Odisha News Portal

ଚାଷୀଙ୍କ ସହିତ କିଏ ? ବିଜେଡି, ବିଜେପି ଓ କଂଗ୍ରେସ ଭୂମିକାକୁ ନେଇ ଦ୍ଵନ୍ଦ ବଢ଼ୁଛି । ଆପଣଙ୍କ ମତାମତ କମେଣ୍ଟ କରନ୍ତୁ…

ଆପଣ ମାନେ ତ ନିଶ୍ଚିତ ରୂପରେ ଜାଣିଥିବେ କି ଏବେକା ସମୟରେ ଦେଶରେ କୃଷି ଆନ୍ଦୋଳନର ବହୁତ ମାତ୍ରାରେ ପ୍ରଭାବ ରହିଛି । ତେବେ କୃଷକ ମାନେ ଏବେ ନିଜର ଦାବି ପୂରଣ କରିବା ପାଇଁ ଏହି କରୋନା କାଳରେ ମଧ୍ୟ ସେମାନେ ଆନ୍ଦୋଳନ କରିବା ପାଇଁ ପଛଘୁଞ୍ଚା ହେଉ ନାହାନ୍ତି । ଏହି ଆନ୍ଦୋଳନରେ ପ୍ରାୟତଃ ପାଖାପାଖି 50 ଜଣ କୃଷକ ମାନେ ମଧ୍ୟ ନିଜର ପ୍ରାଣ ହରାଇଛନ୍ତି ତାପରେ ବି କୃଷକ ମାନେ ନିଜର ମନ୍ତବ୍ୟ ପଛକୁ ହଟାଉ ନାହଁନ୍ତି । ଏହି ଆନ୍ଦୋଳନ ହଦିନକୁ ଦିନ ବଢିବାରେ ଲାଗିଛି । ଏହି ଆନ୍ଦୋଳନ ର ପ୍ରଭାବ ସବୁ ରାଜ୍ୟ ରେ ଦେଖିବାକୁ ମିଳିଛି ।

ତେବେ ପ୍ରତେକ ରାଜ୍ୟ ର ଲୋକ ଏହା ପାଇଁ ଅନେକ ଅସୁବିଧା ରେ ରହୁଛନ୍ତି । ତେବେ ସମୟ ଯେତିକି ବଢୁଛି ଆନ୍ଦୋଳନ ସେତିକି ଉଗ୍ର ହେଉଛି । ଏଥିପାଇଁ ଇ ଦୁଇ ଥର ଭାରତ ବନ୍ଦ ର ଡାକରା ମଧ୍ୟ ଦେଇଛନ୍ତି ।

ତେବେ କୃଷକ ମାନଙ୍କର ଏପରି ଆନ୍ଦୋଳନ ଏବଂ ସମସ୍ତ ରାଜନୈତିକ ଦଳ ମାନଙ୍କର ମୁଣ୍ଡ ବ୍ୟଥାର କାରଣ ପାଲଟିଗଲାଣି , ତେବେ ଏବେକା ସମୟରେ ଏହି ପ୍ରଶ୍ନ ମଧ୍ୟ ଉଠୁଛି କି କୃଷକ ମାନଙ୍କର ଏହି ଆନ୍ଦୋଳନରେ ଅନ୍ୟ କେଉଁ ମାନେ ସେମାନଙ୍କୁ ସର୍ପୋଟ କରୁଛନ୍ତି । ଭାରତ ବନ୍ଦ କୁ କଂଗ୍ରେସ ସମର୍ଥନ କରିଥିଲା ,କିନ୍ତୁ ସେଠାରେ ଉପସ୍ତିତି ରହିନଥିଲା ।

ଗଣ ମାଧ୍ୟମ ରେ ପ୍ରକାଶ ପାଇଁ ଥିଲା କି ଏ ଯାଏ କୌଣସି ଦଳ ହାତ ମିଳେଇ ନାହାନ୍ତି । ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଗଣମାଧ୍ୟମକୁ କହିଛନ୍ତି,କି ବିରୋଧୀ ଦଳମାନେ କୃଷି ଆଇନ ନେଇ ଲୋକ ମାନଙ୍କୁ ଭ୍ରମିତ କରୁଛନ୍ତି । ଶ୍ରୀ ପୁରୋହିତ କହିଛନ୍ତି କି ଓଡିଶା ରେ ୫ ଟି ଜିଲ୍ଲା ବାଲେଶ୍ୱର , ବରଗଡ଼ , ଜୟପୁର, ଢ଼େଙ୍କାନାଳ ଓ କଟକ ରେ ସମାବେଶ କରି କୃଷକ ମାନଙ୍କ କଥା ବୁଝାଯିବ ।

ଏହା ସହ ଏପରି ମଧ୍ୟ କହିଛନ୍ତି କି ସରକାର ଙ୍କ ପାଖରେ କାଳିଆ ଯୋଜନା ପାଇଁ ପଇସା ନାହିଁ , ତେବେ ପିଏମ କିସାନ ଯୋଜନା ରେ କିପରି ଟଙ୍କା ଏହାର ଏକ ଚାଟ ବା ତାଲିକା ପ୍ରସ୍ତୁତି କରି ପ୍ରଦାନ କରନ୍ତୁ ।

କୃଷକଙ୍କର ଏହି ଆନ୍ଦୋଳନ ଦିନକୁ ଦିନ ବଢିବାରେ ଲାଗିଛି ଏହା ସହିତ ଅନେକ କୃଷକ ମାନେ ମଧ୍ୟ ମୃତ୍ୟୁବରଣ କରିଛନ୍ତି ତେବେ ଏପରି କରୋନା ପରିସ୍ଥିତିରେ ଚାଷୀଙ୍କ ଆନ୍ଦୋଳନକୁ ଆଉ ନବଢାଇ ସେମାନଙ୍କର ଏକ ସମାଧାନ ହେଉ ବୋଲି ସମସ୍ତେ ଚାହିଁଛନ୍ତି ।

ଏହା ସହିତ ପ୍ରତେକ ଦଳ ଚାଷୀ ଙ୍କ ଦାବି ଶୁଣି ତାର ଏକ ସମାଧାନ ବାହାର କରି ଦିଅନ୍ତେ ତେବେ ଦେଶ ରେ ଆଉ ଏହି ଭଳି ପରିସ୍ଥିତି ଦେଖା ଦେବ ନାହିଁ କି କୌଣସି ଅସୁବିଦା ମଦ୍ୟ ହେବ ନାହିଁ ବୋଲି ଜଣାପଡୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।