ଅନୁଯାୟୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସରକାରଙ୍କ ବିଷୟରେ ତୀବ୍ର ଆଲୋଚନା ସମାଲୋଚନା ପରେ ସୋଲୋମନ ଦ୍ୱୀପପୁଞ୍ଜରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଫେସବୁକ୍ ବ୍ୟବହାର ଉପରେ ବ୍ୟାନ ଲାଗି ପାରେ । 6 ଲକ୍ଷ 50 ହଜାର ଜନସଂଖ୍ୟା ବିଶିଷ୍ଟ ଏହି ସୋଲୋମନ ଦ୍ୱୀପପୁଞ୍ଜରେ ଫେସବୁକ୍ ହେଉଛି ଏକ ଲୋକ ପ୍ରିୟ ପ୍ଲାଟଫର୍ମ ।

ଏହି ଫେସବୁକ୍ ମାଧ୍ୟମରେ ଲୋକ ମାନେ ନିଜ ଭାବନା କୁ ଖୋଲା ଖୋଲି ଭାବେ ସେୟାର କରନ୍ତି । କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନିକଟ ଅତିତରେ ପ୍ରଧାନ ମନ୍ତ୍ରୀ ମନସେ ସୋଗାଭାରି ନେତୃତ୍ବରେ ଥିବା ସରକାର ବିରୋଧରେ ଫେସବୁକ୍ ରେ ଲୋକ ମାନେ କଡ଼ା ସମାଲୋଚନା ମୂଳକ ପ୍ରତିକ୍ରିୟା ରଖି ଥିଲେ ।

ଆଉ ଯେଉଁଥି ପାଇଁ ସରକାର ଫେସବୁକ୍ ଉପରେ ପ୍ରତିବନ୍ଧକ ବା ବ୍ୟାନ୍ ଲଗାଇବା ପାଇଁ ନିଷ୍ପତି ନେଉଛନ୍ତି ବୋଲି ସୂଚନା ମିଳିଛି । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଏହି ଖବର ଶୁଣିବା ପରେ ଫେସବୁକ୍ ର ମୁଖପାତ୍ର କହିଛନ୍ତି ଯେ କମ୍ପାନୀ ସୋଲୋମନ ଦ୍ୱୀପପୁଞ୍ଜର ସରକାରଙ୍କ ସହିତ ଏହି ବିଷୟରେ କଥା ବାର୍ତ୍ତା କରୁଛି କାରଣ ସରକାରଙ୍କ ଏହି ଗୋଟିଏ ନିଷ୍ପତି ଲକ୍ଷ ଲକ୍ଷ ଫେସବୁକ୍ ୟୁଜରମାନଙ୍କୁ ପ୍ରଭାବିତ କରିବ । ତେଣୁ ଏହି ବିଷୟରେ ସୋଲମନ୍ ଦ୍ୱୀପପୁଞ୍ଜର ପ୍ରଧାନମନ୍ତ୍ରୀ ମନସେ ସୋଗାଭାରିଙ୍କ ସହିତ ଆଲୋଚନା କରିବାକୁ ନିଷ୍ପତି ନେଇଛନ୍ତି ଫେସବୁକ୍ ର ମୁଖପାତ୍ର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।