Odisha News Portal

ମାତା-ପିତା ହେଲେ Virat Kohli ଆଉ Anushka Sharma, ଫ୍ୟାନ୍ସ ମାନଙ୍କୁ ଟ୍ଵିଟ କରି Virat କହିଲେ ଏମିତି କଥା…ଶୁଣିଲେ ଆପଣ ଆଶ୍ଟର୍ଯ୍ୟ ହେବେ …

0 102

ବାପା ହେଲେ ଟିମ୍ ଇଣ୍ଡିଆ କ୍ୟାପଟାନ୍ ବିରାଟ କୋହଲି । ତେବେ ଆପଣ ମାନେ ତ ଜାଣିଛନ୍ତି ବଲିଉଡରୁ ପ୍ରତ୍ୟେକ ଦିନ କିଛି ନାଁ କିଛି ନୂଆ ଖବର ଆସିଥାଏ । ତେବେ ଆପଣ ମାନେ ତ ସମସ୍ତେ ନିଶ୍ଚିତ ଭାବରେ ଜାଣିଥିବେ ଯେ ବଲିଉଡର ଫେମସ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଭାରତୀୟ କ୍ରିକେଟ ଟିମର୍ କ୍ୟାପଟାନ୍ ବିରାଟ କୋହଲି ଙ୍କୁ ବିବାହ କରିଥିଲେ । ଆଉ ଅନୁ୍ଷ୍କା ଗର୍ଭବତୀ ମଧ୍ୟ ଥିଲେ ଏବଂ ଆଜି ସବୁ ଅପେକ୍ଷାର ଅନ୍ତ ଘଟିଛି ଓ ଅନୁଷ୍କା ଶେଷରେ ମାଁ ହୋଇ ଯାଇଛନ୍ତି । ଅନୁଷ୍କା ଏବଂ ବିରାଟ ସବୁବେଳେ ସୋସିଆଲ ମିଡିଆରେ ଏକ୍ଟିଭ ରହିଥାନ୍ତି ।

ତାଙ୍କର ପ୍ରେଗନ୍ସିକୁ ନେଇ ପ୍ରିତିଦିନ କିଛି ନାଁ କିଛି ତଥ୍ୟ ସାମ୍ନାକୁ ଆସିଥାଏ ଏବଂ ସେଥିପାଇଂ ସେ ଏବେ ବହୁ ଚର୍ଚ୍ଚାରେ ଅଛନ୍ତି । ଆଉ ବର୍ତ୍ତମାନ ସମୟରେ ତାଙ୍କର ଏହି ବଡ ଖବର ନିଶ୍ଚିତ ଭାବରେ ,ସେମାନଙ୍କୁ ବହୁତ ଖୁସି ଦେଇଛି ଏବଂ ସେମାନଙ୍କ ଫ୍ୟାନ୍ ମାନେ ମଧ୍ୟ ସେମାନଙ୍କୁ ଶୁଭେଚ୍ଛାର ଲହରୀ ଖେଳାଇ ଦେଇଛନ୍ତି ।

ତେବେ ବିରାଟ କୋହଲି ଆଜି ପିତା ହୋଇ ଯାଇଛନ୍ତି, ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ବିରାଟ ନିଜେ ଟ୍ୱିଟ କରି ପ୍ରଶଂସକଙ୍କୁ ଏହାର ସୂଚନା ଦେଇଛନ୍ତି । ବିରାଟ କୋହଲି ଟ୍ୱିଟ୍ କରି କହିଛନ୍ତି, ଆମେ ଆପଣଙ୍କୁ କହି ଖୁସି ଅନୁଭବ କରୁଛୁ ଯେ ଆଜି ଅପରାହ୍ନରେ ମୁଁ ଓ ଅନୁଷ୍କା ଏକ ଝିଅର ପିତା-ମାତା ହୋଇଗଲୁ । ଆମେ ଆପଣଙ୍କ ପ୍ରେମ, ଶୁଭକାମନା ଏବଂ ପ୍ରାର୍ଥନା ପାଇଁ କୃତଜ୍ଞ ଅଟୁ ।

ଉଭୟ ଅନୁଷ୍କା ଏବଂ ଝିଅ ସୁସ୍ଥ ଅଛନ୍ତି ଏବଂ ଆମ ଜୀବନର ଏହି ନୂତନ ଅଧ୍ୟାୟ ଆରମ୍ଭରୁ ଆମେ ବହୁତ ଖୁସି ଅଛୁ । ଆମେ ଆଶା କରୁଛୁ କି ଆପଣ ଆମର ଗୋପନୀୟତାକୁ ସମ୍ମାନ କରିବେ ।

ତେବେ ଅଷ୍ଟ୍ରେଲିଆ ଟୁରରେ ପ୍ରଥମ ଟେଷ୍ଟ ଖେଳିବା ପରେ ବିରାଟ କୋହଲି ଫେରି ଆସିଥିଲେ, ଅନୁଷ୍କାଙ୍କ ଯତ୍ନ ନେବା ପାଇଁ ଏବଂ ବିରାଟ ପ୍ୟାଟରନିଟି ଲିଭ ନେଇଛନ୍ତି । ବିରାଟ ଅଗଷ୍ଟ 27ରେ ଅନୁଷ୍କାଙ୍କ ସହ ଟ୍ୱିଟ୍ କରି କହିଥିଲେ ଯେ ସେମାନେ ଜାନୁଆରୀରେ ପିତାମାତା ହେବାକୁ ଯାଉଛନ୍ତି ଏବଂ ଶେଷରେ ସେହି ଦିନ ଆସିଛି ।ସୋମବାର ଅପରାହ୍ନରେ ଅନୁଷ୍କା ଶର୍ମା ଏକ ସୁନ୍ଦର ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ।

ବିରାଟ-ଅନୁଷ୍କାଙ୍କୁ ମିଳୁଛି ବହୁତ ସାରା ଅଭିନନ୍ଦନ –

ବିରାଟ- ଅନୁଷ୍କାଙ୍କ ଛୋଟ ପରୀ ଘରକୁ ଆସିବା ପରେ ବର୍ତ୍ତମାନ ଏହି ଦମ୍ପତିଙ୍କୁ ବହୁତ ଅଭିନନ୍ଦନ ମିଳୁଛି । ବିରାଟଙ୍କ ସାଥୀ ଖେଳାଳି ଓ ବଲିଉଡର ସେଲିବ୍ରିଟିମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କୁ ସିଡନୀରୁ ଅଭିନନ୍ଦନ ମଧ୍ୟ ମିଳିଛି ଏବଂ ରବିଚନ୍ଦ୍ରନ ଅଶ୍ୱିନ, ବିରାଟ କୋହଲି ଏବଂ ଅନୁଷ୍କାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏଥିସହିତ ଶିଖର ଧୱନ ବିରାଟଙ୍କୁ ପିତା ହେବାର ଶୁଭକାମନା ଜଣାଇଛନ୍ତି । ବ୍ୟାଡମିଣ୍ଟନ ଷ୍ଟାର ସାୟନା ନେହୱାଲ ମଧ୍ୟ ଝିଅର ଜନ୍ମ ନେଇ ବିରୁଷ୍କା ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।